ଟଙ୍କା ନ ଦେଲେ ମିଳୁନି ରନ୍ଧନ ଗ୍ୟାସ

ବାଲେଶ୍ୱର ଅଫିସ,୭ା୪: ବାଲେଶ୍ୱର ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଟଙ୍କା ନ ହେଲେ ସରକାର ପ୍ରଦାନ କରିଥିବା ଏଲ୍‌ପିଜି ଗ୍ୟାସ ସଂଯୋଗ ମିଳୁ ନ ଥିବା ଅଭିଯୋଗ କରିଛି ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର ଜିଲା କମିଟି। ଜିଲାରେ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ପ୍ରସ୍ତୁତି ପାଇଁ ସରକାର ଏଲ୍‌ପିଜି ଗ୍ୟାସ ସଂଯୋଗ, ଦୁଇଟି ଚୁଲା ଓ ଗ୍ୟାସ ଫିଲିଙ୍ଗ୍‌ ପାଇଁ ଗତ ୨୦୨୧ ଜାନୁଆରୀ ୨୭ତାରିଖରେ ଚିଠି ନଂ:୩୧୦ରେ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ପିଛା ୭ହଜାର ୫ଶହ ଓ ୨ହଜାର ୫ଶହ ଟଙ୍କା ଅଙ୍ଗନୱାଡି ୱାର୍କର ଓ ମିନିୱାର୍କରଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ମଞ୍ଜୁରୀ ଆସିଥିଲେ ମଧ୍ୟ ଆଇସିଡିଏସ୍‌ ପ୍ରକଳ୍ପ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଏହି ଟଙ୍କା ଦେଇ ନ ଥିବାରୁ ରନ୍ଧନ ଗ୍ୟାସ ସଂଯୋଗ ହୋଇପାରିନି। କେତେକ ଅଙ୍ଗନଓ୍ବାଡି କର୍ମୀଙ୍କୁ ଜିଲା ଅଫିସକୁ କର୍ତ୍ତୃୃପକ୍ଷ ଡକାଇ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ୨ହଜାର ୫ଶହ ଟଙ୍କା ଦେବାପାଇଁ ବାଧ୍ୟ କରୁଛନ୍ତି। ନଚେତ ଉକ୍ତ ଟଙ୍କା ଆକାଉଣ୍ଟକୁ ପଠାଯିବ ନାହିଁ ବୋଲି କୁହାଯାଉଥିବାରୁ ସମଗ୍ର ଜିଲାର ଅଙ୍ଗନୱାଡି କର୍ମୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆସନ୍ତା ୧୩ତାରିଖରେ ପ୍ରତ୍ୟେକ ସିଡିପିଓଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି।
ମେଡିସିନ୍‌ କିଟ୍‌ ଓ ଅନ୍ୟାନ୍ୟ ସମସ୍ତ ମଞ୍ଜୁରୀ ଅର୍ଥରୁ କେତେକ ପ୍ରକଳ୍ପ ଅଧିକାରୀମାନେ ୱାର୍କର ଓ ମିନି ୱାର୍କରଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରାଇ ନେବା ପାଇଁ ଚାପ ପ୍ରୟୋଗ କରୁଥିବାରୁ ଏସମ୍ପର୍କରେ ୫-ଟି ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ଓ ସଚିବ, ମିଶନ ଶକ୍ତି ସଚିବ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ବୋଲି ଅଙ୍ଗନଓ୍ବାଡି କର୍ମୀି ନମିତା ଶତପଥୀ, ଅଞ୍ଜଳି ପ୍ରଧାନ, ଶାନ୍ତିଲତା ମାଝୀ ଓ ନମିତା ବେରା ପ୍ରମୁଖ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ କରି ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରି ଅଙ୍ଗନୱାଡି ଶିଶୁମାନଙ୍କୁ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ଲକ୍ଷ୍ୟରେ କ୍ରମାଗତ ଭାବେ ଆଇସିଡିଏସ୍‌ ପାଇଁ ମଞ୍ଜୁରୀ ହ୍ରାସ କରି ଚାଲିଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ବୈଠକରେ ଫୁଲ ସୋରେନ, ସଂଯୁକ୍ତା ଦାସ, ତାପସୀ ରାଣୀ ଅଗସ୍ତି, ସୁମିତ୍ରା ମଲ୍ଲିକ, ଅନୁପମା ଗିରି, ଗୀତାରାଣୀ ରାଉତ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?