Posted inଖେଳ

ପ୍ରମୋଦଙ୍କ ପାରାଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧା

ନୂଆଦିଲ୍ଲୀ, ୪।୫(ପି.ଟି.)-ଓଡ଼ିଶାର ଶୀର୍ଷସ୍ଥାନୀୟ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ପାରାଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। ଦେଶର ଅନ୍ୟତମ ଖେଳାଳି ସୁକାନ୍ତ କଦମଙ୍କ ଅବସ୍ଥା ମଧ୍ୟ ତାହା। କୋଭିଡ୍‌-୧୯ ମହାମାରୀ ଯୋଗୁ ନୂଆ କ୍ୱାରାଣ୍ଟାଇନ୍‌ ନିୟମ ଅନୁସାରେ ଏ ଦୁଇ ଖେଳାଳି ସ୍ପାନିଶ ଇଣ୍ଟରନ୍ୟାଶନାଲରେ ଭାଗ ନେଇ ପାରିବେ ନାହିଁ। ଏହି ପ୍ରତିଯୋଗିତା ମେ ୧୧ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତରୁ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସ୍ପେନରେ ୧୦ ଦିନିଆ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଛି। ଫଳରେ ଏମାନେ ଭାଗ ନେବା ସମ୍ଭବ ହେବନାହିଁ। ”ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ମୁଁ ଆଗ୍ରହର ସହ ସ୍ପାନିଶ୍‌ ଟୁର୍ନାମେଣ୍ଟକୁ ଅପେକ୍ଷା କରିଥିଲି। ପାରା ଅଲିମ୍ପିକ୍ସ ପୂର୍ବରୁ ଏହା ଶେଷ ଟୁର୍ନାମେଣ୍ଟ। ଟୋକିଓରେ ମୁଁ କ୍ୟାରିୟରର ସର୍ବପ୍ରଥମ ପାରା ଅଲିମ୍ପିକ୍ସରେ ଭାଗନେବାକୁ ଲକ୍ଷ୍ୟ ରଖିଥିବାରୁ ସ୍ପେନ୍‌ରେ ପ୍ରସ୍ତୁତି ପାଇଁ ଭଲ ସୁଯୋଗ ଥିଲା। ମାତ୍ର ସାମ୍ପ୍ରତିକ ସମୟର ଆବଶ୍ୟକତାକୁ ମୁଁ ବୁଝୁଛି। ସମସ୍ତେ କୋଭିଡ୍‌ ପ୍ରୋଟୋକଲ ମାନି ସୁରକ୍ଷିତ ରହିବାକୁ ମୁଁ ନିବେଦନ କରୁଛି“ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି। ଗତମାସରେ ଦୁବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନରେ ୪ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ପାଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ ପ୍ରମୋଦ ଓ କଦମ। ବିଶ୍ୱର ନମ୍ବର ଓ୍ବାନ ଖେଳାଳି ପ୍ରମୋଦ ଏସ୍‌ଏଲ୍‌ ୩ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ନିଜ ଦେଶର କୁମାର ନୀତେଶଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଏସ୍‌ଏଲ୍‌୩-ଏସ୍‌ଏଲ୍‌୪ ପୁରୁଷ ଡବଲ୍ସ ଇଭେଣ୍ଟରେ ମଧ୍ୟ ମନୋଜ ସରକାରଙ୍କୁ ସାଥିକରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏସଏଲ୪ ସିଙ୍ଗଲ୍ସରେ କଦମ ରୌପ୍ୟ ପଦକ ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri