Posted inଖେଳ

ଆଜି ଦ୍ୱିତୀୟ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବିଶାଖାପାଟଣା,୧୯ା୩: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର ବିଶାଖାପାଟଣାରେ ଖେଳାଯିବ। ଓ୍ବାଙ୍ଖଡେରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ଲୋକେଶ ରାହୁଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମ ଦିନିକିଆ ଖେଳି ନ ଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଓ୍ବାଙ୍ଖଡେର ଲୋ ସ୍କୋରିଂ ମ୍ୟାଚରେ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ୭୫ ରନ୍‌ ବଳରେ ଭାରତ ୫ ଉଇକେଟରେ ମ୍ୟାଚ ଜିତି ନେଇଥିଲା। ଅନ୍ୟପକ୍ଷରେ ଦୀର୍ଘ ୮ ମାସ ବ୍ୟବଧାନ ପରେ ଦିନିକିଆ ମ୍ୟାଚ୍‌ ଖେଳୁଥିବା ଜାଡେଜା ଉଭୟ ବ୍ୟାଟ୍‌ ଓ ବଲ୍‌ରେ ସନ୍ତୁଳିତ ପ୍ରଦର୍ଶନ କରିଥିଲେ। ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ହୋଇଥିବା ଜାଡେଜା ବୋଲିଂରେ ୨ ଉଇକେଟ ନେଇଥିବା ବେଳେ ବ୍ୟାଟିଂରେ ଅପରାଜିତ ୪୫ ରନ୍‌ କରିଥିଲେ। ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ଆଉ ୬ ମାସରୁ କମ୍‌ ସମୟ ରହିଥିବା ବେଳେ ଏହି ଦୁଇ ଖେଳାଳି ଭାରତର ପ୍ରମୁଖ ଅସ୍ତ୍ର ସାବ୍ୟସ୍ତ ହେବେ। ଏହା ବ୍ୟତୀତ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଟପ୍‌ ଅର୍ଡର ପାଇଁ ଆଉ ଏକ ଶୁଭ ସଙ୍କେତ। ମିଚେଲ ଷ୍ଟାର୍କଙ୍କ ବୋଲିଂରେ ଅସହଜ ମନେ ହୋଇଥିବା ଭାରତୀୟ ବ୍ୟାଟିଂକୁ ଏହା ଶକ୍ତ କରିବ। ତେବେ ରୋହିତଙ୍କ ପ୍ରତ୍ୟାବର୍ତ୍ତନ କାରଣରୁ ଇଶାନ କିଶନଙ୍କୁ ବାହାରେ ବସିବାକୁ ପଡିବ। ଷ୍ଟାର୍କ ଶୁକ୍ରବାର ଘାତକ ବୋଲିଂ କରିବା ସହିତ ବିରାଟ କୋହଲି(୪), ସୂର୍ଯ୍ୟକୁମାର ଯାଦବ(୦) ଓ ଶୁବମାନ ଗିଲ୍‌(୨୦)ଙ୍କୁ ଆଉଟ କରିଥିଲେ। ଭାରତୀୟ ବ୍ୟାଟର ବାମହାତୀ ପେସ୍‌ ବୋଲରଙ୍କ ସାମ୍ନାରେ ନିଷ୍ପ୍ରଭ ମନେହେଉଥିବା ବେଳେ ଆଗାମୀ ଦୁଇ ମ୍ୟାଚରେ ଷ୍ଟାର୍କଙ୍କୁ ଖେଳି ଭାରତୀୟ ଖେଳାଳି ଏହି ଅଭିଜ୍ଞତା ହାସଲ କରିବେ। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଏହା ଭାରତୀୟ ଖେଳାଳିଙ୍କ ପାଇଁ ଲାଭଦାୟକ ହେବ। କୋହଲି ଓ ଗିଲ୍‌ଙ୍କ ଲୋ ସ୍କୋର ଭାରତ ପାଇଁ ଚିନ୍ତାଜନକ ନ ଥିବା ବେଳେ ଦିନିକିଆ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବଙ୍କ ନିୟମିତ ବିଫଳତା ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଭାରତୀୟ ବୋଲିଂ ଲାଇନଅପ୍‌ ବେଶ୍‌ ଚମତ୍କାର ରହିଥିବା ବେଳେ ଏଥିରେ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ। ଓ୍ବାଙ୍ଖଡେରେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିବା ବେଳେ ତୃତୀୟ ପେସ୍‌ ବୋଲର ଭୂମିକାରେ ନଜର ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଜାଡେଜା ଭଲ ବୋଲିଂ କରିଥିବା ବେଳେ କୁଲଦୀପ ଯାଦବ ଓ ଶାର୍ଦ୍ଦୂଳ ଠାକୁର ଆଭରେଜ ବୋଲିଂ କରିଥିଲେ। ତେବେ ସମାନ ବୋଲିଂ ଲାଇନ୍‌ ଅପ୍‌ ସହ ଭାରତ ଓହ୍ଲାଇବାକୁ ଚାହିଁବ। ପ୍ରଥମ ଦିନିକିଆରେ ୪ ଜଣ ଅଲରାଉଣ୍ଡରଙ୍କୁ ଖେଳାଇଥିଲେ ମଧ୍ୟ ଭାରତ ଉପରେ ଚାପ ସୃଷ୍ଟି କରିବାରେ ଅଷ୍ଟ୍ରେଲିଆ ବିଫଳ ହୋଇଥିଲା। ଏହା ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କ ପାଇଁ ଚିନ୍ତାର କାରଣ ପାଲଟିବ।

 

ମ୍ୟାଚ୍‌ ସ୍ଥାନ-ଓ୍ବାଇଏସ୍‌ଆର ରେଡ୍ଡୀ ଷ୍ଟାଡିୟମ, ବିଶାଖାପାଟଣା, ସମୟ: ଅପରାହ୍ନ ୧.୩୦
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?