Posted inଫୁରସତ

ପାଲିଙ୍କିରେ ଆସିଲା ବର ଓ ବଳଦ ଗାଡ଼ିରେ ବରଯାତ୍ରୀ

ଆଜିକାଲି ବାହାଘରେ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ଦାମୀ ଲକ୍‌ଜୁରୀୟସ୍‌ ଗାଡ଼ିରେ ବର ଆସିବା ସହ ବରଯାତ୍ରୀମାନଙ୍କ ପାଇଁ ବି ଦାମୀଗାଡ଼ିର ଲାଇନ୍‌ ଲାଗୁଛି। କିନ୍ତୁ ଉତ୍ତରପ୍ରଦେଶ, ଦେବରୀୟାର ଏକ ବାହାଘରେ ଟଙ୍କା ଓ ଷ୍ଟାଟସ୍‌କୁ ପ୍ରଦର୍ଶିତ ନ କରାଯାଇ, ଗୁରୁତ୍ୱ ଦିଆଯାଇଛି ପରମ୍ପରାକୁ। ବିବାହର ଯେଉଁ ପରମ୍ପରାକୁ ଆମେ ବହୁ ବର୍ଷ ହେବ ଭୁଲିଯାଇଛୁ ତାକୁ ଏହି ବିବାହରେ ଦେଖିବାକୁ ମିଳିଥିଲା। ଏଥିରେ ବର ପାଲିଙ୍କିରେ ବସି ଆସିବାବେଳେ ବରଯାତ୍ରୀ ଆସିଥିଲେ ସୁସଜ୍ଜିତ ବଳଦଗାଡ଼ିରେ। ଏହି ବରଯାତ୍ରୀ ଯେଉଁ ରାସ୍ତା ଦେଇ ଯାଉଥିଲା ଦେଖଣାହାରୀଙ୍କ ଲମ୍ବା ଲାଇନ୍‌ ଲାଗିଯାଉଥିଲା। ବରଯାତ୍ରୀ କୁଶହରୀ ଗ୍ରାମରୁ ବଲହିଡା ଗ୍ରାମକୁ ଯାଇଥିଲା। କୁଶହରୀ ଗ୍ରାମର ଛୋଟେଲାଲ ପାଲ ଧନଗର୍‌ ଥିଲେ ବର। ସେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆର୍ଟ ଡିପାର୍ଟମେଣ୍ଟରେ କାମ କରନ୍ତି। ବଲହିଡା ଗ୍ରାମର ସରିତା ଥିଲେ କନିଆ। କନିଆଙ୍କ ଘର ବରଘରଠାରୁ ପ୍ରାୟ ୩୨ କି.ମି. ଦୂର। ବରଯାତ୍ରୀ ଗାଡ଼ି ଯେବେ ଏତେ ବାଟ ଅତିକ୍ରମ କରି କନିଆ ଗାଁରେ ପହଞ୍ଚତ୍ଲା ପୂରା ଗାଁର ଲୋକ ଦେଖିବାକୁ ଆସିଥିଲେ। ବରଯାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri