ଜେଲ ଗଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ସଜନାଗଡ଼,୭ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କଲେଜର ଜନୈକା ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ ଅଭିଯୋଗରେ କଲେଜର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଗତ ୫ତାରିଖ ସକାଳ ସାଢ଼େ ୮ଟା ସମୟରେ ଛାତ୍ରୀ ଜଣକ କଲେଜ କମନ ରୁମ୍‌ରେ ଏକୁଟିଆ ବସିଥିବା ବେଳେ କଲେଜର ଜଣେ ରାତ୍ରି ଜଗୁଆଳି ସେଠାକୁ ଯାଇ ଅଶାଳୀନ ମନ୍ତବ୍ୟ ଦେବା ସହ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ। ଘଟଣା ବାବଦରେ ଛାତ୍ରୀ ଜଣକ ସହପାଠୀଙ୍କୁ କହିବା ସହ କଲେଜ ଅଧ୍ୟକ୍ଷଙ୍କଠାରେ ଅଭିଯୋଗ କରିଥିଲେ। କଲେଜ ଅଧ୍ୟକ୍ଷ କୌଣସି ପଦକ୍ଷେପ ନ ନେବାରୁ ଛାତ୍ରୀଜଣକ ବୁଧବାର ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ରାତ୍ରି ଜଗୁଆଳିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଏ ନେଇ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ଅଭିଯୋଗରେ କଲେଜ ଛାତ୍ରୀ ଜଣକ ଯାହା ଉଲ୍ଲେଖ କରିଛନ୍ତି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ଘଟଣାଦିନ ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ମହିଳା ଅଧ୍ୟାପିକାଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା। ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଣକ ସମ୍ପୃକ୍ତ ଛାତ୍ରୀଙ୍କ ପ୍ରତି ଯେଉଁ ଅଶାଳୀନ ମନ୍ତବ୍ୟ ଦେଇଥିଲେ ସେଥିନେଇ ତାଙ୍କୁ ତାଗିଦ୍‌ କରାଯାଇଥିଲା। ସେ ମଧ୍ୟ ନିଜ ଭୁଲ୍‌ ସ୍ବୀକାର କରିବା ପରେ ଘଟଣାର ସମାଧାନ ହୋଇଯାଇଥିଲା ବୋଲି ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri