Posted inଫୁରସତ

ଅଜା ଆଈ ହେଲେ ବରକନିଆ, ନାତି ନାତୁଣୀ ସାଜିଲେ ବରଯାତ୍ରୀ

ଉତ୍ତରପ୍ରଦେଶ ଆମେଠିର ଏକ ବିବାହ ନିକଟରେ ବେଶ୍‌ ଚର୍ଚ୍ଚାରେ ଥିଲା। ଏଠାରେ ଏକ ଦମ୍ପତି ୨୮ ବର୍ଷ ପର୍ଯ୍ୟନ୍ତ ବିନା ବିବାହରେ ଏକାଠି ରହିବା ପରେ ବିବାହ କରିଥିଲେ। ଏଥିରେ ତାଙ୍କ ଝିଅ, ନାତି ନାତୁଣୀ, ସମ୍ପର୍କୀୟ, ଗାଁ ଲୋକ ସମସ୍ତେ ବେଶ୍‌ ଖୁସିରେ ଯୋଗ ଦେଇଥିଲେ। ଆମେଠିର ଖୁଟହନା ଗ୍ରାମର ୬୫ ବର୍ଷୀୟ ମୋତିଲାଲ ୬୦ ବର୍ଷୀୟା ମୋହିନୀଙ୍କୁ ବିବାହ କରିଥିଲେ। ବିବାହ ପାଇଁ ମୋତିଲାଲ କାର୍ଡ ବି ଛପେଇଥିଲେ। ଭୋଜି ସହ ଢୋଲର ତାଳେ ତାଳେ ଜମେଇକି ନାଚଗୀତ ବି ହୋଇଥିଲା। ମୋତିଲାଲ ଓ ମୋହିନୀ ସାତଫେରା ନେଇ ତାଙ୍କ ସମ୍ପର୍କକୁ ଧାର୍ମିକ ମାନ୍ୟତା ଦେଇଥିଲେ। ମୋତିଲାଲ କହନ୍ତି, ୨୮ ବର୍ଷ ପୂର୍ବେ ମୋହିନୀଙ୍କୁ ମୁଁ ନେଇ ଚାଲି ଆସିଥିଲି। ଦୁହେଁ ଏକାଠି ସ୍ବାମୀ ସ୍ତ୍ରୀ ଭଳି ରହିଲୁ। ହେଲେ ବିବାହ କରି ନ ଥିଲୁ। ଏହା ଭିତରେ ପିଲା ବି ହେଲେ। ଆଉ ବିବାହ କଲୁନି। ପିଲାମାନେ ବଡ଼ ହେବା ସହ କାଳେ ସେମାନଙ୍କ ବିବାହରେ କିଛି ସମସ୍ୟା ଆସିବ ସେଥିପାଇଁ ଆମେ ବିବାହ ନ କରି ରହିଗଲୁ। ଝିଅଙ୍କ ବିବାହ ପରେ ଭାବିଲି ଏବେ ଆମ ସମ୍ପର୍କକୁ ଧାର୍ମିକ ମାନ୍ୟତା ଦେବାର ସମୟ ଆସିଯାଇଛି। ବିବାହ ସମ୍ପନ୍ନ କରାଇଥିବା ପଣ୍ଡିତ କହନ୍ତି, ବିନା ବିବାହରେ ଜନ୍ମ ହୋଇଥିବା ସନ୍ତାନ ମାତା ପିତାଙ୍କୁ ଶ୍ରାଦ୍ଧ ଓ ତର୍ପଣ ଦେଇପାରିବେ ନାହିଁ। ତେଣୁ ଦୁହେଁ ଏ ବୟସରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ସମାଜ ତାଙ୍କ ସମ୍ପର୍କକୁ ସ୍ବୀକୃତି ଦେଇଥିବାରୁ ସେମାନେ ବେଶ୍‌ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଜଙ୍ଗଲ ଉପରେ ଚାଲିଲା ବୁଲ୍‌ଡୋଜର, ସାମ୍ନାରେ ପାଚେରୀ ଭଳି ଠିଆ ହେଲା ଗଜରାଜ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଦୁନିଆରେ ପ୍ରତିଦିନ ଏମିତି କିଛି ଭିଡିଓ ସାମ୍ନାକୁ ଆସେ, ଯାହା ମଣିଷକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ। କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଜିମ୍‌ରେ ଜେଜେବାପା: ବଡି ଓ ଫିଟ୍‌ନେସ୍ ଦେଖି ତାଟକା ହେଲେ ସୋସିଆଲ ମିଡିଆ ୟୁଜର୍ସ, VIDEO ଦେଖିଲେ ଆପଣ ବି…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ ମଜାଦାର ହୋଇଥିବା ବେଳେ କିଛି ଭିଡିଓ ଦେଖିଲେ ଆଖି ଖୋସି…

ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri