ଏନ୍‌ଜିଟି ୪ଜଣିଆ ଟିମ୍‌ର ତଦନ୍ତ

ବାରିପଦା ଅଫିସ,୭ା୪: ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ଓ ପରିବହନକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ବୁଧବାର ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ଏକ ୪ ଜଣିଆ କମିଟି ଉଭୟ ସଇରାତକୁ ଯାଇ ତଦନ୍ତ ସହ ବେଆଇନ ଗଚ୍ଛିତ ଥିବା ବାଲି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଏକ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଏନ୍‌ଜିଟିକୁ ପ୍ରଦାନ କରିବା ପରେ ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଉକ୍ତ କମିଟିରେ ରାଜ୍ୟ ପରିବେଶ ଓ ପ୍ରଭାବ ମୂଲ୍ୟାୟନ କର୍ତ୍ତୃପକ୍ଷଙ୍କ ଜଣେ ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ଜିଲାପାଳଙ୍କ ପ୍ରତିନିଧି ଓ ଜିଲା ଖଣି ଅଧିକାରୀ ତଦନ୍ତ କରିବାକୁ ଆସିଛନ୍ତି। ପ୍ରାରମ୍ଭରେ ବେତନଟୀ କଲେଜ ପଛ ପାର୍ଶ୍ୱ ଗରୁଡବସାରେ ଗଚ୍ଛିତ ଥିବା ବାଲି ଗଦାକୁ ଯାଇ ତଦନ୍ତ କରିବା ପରେ ବଡ଼ସାହି ତହସିଲ ଅଭିମୁଖେ ଯାଇଥିଲେ ା ପରେ ଉଭୟ ସଇରାତ ଯାଇ ଉତ୍ତୋଳନ ଓ ପରିବହନ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଫେରିଛନ୍ତି। ବାଲି ମାଫିଆଙ୍କ ଆକ୍ରୋଶର ଶିକାରକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାସ ଓ ବଡ଼ସାହି ଆଇଆଇସି ସଦଳବଳ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇଥିଲେ।
ଅନୁଯାୟୀ, ବଡ଼ସାହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ବେଆଇନ ଲଘୁଖଣିଜ ଉତ୍ତୋଳନ ଓ ପରିବହନକୁ ନେଇ ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ଏନ୍‌ଜିଟି ଇଷ୍ଟର୍ଣ୍ଣ ଜୋନ୍‌ ବେଞ୍ଚ କୋଲକାତାରେ ମାମଲା ରୁଜୁ ହୋଇଛି। ଉଭୟ ସଇରାତରୁ ପାଖାପାଖି ଶହେ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଥିବା ନେଇ ଏନ୍‌ଜିଟିର ଜୁଡିସିଆଲ ମେମ୍ବର ଜଷ୍ଟିସ ବି.ସ୍ଥହଲେକାର ଓ ଏକ୍ସପର୍ଟ ମେମ୍ବର ସାଇବଲ ଦାସଗୁପ୍ତାଙ୍କ ଖଣ୍ଡପୀଠ ମାମଲାରେ ୧୬ଜଣ ଅଧିକାରୀଙ୍କୁ ପକ୍ଷଭୁକ୍ତ କରିବା ସହ ପ୍ରଶାସନକୁ ଜବାବ ତଲବ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri