ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ବଲାଙ୍ଗୀର ଅଫିସ, ୨୩।୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଛାତ୍ରାବାସର ୫ ମହଲା ଛାତ ଉପରୁ ଖସିପଡ଼ି ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଶାନ୍ତ କୁମାରଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ନିଶାନ୍ତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ର଼୍ୟାଗିଂ ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏଭଳି ସ୍ଥିତିରେ ଶନିବାର ସାଇଣ୍ଟିଫିକ୍‌ ଟିମ୍‌ କଲେଜ କ୍ୟାମ୍ପସ୍‌ର ଛାତ୍ରାବାସରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ସଦର ଏସ୍‌ଡିପିଓ ତୋଫାନ ବାଗ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଘଟଣା ସ୍ଥଳରେ ପହଞ୍ଚତ୍ ଛାନ୍‌ବିନ୍‌ କରିଛନ୍ତି। ଛାତ୍ରାବାସର ୩୧୨ ନମ୍ବର ରୁମରେ ନିଶାନ୍ତ ରହୁଥିଲେ। ସେହି ରୁମରୁ ନିଶାନ୍ତ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ, ଡାଇରି ଜବତ କରାଯାଇଛି। ମୃତ ଛାତ୍ରଙ୍କ ଦୁଇ ମାମୁଙ୍କ ସହ ମା’ବାପା ହରିୟାଣାରୁ ବଲାଙ୍ଗୀରରେ ଆସି ପହଞ୍ଚିଛନ୍ତି। ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି : ଗ୍ରାମାଞ୍ଚଳ ପ୍ରତିଭାର ବିକାଶ ପାଇଁ ପ୍ରକୃଷ୍ଟ ମଞ୍ଚ

ନୟାଗଡ଼ ଅଫିସ,୧୨।୧୧-ବିଦ୍ୟାଳୟସ୍ତରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ଜ୍ଞାନର ବିକାଶ ପାଇଁ ଉଦ୍ଦିଷ୍ଟ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସୋମବାର ନୟାଗଡ଼...

୫ବର୍ଷ ହେଲା ଚୁଆ ପାଣି ଉପରେ ଭରସା

ଖୋର୍ଦ୍ଧା ଅଫିସ,୧୭ା୪: ଗ୍ରାମାଞ୍ଚଳରେ ଟ୍ୟାପ୍‌ ଖୋଲିଲେ ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟଜଳ। ଏଥିଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ...

ଓଲଟି ପଡ଼ିଲା ସ୍କୁଲ ବସ୍‌

ଚୌଦ୍ୱାର,୨୫।୬(ଡି.ଏନ୍‌.ଏ.): ଚୌଦ୍ୱାର ମଣ୍ତାପଡ଼ା ରାସ୍ତା ପୋଟଳେଇ ମନ୍ଦିର ନିକଟରେ ଶନିବାର ଏକ ସ୍କୁଲବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୬ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଥିବା...

ସରୁନି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଜଟଣୀ,୨୫।୯(ଡି.ଏନ୍‌.ଏ.): ଶିକ୍ଷାର ବିକାଶ ସହିତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ତେବେ ଅନେକ ସମୟରେ ବିଭାଗୀୟ ଅଧିକାରୀ ଅବହେଳା...

ଉପାନ୍ତ ଅଞ୍ଚଳରେ ଅନ୍‌ଲାଇନ୍‌ ପାଠପଢ଼ା ଅପହଞ୍ଚ

ମହାକାଳପଡା,୨୪ା୭(ଡି.ଏନ୍‌.ଏ.): କରୋନା ମହାମାରୀ ପାଇଁ ରାଜ୍ୟରେ ବିଦ୍ୟାଳୟଗୁଡିକ ବନ୍ଦ ରହିଛି। ଏପରିସ୍ଥିତିରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତର ଉପାନ୍ତ ଅଞ୍ଚଳ ଭାବେ ପରିଚିତ...

ଲବ କୁମାର ବିଜୟୀ

ଅମରପାଲି,୨୭।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ-୧ ରେ କଂଗ୍ରେସର ଲବ କୁମାର ସାହୁ ବିଜୟୀ ହୋଇଛନ୍ତି। ସେ ବିଜେଡିର ରଞ୍ଜିତ ରଥଙ୍କଠାରୁ ୧୮୮୩ ଖଣ୍ଡ ଭୋଟ...

ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’ ଉଦ୍‌ଘାଟିତ

ଭୁବନେଶ୍ୱର, ୧୧ା୬(ବ୍ୟୁରୋ): ସମାଜରେ ବହୁ ଅସହାୟ ଓ ସୁବିଧାରୁ ବଞ୍ଚତ୍ତ ମହିଳା ରହିଛନ୍ତି, ଯେଉଁମାନଙ୍କୁ ରୋଜଗାର କରିବାକୁ ସୁଯୋଗ ତ ଛାଡ଼ ଖାଦ୍ୟ ବି ମିଳେନା।...

ମଦ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଖଇରା,୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କଇଥଗଡିଆ ଗ୍ରାମରେ ଦେଶୀମଦ କାରବାର ଦିନକୁ ଦିନ ବଢି ଚାଲିଛି। ସରପଞ୍ଚ ଗୋବର୍ଦ୍ଧନ ପାଇକରାୟ, ପୂର୍ବତନ ସରପଞ୍ଚ ବଳରାମ...

Advertisement
Archives

Model This Week