Posted inଜାତୀୟ

ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ: ପଞ୍ଜାବ ସରକାରଙ୍କ କଡ଼ା ପଦକ୍ଷେପ…

ଚଣ୍ଡିଗଡ଼,୧୯।୩ : ପଞ୍ଜାବର ମୋବାଇଲ ନେଟୱାର୍କରେ ପ୍ରଦାନ କରାଯାଇଥିବା ସମସ୍ତ ଡଙ୍ଗଲ ସେବା ବର୍ତ୍ତମାନ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଞ୍ଜାବର ଆଞ୍ଚଳିକ ପ୍ରାଧିକରଣରେ ଭଏସ କଲ, ବ୍ୟାଙ୍କିଙ୍ଗ ଏବଂ ମୋବାଇଲ ରିଚାର୍ଜ ବ୍ୟତୀତ ସମସ୍ତ ମୋବାଇଲ ଇଣ୍ଟରନେଟ ସେବା ସ୍ଥଗିତ ରଖାଯାଇଛି।

ଅମୃତପାଲ ସିଂ ଏବଂ ତାଙ୍କ ସମର୍ଥକଙ୍କ ଉପରେ କଟକଣା ପରେ ପଞ୍ଜାବର ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଛି। କୌଣସି ଅଘଟଣକୁ ଏଡାଇବା ପାଇଁ ପଞ୍ଜାବରେ ଇଣ୍ଟରନେଟ ସେବା ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।

ଶାନ୍ତି ବଜାୟ ରଖିବାକୁ ଏଡିଜିପି (ଆଇନ ଏବଂ ଆଦେଶ) ଅର୍ପିତ ଶୁକ୍ଲା ଲୋକଙ୍କୁ ନିବେଦନ କରିଛନ୍ତି। ପୋଲିସ ଏହାର କାର୍ଯ୍ୟ କରୁଛି ବୋଲି ଶୁକ୍ଲା କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ସ୍ବତନ୍ତ୍ର ଭାବେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାର ଉଦ୍ଦେଶ୍ୟ ନାଗରିକମାନଙ୍କୁ ବିଚଳିତ କରିବା ନୁହେଁ, ବରଂ ଆଇନ ଶୃଙ୍ଖଳା ବଜାୟ ରଖିବା।

ବିଳମ୍ବିତ ରାତି ସୁଦ୍ଧା ପୋଲିସ ଜଳନ୍ଧରଠାରୁ ପ୍ରାୟ ୩୩ କିଲୋମିଟର ଦୂରରେ ଥିବା ସରିହିଂ ଗ୍ରାମରେ ଅମୃତପାଲଙ୍କୁ ଘେରି ରହିଛି। ସୂଚନାନୁସାରେ, ପୋଲିସ ଗୋଡ଼ାଇବା ପରେ ଅମୃତପାଲ ତାଙ୍କ କାର ଛାଡି ଅଟୋ ଯୋଗେ ସରିହିଂ ଗାଁରେ ପହଞ୍ଚିଥିଲେ। ରବିବାର ସକାଳେ ତାଙ୍କୁ ଗିରଫ କରାଯାଇପାରେ। ଅଜନାଲା ପୋଲିସ ଷ୍ଟେଶନରେ ହୋଇଥିବା ଆକ୍ରମଣ ଘଟଣାରେ ଅମୃତପାଲ ସମେତ ’ୱାରିସ ପଞ୍ଜାବ ଦେ’ ସଂଗଠନର ସଦସ୍ୟଙ୍କ ବିରୋଧରେ ଫେବୃଆରୀ ୨୪ ରେ ମାମଲା ରୁଜୁ କରିବା ପରେ ପୋଲିସ ଏହି ପଦକ୍ଷେପ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ଗ୍ରାହକଙ୍କୁ ବଡ଼ ଝଟ୍‌କା ବଢିଲା କ୍ଷୀର ଦର: ଏବେ ଲିଟର ପିଛା…

ମୁମ୍ବାଇ,୨୮।୮: ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ସେପ୍ଟେମ୍ବର ୧, ୨୦୨୬ଠାରୁ, ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ…

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ: ଗ୍ରାହକଙ୍କ ସୁବିଧା ପାଇଁ …

ଚେନ୍ନାଇ,୨୮।୮: ତାମିଲନାଡୁରେ ମଦର ଖୁଚୁରା ବିକ୍ରି ଉପରେ ସରକାରୀ ଏକାଧିକାର ରଖୁଥିବା ସଂସ୍ଥା TASMAC ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ…

‘ଇମ୍ରାନ ଖାନଙ୍କୁ ମାରିଦେବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର’, ବଡ଼ ଦାବି କଲେ ପୁଅ

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ଼ ଅଭିଯୋଗ ଆସିଛି । ଇମ୍ରାନ ଖାନଙ୍କ ଦୁଇ ପୁଅ କାସିମ ଖାନ ଓ ସୁଲେମାନ ଖାନ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri