ସବୁ ପଞ୍ଚାୟତକୁ ଏପ୍ରିଲ ସୁଦ୍ଧା ଇଣ୍ଟରନେଟ୍‌ ସଂଯୋଗ

ଭୁବନେଶ୍ୱର,୭ା୧୦(ବ୍ୟୁରୋ):ରାଜ୍ୟର ସବୁ ପଞ୍ଚାୟତରେ ଇଣ୍ଟରନେଟ୍‌ ସଂଯୋଗ କରାଯିବ। ୫-ଟି ଢାଞ୍ଚାରେ ପ୍ରଶାସନକୁ ତ୍ୱରାନ୍ବିତ କରିବା ଲାଗି ଏହି ପଦକ୍ଷେପ ନେଇ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟାନ୍ବୟନ କମିଟି ବୈଠକରେ ଏହା ସ୍ଥିର କରାଯାଇଛି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଆଇଟି ସଚିବ ମନୋଜ ମିଶ୍ର ଇଣ୍ଟରନେଟ୍‌ ସଂଯୋଗ ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଏବଂ ଆର୍ଥିକ ବିଷୟ ଉପରେ ଆଲୋଚନା ଲାଗି ତଥ୍ୟ ଉପସ୍ଥାପିତ କରିଛନ୍ତି। ଭାରତନେଟ୍‌ ଯୋଜନାରେ ହୋଇଥିବା ଅଗ୍ରଗତିର ସମୀକ୍ଷାକରି ଏପ୍ରିଲ ସୁଦ୍ଧା ସମସ୍ତ ପଞ୍ଚାୟତକୁ ଇଣ୍ଟରନେଟ୍‌ ସଂଯୋଗ କରିବାକୁ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଡିଜିଟାଲ ଭିତ୍ତିଭୂମି ରାଜ୍ୟ ବିକାଶର ଏକ ପ୍ରମୁଖ ଚାଳକ ହେବ। ପ୍ରତି ପଞ୍ଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ଓ୍ବାଇ-ଫାଇ ସଂଯୋଗ ଦିଆଯିବ। ପଞ୍ଚାୟତସ୍ତରର ସବୁ ସରକାରୀ ଅଫିସ, ବ୍ୟାଙ୍କ, ମେଡିକାଲ ଆଦି ଏହି ଇଣ୍ଟରନେଟ ସେବା ପାଇପାରିବେ ବୋଲି ସେ କହିଛନ୍ତି। ଇଣ୍ଟରନେଟ୍‌ ଭିତ୍ତିଭୂମିର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ଆବଶ୍ୟକ ସ୍ଥଳେ ଉନ୍ନତୀକରଣ ଲାଗି ଏକ ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ ବ୍ୟବସ୍ଥା କରିବାକୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପଞ୍ଚାୟତରେ ୫ଟି ଇଣ୍ଟରନେଟ୍‌ ପଏଣ୍ଟ ଯୋଗାଇବା ନିମନ୍ତେ ସ୍ଥିର କରାଯାଇଛି। ସେଥିରୁ ସମସ୍ତ କାର୍ଯ୍ୟାଳୟ ସଂଯୋଗ ନେଇପାରିବେ। ପଞ୍ଚାୟତର ମୁଖ୍ୟ ବ୍ୟବସାୟିକ ସ୍ଥାନରେ ଓ୍ବାଇ-ଫାଇ ରହିବ। ଟେଲି ମେଡିସିନ କେନ୍ଦ୍ର, କୃଷି-କିଓକ୍ସ ଆଦିକୁ ମଧ୍ୟ ସଂଯୋଜିତ କରାଯିବ।
ମନୋଜ ମିଶ୍ର କହିଛନ୍ତି, ବର୍ତ୍ତମାନ ଯାଏ ୨୨,୫୪୧ କି.ମି. ଅପ୍ଟିିକାଲ ଫାଇବର କେବୁଲ ବିଛା ସରିଛି। ଅବଶିଷ୍ଟ ୫,୦୬୯ କି.ମି. କେବୁଲ କାର୍ଯ୍ୟ ଶୀଘ୍ର ସରିବ। ସେହିପରି ୪୬୫୧ ପଞ୍ଚାୟତ ଏବଂ ୨୩୦ ବ୍ଲକରେ ଇଣ୍ଟରନେଟ୍‌ ସଂଯୋଗ ଦିଆସରିଛି। ପଞ୍ଚାୟତରେ ଇଣ୍ଟରନେଟ୍‌ ସଂଯୋଗ ମିଳିବା ମାତ୍ରେ ସେସବୁ କାର୍ଯ୍ୟକ୍ଷମ କରାଇବା ଆବଶ୍ୟକ। ଓକାକ୍‌ ରାଜ୍ୟର ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ହସ୍ପିଟାଲ ଆସୁଛନ୍ତି ଟମାଟୋ ଫ୍ଲୁ ସନ୍ଦିଗ୍ଧ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): କରୋନା ଭୟ ନ ଯାଉଣୁ ଏବେ ଦେଶରେ ଆଉ ଏକ ସଂକ୍ରାମକ ରୋଗ ‘ଟମାଟୋ ଫ୍ଲୁ’କୁ ନେଇ ଭୟ ଘାରିଛି। ଏହା ସାଧାରଣତଃ...

ଭୁବନେଶ୍ୱର-ଜୟପୁରକୁ ପରୀକ୍ଷାମୂଳକ ବିମାନ ଉଡାଣ

ଭୁବନେଶ୍ୱର,୩।୮(ବ୍ୟୁରୋ): ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ବୁଧବାର ପରୀକ୍ଷାମୂଳକ ବିମାନ ଉଡାଣ କରାଯାଇଛି। ଇଣ୍ଡିଆ ଏୟାର ଓ୍ବାନ୍‌ ବିମାନଟି ବିନା ଯାତ୍ରୀରେ କେବଳ ବିମାନ କର୍ମଚାରୀଙ୍କୁ ନେଇ...

୭ ଜିଲାରେ ମରୁଡ଼ିର ପଦଧ୍ୱନି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଜୁଲାଇ ଅଧା ହେବାକୁ ବସିଲାଣି। ମାସେ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ପ୍ରବେଶ କଲାଣି। ହେଲେ ଆଶାନୁରୂପ ବର୍ଷା ମିଳିପାରୁ ନାହିଁ। ଦୁର୍ବଳ ମୌସୁମୀ...

ହାରାକୁଦର ୧୬ଟି ଗେଟ୍‌ ଖୋଲିଲା

ସମ୍ବଲପୁର, ୧୫।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଗୁରୁବାର ଖୋଲାଯାଇଛି। ୨ଟା ସୁଦ୍ଧା ୧୬ଟି ଗେଟ ଦେଇ ୨ ଲକ୍ଷ ୫୦ ହଜାର କ୍ୟୁସେକ ବନ୍ୟା...

ଆଜିଠୁ ମୌସୁମୀ ବର୍ଷା : ୩ ଦିନ ବର୍ଷିବ, ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ। ସ୍ବାଭାବିକ (ଜୁନ ୧୦)ଠାରୁ ୧୦ ଦିନ ପରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ୨୧...

ବିବାଦରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):୨୦୧୭ ଏବଂ ୨୦୧୮ ମସିହା ଲାଗି ଘୋଷଣା ହୋଇଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରକୁ ନେଇ ପୁଣିଥରେ ବିବାଦ ଉପୁଜିଛି। ନାଟ୍ୟାନୁଷ୍ଠାନ ‘ଏବଂ ଆମେ’ର...

ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶିତ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନର ନାମାଙ୍କନ ଦାଖଲ ସମୟ ଶୁକ୍ରବାର ଶେଷ ହୋଇଯାଇଛି। ସବୁ ଦଳ ପକ୍ଷରୁ...

ନନ୍ଦନକାନନରେ ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ):ନନ୍ଦନକାନନରେ ପୁଣି ଏକ ମହାବଳ ବାଘ ଆଖି ବୁଜିଛି। ମଙ୍ଗଳବାର ସକାଳ ୧୦.୧୫ ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ...

Advertisement
Archives

Model This Week