Posted inଖେଳ

ମାଳବିକାଙ୍କୁ ଇଣ୍ଟରନ୍ୟାଶନାଲ ଟାଇଟଲ

ନୂଆଦିଲ୍ଲୀ, ୨ା୩ (ପି.ଟି.)- ଭାରତର ବରୁଣ କପୁର ଓ ମାଳବିକା ବନ୍‌ସୋଡ୍‌ କାମ୍ପାଲାରେ ଚାଲିଥିବା ଉଗାଣ୍ଡା ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ୨୦୨୧ରେ ପୁରୁଷ ଓ ମହିଳା ଟାଇଟଲ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ବ୍ୟତୀତ ଜର୍ମାନୀ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ ଖେଳାଳିମାନେ ଭାଗ ନେଇଥିଲେ। ବରୁଣ ପୁରୁଷ ସିଙ୍ଗଲ୍ସର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୭ମ ସିଡ୍‌ ଶଙ୍କର ମୁଥୁସ୍ବାମୀଙ୍କୁ ୨୧-୧୮, ୧୬-୨୧, ୨୧-୧୭ରେ ହରାଇ ଦେଇଥିଲେ। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ଫାଇନାଲରେ ମାଳବିକା ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ନିଜ ଦେଶର ଅନୁପମା ଉପାଧ୍ୟାୟଙ୍କୁ ୧୭-୨୧, ୨୫-୨୩, ୨୧-୧୦ରେ ପରାସ୍ତ କରିଥିଲେ। ଜୁନିୟର ବିଭାଗରେ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ବରୁଣ ଜୁନିୟର ସର୍କିଟରେ କ୍ରମାଗତ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏହାଥିଲା ତାଙ୍କର ୬ଷ୍ଠ ଟାଇଟଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବକ୍ସିଂ ଡେ’ ଟେଷ୍ଟ: ଦୈନିକ ୩୦,୦୦୦ଦର୍ଶକଙ୍କୁ ଅନୁମତି

ମେଲବୋର୍ନ, ୧୧ା୧୨ (ପି.ଟି.)-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ଆଇକନିକ ବକ୍ସିଂ ଡେ’ ଟେଷ୍ଟକୁ ଷ୍ଟାଡିୟମରେ ଦୈନିକ ୩୦,୦୦୦ ଦର୍ଶକ ଉପଭୋଗ କରିପାରିବେ। କୋଭିଡ୍‌ ଯୋଗୁ...

ବାହାରିନ୍‌ରେ ଆରମ୍ଭ ହେବ ଫର୍ମୁଲା ଓ୍ବାନ ସିଜନ

ଲଣ୍ଡନ, ୧୩ା୧ (ଏପି)-ଚଳିତବର୍ଷ ଫର୍ମୁଲା ଓ୍ବାନ ସିଜନ ଗୋଟିଏ ସପ୍ତାହ ବିଳମ୍ବ ଘଟିଛି। କୋଭିଡ୍‌ ଯୋଗୁ ଅଷ୍ଟ୍ରେଲିଆନ ଗ୍ରାଁପ୍ରି ମାର୍ଚ୍ଚରୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଥିବାରୁ ଏଥର...

ହର୍ଶଲଙ୍କ ବୋଲିଂର ଜବାବ ନାହିଁ

ଚେନ୍ନାଇ, ୯ା୪- ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍‌ ପାଇଁ ଘାତକ ସାବ୍ୟସ୍ତ ହେଲେ ହର୍ଶଲ ପଟେଲ। ତାଙ୍କ ୫ ଉଇକେଟ ସଫଳତା ଯୋଗୁ...

ସଙ୍କଟରେ ରାଇନାଙ୍କ ସିଏସ୍‌କେ କ୍ୟାରିୟର

ଦୁବାଇ, ୧ା୯: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା...

ମେ ୩୦’ରେ ପର୍ତ୍ତୁଗୀଜ ଲିଗ୍‌ ପୁଣି ଆରମ୍ଭ ହେବ

ଲିସ୍‌ବନ,୧।୫(ଏପି): କୋଭିଡ-୧୯ ସଂକ୍ରମଣ କାରଣରୁ ପର୍ତ୍ତୁଗୀଜ ଫୁଟବଲ ଲିଗ୍‌ ସ୍ଥଗିତ ରହିଥିଲା। ତେବେ ଏହା ପୁଣି ଆରମ୍ଭ ହେବ। ଏହି ଲିଗ୍‌ ମେ ୩୦ ତାରିଖରୁ...

ବୁମ୍‌ରାଙ୍କ ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌

ସାଉଥାମ୍ପ୍‌ଟନ,୫।୬- ଭାରତୀୟ ପେସର ଯଶ୍‌ପ୍ରୀତ ବୁମ୍‌ରା ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ୟାରିୟରର ୫୦ତମ ମ୍ୟାଚ୍‌ ଖେଳିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ...

ଅଶ୍ୱିନଙ୍କ ପାଇଁ ବିସିସିଆଇର ସ୍ବତନ୍ତ୍ର ବ୍ୟବସ୍ଥା

ମୁମ୍ବାଇ,୮।୭: ଭାରତୀୟ ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ବିସିସିଆଇ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଅଶ୍ୱିନ ସରେ...

ହଂକଂ ଅଧିନାୟକ ପଦ ଛାଡ଼ିଲେ ଓଡ଼ିଆ ଖେଳାଳି ଅଂଶୁମାନ

ନୂଆଦିଲ୍ଲୀ, ୧୨।୯- ଭାରତ ପକ୍ଷରୁ ଖେଳିବା ସ୍ବପ୍ନରେ ଓଡ଼ିଆ ପୁଅ ଅଂଶୁମାନ ରଥ ଗୁରୁବାର ହଂକଂ ଜାତୀୟ କ୍ରିକେଟ୍‌ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି।...

Ten Cric Info
Advertisement


Archives

Model This Week

Why Dharitri