ଡଙ୍କାରୀ ପାହାଡ଼ରେ ମିଳିତ ତଦନ୍ତ

ଧର୍ମଶାଳା/ଚଢ଼େଇଧରା, ୬ା୫(ଡି.ଏନ.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁଚର୍ଚ୍ଚିତ ଡଙ୍କାରୀ ପାହାଡ଼ରେ ଗୁରୁବାର ତହସିଲ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ମାପଚୁପ କରାଯାଇଛି। ଖାଦାନରୁ ଲିଜ୍‌ଧାରୀ ଅଧିକ ପରିମାଣର କଳାପଥର ଉତ୍ତୋଳନ କରି ଅନ୍ୟତ୍ର ଚାଲାଣ କରୁଛନ୍ତି। ଫଳରେ ସେମାନେ ମାଲାମାଲ ହେଉଥିବା ବେଳେ ସରକାର ବ୍ୟାପକ ରାଜସ୍ବ ହରାଉଛନ୍ତି। ଏହି ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ ଜିଲାପାଳଙ୍କ ଦ୍ୱାରା ଗଠିତ ଟାକ୍ସଫୋର୍ସ ବିଭିନ୍ନ ସମୟରେ ଚଢ଼ାଉ କରି ମାପଚୁପ କରିଥାନ୍ତି। ଏହିକ୍ରମରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଭୂତତ୍ତ୍ୱବିତ ସନ୍ତୋଷୀପ୍ରଭା ସେଠୀ, ପରିବେଶ ଯନ୍ତ୍ରୀ ଦିବ୍ୟଲୋଚନ ମହାପାତ୍ର, ସ୍ଥାନୀୟ ଆର୍‌ଆଇ ମାନସ ବେଜ ଓ ଜଗବନ୍ଧୁ ଜେନା ପ୍ରମୁଖ ଏହି ଟାକ୍ସଫୋର୍ସରେ ସାମିଲ ହୋଇଥିଲେ। ଡଙ୍କାରୀ ପାହାଡ଼ରେ ଲିଜ ଦିଆଯାଇଥିବା ଖାଦାନଗୁଡ଼ିକୁ ମାପଚୁପ କରିବା ସହିତ ଡ୍ରୋନ କ୍ୟାମେରା ଦ୍ୱାରା ଫଟୋ ଉତ୍ତୋଳନ କରିଥିଲେ। ତେବେ ରାଜସ୍ବ ବିଭାଗର ଏହା ଏକ ନିୟମିତ ପ୍ରକ୍ରିୟା ବୋଲି ତହସିଲ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶଥାଉକି, ୫୦୦ ଏକର ପରିମିତ ଡଙ୍କାରୀ ପାହାଡ଼ରେ ୯ଟି ଖାଦାନ ରହିଥିବାବେଳେ ମାତ୍ର ୨ଟି ଖାଦାନକୁ ଲିଜ ଦିଆଯାଇଛି। କିନ୍ତୁ ଲିଜ ଦିଆଯାଇ ନ ଥିବା ସଇରାତଗୁଡ଼ିକରୁ ମାଫିଆମାନେ ବେଆଇନ ଭାବେ ପଥର ଉତ୍ତୋଳନ କରିଚାଲିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଲିଜ ଦିଆଯାଇଥିବା ୨ଟି ସଇରାତକୁ ମାପଚୁପ କରି ଫଟୋ ଉଠାଇ ଆଣିଥିବାବେଳେ ଅନ୍ୟ ସଇରାତଗୁଡ଼ିକୁ ଛାଡ଼ି ଦିଆଯାଉଛି। ଫଳରେ ମାଫିଆଙ୍କ ପାଇଁ ଏହା ପୁଷମାସ ସଦୃଶ ହୋଇଛି। ତେଣୁ ଏଠାରେ ଲିଜ ଦିଆଯାଇ ନ ଥିବା ସଇରାତ ଗୁଡିକୁ ମାପଚୁପ କରି ଲିଜ ପ୍ରଦାନ କରିବାକୁ ଦାବି ହୋଇଛି। ନଚେତ ମାଫିଆ ଲାଭବାନ ହୋଇ ଚାଲିଥିବା ବେଳେ ସରକାର ରାଜସ୍ବ ହରାଉଥିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ଖୋର୍ଦ୍ଧା,୧୯ା୪: ଖୋର୍ଦ୍ଧା ଜିଲାରେ  ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଅସହ୍ୟ ଖରାକୁ ଦେଖି ୨୦ରୁ ୨୩ ପର୍ଯ୍ୟନ୍ତ ଛୁଟି ପାଇଁ ନିର୍ଦ୍ଦେଶ…

ଜମୁଛି ଜମ୍ବୁଦ୍ୱୀପ ମହୋତ୍ସବ: ଆଦିବାସୀ ନୃତ୍ୟ-ସଙ୍ଗୀତରେ ଝୁମିଲେ ଦର୍ଶକ, ନୌବାଣିଜ୍ୟ ପରମ୍ପରାକୁ ନେଇ…

ମହାକାଳପଡ଼ା, ୧୯ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ମା’ ରାମଚଣ୍ଡୀଙ୍କ ପୀଠଠାରେ ଜମ୍ବୁଦ୍ୱୀପ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ଶନିବାର ମୁକ୍ତାକାଶ…

ବିଦେଶୀ ଖେଳାଳିଙ୍କ ମୁଣ୍ଡରେ ଚମକିଲା ଅରେଞ୍ଜ କ୍ୟାପ, ବିରାଟ କୋହଲି ତାଲିକାରେ ସାମିଲ – ଜାଣନ୍ତୁ କିଏ ପର୍ପଲ କ୍ୟାପର ଦାବିଦାର

ନୂଆଦିଲ୍ଲୀ,୧୯।୪: IPL 2026ରେ, ଯେତେବେଳେ ଦଳଗୁଡ଼ିକ ଶୀର୍ଷ ଚାରିରେ ସ୍ଥାନ ପାଇବା ପାଇଁ ଏକ ଭୟଙ୍କର ଲଢ଼େଇରେ ଲିଡରବୋର୍ଡରେ ଅଛନ୍ତି, ବ୍ୟକ୍ତିଗତ ଖେଳାଳିମାନେ ସର୍ବାଧିକ ରନ କରି…

ଗର୍ଜିଲେ ମୋଦି, ପ୍ରତିକ୍ରିୟା ରଖିଲେ ଦିଦି, କହିଲେ ‘ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ…’

କୋଲକାତା,୧୯।୪: ସଂସଦରେ ମହିଳା ସଂରକ୍ଷଣ ବିଲ ବିଫଳ ହେବା ପରେ, ପ୍ରଧାନମନ୍ତ୍ରୀ ମୋଦି ଶନିବାର କଂଗ୍ରେସ ଏବଂ ଟିଏମସି ସମେତ ଅନେକ ଦଳ ଉପରେ କଠୋର ଆକ୍ରମଣ…

ହଜିଯାଇଥିବା ୧୧୪ ଫୋନ୍‌ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କଲା ପୋଲିସ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଚଳାଯାଇ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲଗୁଡ଼ିକୁ ଉଦ୍ଧାର କରାଯାଇଛି। ସମୁଦାୟ ୧୧୪ଟି ମୋବାଇଲ ଜବତ…

ଏବେ ବି ବଞ୍ଚିଛି ମାନବିକତା: ରାସ୍ତାରୁ ମିଳିଥିବା ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ନାଏବ ସରପଞ୍ଚ

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତର ନାଏବ ସରପଞ୍ଚ ନରସିଂହପୁର ଗ୍ରାମର ଜି.ଶେଖର ଦୋରା ରାସ୍ତାରୁ ପାଇଥିବା ଟଙ୍କା ଭର୍ତ୍ତି ମନିପର୍ସକୁ…

IPL 2026 Points Table: ଚେନ୍ନାଇ ବିପକ୍ଷରେ ବିଜୟ ପରେ ପଏଣ୍ଟ ଟେବୁଲରେ ଲମ୍ଫ ମାରିଲା ହାଇଦ୍ରାବାଦ,ବାଦ ପଡ଼ିବ କି ଏହି ଦଳ?ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୪: ଗତ ଶନିବାର, IPL 2026 ର ୨୭ତମ ଲିଗ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ…

ଅଗରକରଙ୍କ ବଡ଼ ସଫଳତା, BCCI ଦେବ ବଡ଼ ପୁରସ୍କାର!

ନୂଆଦିଲ୍ଲୀ,୧୯।୪: ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri