ଜେଲରୁ ସାକ୍ଷୀଙ୍କୁ ଧମକାଇବା ମାମଲା, ଅଭିଯୁକ୍ତ ଦଣ୍ଡିତ

ଛତ୍ରପୁର,୨୯ା୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇ ଛତ୍ରପୁର ସବଜେଲରେ ବିଚାରାଧୀନ ବନ୍ଦୀ ଥିବା ଅଭିଯୁକ୍ତ ଫୋନରେ ସାକ୍ଷୀଙ୍କୁ ଧମକାଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଛତ୍ରପୁର ଏସଡ଼ିଜେଏମ୍‌ ପ୍ରୀତିଶ କୁମାର ରଥ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ବିପୁଳିଙ୍ଗି ଗ୍ରାମର ରାଧାଶ୍ୟାମ ପଣ୍ଡାଙ୍କୁ ୧ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ହତ୍ୟା ମାମଲାର ଏତଲାକାରୀ ତଥା ସାକ୍ଷୀ ଆଶିଷ ପଣ୍ଡାଙ୍କୁ ରାଧାଶ୍ୟାମ ଜୀବନରେ ମାରିବାକୁ ଧମକ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏହି ସଜା ପାଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ ।
ସୂଚନାଯୋଗ୍ୟ, ୨୦୨୩ ଫେବୃଆରୀ ମାସରେ କୌଣସି ଏକ କାରଣକୁ ନେଇ ରାଧାଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଘରେ କେହି ନଥିବାର ସୁଯୋଗ ନେଇ ରାଧାଶ୍ୟାମ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ଏହି ଖବରପାଇ ଓ ବାପାଙ୍କ ଅତ୍ୟାଚାର ସହି ନପାରି ତାଙ୍କ ପୁଅ ଦେବାଶିଷ ପଣ୍ଡା ଆତ୍ମହତ୍ୟା କରିଥିଲେ। ହତ୍ୟା ଅଭିଯୋଗରେ ଗତବର୍ଷ ମାର୍ଚ୍ଚରୁ ଅଭିଯୁକ୍ତ ରାଧାଶ୍ୟାମ ଛତ୍ରପୁର ସବଜେଲରେ ବିଚରାଧୀନ ବନ୍ଦୀ ଭାବେ ରହିଛନ୍ତି। ସେଠାରେ ରହିଲା ପରେ ବି ତାଙ୍କର ଅତ୍ୟାଚାର କମି ନ ଥିଲା। ସେ ନିଜର ଅନ୍ୟ ୨ ପୁଅ ଆଶିଷ ଓ ଶାନ୍ତନୁଙ୍କୁ ମାରିବା ପାଇଁ ବିଭିନ୍ନ ଲୋକଙ୍କ ମାଧ୍ୟମରେ ତଥା ଫୋନ ମାଧ୍ୟମରେ ଧମକ ଦେଇ ଆସୁଥିଲେ। ଏହାକୁ ପ୍ରଥମେ ପୁଅମାନେ ଏତେ ଧ୍ୟାନ ଦେଉନଥିଲେ । ପରେ ଯେତେବେଳେ ଏହି କଥା ବଢିବାରେ ଲାଗିଲା, ସେତେବେଳେ ଦୁଇ ପୁଅ ଛତ୍ରପୁର ଥାନାକୁ ଜଣାଇଥିଲେ। ଗତ ଅଗଷ୍ଟ ୨୦ ତାରିଖରେ ଆଶିଷ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଗଷ୍ଟ ୨୦, ୨୦୨୩ରେ କେସ ନମ୍ବର ୫୪୭/୨୦୨୩ରେ ମାମଲାଟି ରୁଜ୍ଜୁ ହେବା ସହ ତଦନ୍ତକାରୀ ଅଧିକାରୀ ବିନୟ କୁମାର ଦାସ ଏହାର ବିଭିନ୍ନ ପ୍ରମାଣକୁ ଏକାଠି କରି ଚାର୍ଜସିଟ ଦାଖଲ କରିଥିଲେ । ଏହି ମାମଲାଟି ଜିଆର ୧୧୦୧/୨୩ ରେ ପଞ୍ଜିକୃତ ହୋଇ ଛତ୍ରପୁର କୋର୍ଟରେ ବିଚରାଧୀନ ରହିଥିଲା। ସୋମବାର ୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ତଥା ସାକ୍ଷୀଙ୍କ ସୁରକ୍ଷା କଥା ଚିନ୍ତା କରି ଅଭିଯୁକ୍ତଙ୍କୁ ୫୦୬ଧାରାରେ ଅଭିଯୁକ୍ତ ରାଧାଶ୍ୟାମଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରିଥିଲେ। ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri