Posted inଖେଳ

ପ୍ରମୋଦଙ୍କ ପାରାଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧା

ନୂଆଦିଲ୍ଲୀ, ୪।୫(ପି.ଟି.)-ଓଡ଼ିଶାର ଶୀର୍ଷସ୍ଥାନୀୟ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ପାରାଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। ଦେଶର ଅନ୍ୟତମ ଖେଳାଳି ସୁକାନ୍ତ କଦମଙ୍କ ଅବସ୍ଥା ମଧ୍ୟ ତାହା। କୋଭିଡ୍‌-୧୯ ମହାମାରୀ ଯୋଗୁ ନୂଆ କ୍ୱାରାଣ୍ଟାଇନ୍‌ ନିୟମ ଅନୁସାରେ ଏ ଦୁଇ ଖେଳାଳି ସ୍ପାନିଶ ଇଣ୍ଟରନ୍ୟାଶନାଲରେ ଭାଗ ନେଇ ପାରିବେ ନାହିଁ। ଏହି ପ୍ରତିଯୋଗିତା ମେ ୧୧ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତରୁ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସ୍ପେନରେ ୧୦ ଦିନିଆ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଛି। ଫଳରେ ଏମାନେ ଭାଗ ନେବା ସମ୍ଭବ ହେବନାହିଁ। ”ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ମୁଁ ଆଗ୍ରହର ସହ ସ୍ପାନିଶ୍‌ ଟୁର୍ନାମେଣ୍ଟକୁ ଅପେକ୍ଷା କରିଥିଲି। ପାରା ଅଲିମ୍ପିକ୍ସ ପୂର୍ବରୁ ଏହା ଶେଷ ଟୁର୍ନାମେଣ୍ଟ। ଟୋକିଓରେ ମୁଁ କ୍ୟାରିୟରର ସର୍ବପ୍ରଥମ ପାରା ଅଲିମ୍ପିକ୍ସରେ ଭାଗନେବାକୁ ଲକ୍ଷ୍ୟ ରଖିଥିବାରୁ ସ୍ପେନ୍‌ରେ ପ୍ରସ୍ତୁତି ପାଇଁ ଭଲ ସୁଯୋଗ ଥିଲା। ମାତ୍ର ସାମ୍ପ୍ରତିକ ସମୟର ଆବଶ୍ୟକତାକୁ ମୁଁ ବୁଝୁଛି। ସମସ୍ତେ କୋଭିଡ୍‌ ପ୍ରୋଟୋକଲ ମାନି ସୁରକ୍ଷିତ ରହିବାକୁ ମୁଁ ନିବେଦନ କରୁଛି“ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି। ଗତମାସରେ ଦୁବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନରେ ୪ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ପାଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ ପ୍ରମୋଦ ଓ କଦମ। ବିଶ୍ୱର ନମ୍ବର ଓ୍ବାନ ଖେଳାଳି ପ୍ରମୋଦ ଏସ୍‌ଏଲ୍‌ ୩ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ନିଜ ଦେଶର କୁମାର ନୀତେଶଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଏସ୍‌ଏଲ୍‌୩-ଏସ୍‌ଏଲ୍‌୪ ପୁରୁଷ ଡବଲ୍ସ ଇଭେଣ୍ଟରେ ମଧ୍ୟ ମନୋଜ ସରକାରଙ୍କୁ ସାଥିକରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏସଏଲ୪ ସିଙ୍ଗଲ୍ସରେ କଦମ ରୌପ୍ୟ ପଦକ ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ରୋହିତ, ଅଶ୍ୱିନ, ଅକ୍ଷରଙ୍କ ଉନ୍ନତି

ଦୁବାଇ,୧।୩(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ଓପନର ରୋହିତ ଶର୍ମା କ୍ୟାରିୟର ଶ୍ରେଷ୍ଠ ଅଷ୍ଟମ ସ୍ଥାନ ଅଧିକାର...

ଏତିକି ଖେଳାଳିଙ୍କୁ ରିଟେନ କରିପାରିବେ ଆଇପିଏଲ ଫ୍ରାଞ୍ଚାଇଜ

ମୁମ୍ବାଇ,୨୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ଲାଗି ହେବାକୁ ଥିବା ବଡ଼ ଅକ୍‌ଶନ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଇତିହାସ ଜାଣନ୍ତୁ

ମେଲବର୍ନ, ୨୩।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ବକ୍ସିଂ ଡେ’...

ଆଇପିଏଲ୍‌ରେ ପ୍ରଥମ ଭାରତୀୟ ଭାବେ ଏହି ଖାସ୍‌ ରେକର୍ଡ କରିପାରନ୍ତି ବିରାଟ କୋହଲି

ବିରାଟ କୋହଲି ତାଙ୍କ ନାମରେ ଅନେକ ରେକର୍ଡ କରିଛନ୍ତି। ଆଇପିଏଲ ୨୦୨୧ରେ ସେ ଏକ ସ୍ବତନ୍ତ୍ର ରେକର୍ଡ ସ୍ଥାପନ କରିପାରିବାର ସୁଯୋଗ ରହିଛି। ଏପର୍ଯ୍ୟନ୍ତ କୌଣସି...

ଆଜି ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କେତେବେଳେ ଆରମ୍ଭ ହେବ

କଲମ୍ବୋ,୧୧।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ରବିବାର ଦିନ ଖେଳ ଶେଷ ହୋଇପାରି ନାହିଁ। ଭାରତୀୟ ଇନିଂସରେ...

ନିଖୋଜ ଉଗାଣ୍ଡା ଆଥ୍‌ଲେଟ ଭାରତ ଟ୍ରାକ୍‌ ଜ୍ୟାକେଟ ପିନ୍ଧିଥିଲେ

ଟୋକିଓ, ୨୩ା୭(ପି.ଟି.): ପ୍ରି-ଅଲିମ୍ପିକ୍ସ ଟ୍ରେନିଂ ବେଳେ ନିଖୋଜ ହୋଇଯାଇଥିବା ଉଗାଣ୍ଡାର ଭାରୋତ୍ତୋଳକ ଜୁଲିଅସ୍‌ ସେକିଟୋଲେକୋଙ୍କୁ ବିମାନବନ୍ଦରରେ ଭାରତ ଟ୍ରାକ୍‌ ଜ୍ୟାକେଟ ପରିଧାନ କରିଥିବା ଅବସ୍ଥାରେ ଦେଖିବାକୁ...

ଆଇଓସି ସଦସ୍ୟ ହେଲେ ବାତ୍ରା

ନୂଆଦିଲ୍ଲୀ, ୨୩।୫- ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏହାର କାର୍ଯ୍ୟକାରୀ ବୋର୍ଡ ଲାଗି ୧୦ ଜଣ ନୂତନ ସଦସ୍ୟଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ଭାରତୀୟ...

ଇତିହାସ ରଚିଲେ ଏହି କ୍ରିକେଟର୍‌

ଆବୁଧାବି,୨୮।୧୦: ନାମ୍ବିଆର ପେସର୍‌ ରୁବେନ ଟ୍ରମ୍ପେଲମ୍ୟାନ ଟି -୨୦ ବିଶ୍ୱକପ ୨୦୨୧ରେ ଇତିହାସ ସୃଷ୍ଟି କରିଛନ୍ତି। ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ସ୍କଟଲ୍ୟାଣ୍ଡ ବିପକ୍ଷ ଇନିଂସର...

Advertisement
Archives

Model This Week