ଅର୍ଥ ବ୍ୟବସ୍ଥା ସୁଧାର ପ୍ରକ୍ରିୟାରେ ବାଧା, ଚିନ୍ତା ବଢ଼ାଉଛି ସଂକ୍ରମଣ

ଭୁବନେଶ୍ୱର,୨୬।୪: ଚଳିତ ଆର୍ଥତ୍କବର୍ଷରେ ଦେଶର ଅଭିବୃଦ୍ଧି ଟ୍ରାକକୁ ଫେରି ଆସିବ ବୋଲି ଅନେକେ ଆଶା କରୁଥିଲେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ମଧ୍ୟ ୨ ସପ୍ତାହ ତଳେ କହିଥିଲା ଯେ, ଭାରତର ଅଭିବୃଦ୍ଧି ୧୨.୫% ଛୁଇଁବ। ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସବୁଠାରୁ ବେଶି ହାରରେ ଅଭିବୃଦ୍ଧି କରିବ ବୋଲି ଏହାର ରିପୋର୍ଟରେ କୁହାଯାଇଥିଲା। ବର୍ତ୍ତମାନ କୋଭିଡ୍‌ ୧୯ ପୁଣି ଥରେ ସାରା ବିଶ୍ୱକୁ କବଳିତ କରିଛି। ଅଭିବୃଦ୍ଧି ନେଇ ଏଜେନ୍ସିଗୁଡ଼ିକ ଯେଉଁ ଆକଳନ କରିଥିଲେ ତାହା ହାସଲ କରିବା ସମ୍ଭବ ହେବ କି ନାହିଁ ତାହା ବର୍ତ୍ତମାନ ଆଶଙ୍କା କରାଯାଉଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ସ୍ଥିତି ବର୍ତ୍ତମାନ ସାଂଘାତିକ ହୋଇଛି। ଦେଶର ଜିଡିପିକୁ ୬%ରୁ ଊର୍ଦ୍ଧ୍ୱ ଯୋଗଦାନ ରଖୁଥିବା ମୁମ୍ବାଇର ବ୍ୟବସ୍ଥା ମଧ୍ୟ କରୋନା ପାଇଁ ବେହାଲ ହୋଇପଡିଛି।
ସରକାର ବର୍ତ୍ତମାନ ସାରା ଦେଶକୁ ଲକ୍‌ଡାଉନ କରିନାହାନ୍ତି। ରାଜ୍ୟ ଏବଂ ଆଞ୍ଚଳିକ ସ୍ତରରେ କଟକଣା ଦ୍ୱାରା କୋଭିଡ୍‌କୁ ନିୟନ୍ତ୍ରଣ କରିବାକୁ ରାଜ୍ୟଗୁଡିକୁ ଦାୟିତ୍ୱ ଦିଆଯାଇଛି। ଦ୍ୱିତୀୟ ଲହର ଯୋଗୁ ଯେଉଁ କ୍ଷତି ସାଧନ ହେଉଛି ତାହା ଭରଣା କରିବାକୁ ସମୟ ଲାଗିବ। ଏଭଳି ସ୍ଥିତିରେ ରେଟିଂ ଏଜେନ୍ସି ଫିଚ୍‌ ଭାରତର ଅଭିବୃଦ୍ଧି ଆକଳନକୁ ନେଇ ଆଶାବାଦୀ ବୋଲି କହିଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧୨.୮% ବଢିବ ବୋଲି ଏହି ଏଜେନ୍ସି ରିପୋର୍ଟରେ ପ୍ରକାଶ କରିଛି। ଆର୍‌ବିଆଇ ମଧ୍ୟ ୧୦.୫% ଅଭିବୃଦ୍ଧି ଆକଳନକୁ ଅପରିବର୍ତ୍ତିତ ରଖିଛି। ନିକଟରେ ଗଭର୍ନର ଶକ୍ତିକାନ୍ତ କହିଥିଲେ ଯେ, ସଂକ୍ରମଣ ଅର୍ଥ ବ୍ୟବସ୍ଥାକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଉଛି। ଅର୍ଥ ବ୍ୟବସ୍ଥା ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିବ।
ଜାନୁୟାରୀ ତୁଳନାରେ ଏପ୍ରିଲ ୧୮ ସୁଦ୍ଧା ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଥିବା ବ୍ଲୁମବର୍ଗ ଡାଟାରୁ ସାମ୍ନାକୁ ଆସିଛି। ବ୍ଲୁମ ବର୍ଗ ଇକୋନୋମିକ୍ସର ଅର୍ଥନୀତିଜ୍ଞ ଅଭିଶେକ ଗୁପ୍ତା କହିଛନ୍ତି, ଆଞ୍ଚଳିକ ସ୍ତରରେ ଲାଗୁଥିବା କଟକଣା ମଧ୍ୟ ଆର୍ଥତ୍କ କାର୍ଯ୍ୟକଳାପକୁ ଗଭୀର ଭାବେ ପ୍ରଭାବିତ କରିଛି। ବଜାର ବିଶେଷଜ୍ଞମାନେ ମଧ୍ୟ ଚଳିତ ବର୍ଷ ସୁଧାର ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri