Posted inଖେଳ

ଭାରତୀୟ ପିଚ୍‌ର ସମାଲୋଚନାକୁ ରିଚାଡର୍‌ସଙ୍କ ବିରୋଧ

ନୂଆଦିଲ୍ଲୀ,୨।୩ (ପି.ଟି.): ଚଳିତ ଟେଷ୍ଟ ସିରିଜରେ ଇଂଲଣ୍ଡ କ୍ରମାଗତ ଦୁଇଟି ଟେଷ୍ଟରେ ପରାସ୍ତ ହେବା ପରେ ଭାରତୀୟ ପିଚ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଇଂଲଣ୍ଡର କେତେକ ପୂର୍ବତନ ଓ ଏବେକାର କ୍ରିକେଟ ଏ ନେଇ ବିଳାପ କରୁଛନ୍ତି। ତେବେ ଏହାକୁ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ଲିଜେଣ୍ଡ ଭିଭିଆନ ରିଚାଡର୍‌ସ ନାପସନ୍ଦ କରିବା ସହ କଡ଼ା ସମାଲୋଚନା କରିଛନ୍ତି। ପିଚ୍‌କୁ ନେଇ ଚାଲିଥିବା ବିଳାପ ତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ବୋଲି ସେ କହିଛନ୍ତି।
ଇଂଲଣ୍ଡର ପୂର୍ବତନ କ୍ରିକେଟର ମାଇକେଲ ଭନ ଓ ବ୍ରିଟେନର ଗଣମାଧ୍ୟମଗୁଡ଼ିକ ମୋଟେରାର ଟର୍ନିଂ ଟ୍ରାକ୍‌କୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଏକଦା ଇଂଲଣ୍ଡରେ ସିମିଂ ଟ୍ରାକ ବନା ଯାଉଥିଲା ଓ ଗୁଡ୍‌ ଲେନ୍ଥ ସ୍ପଟ୍‌ ହିଁ ବଲ୍‌ ଜମ୍ପ କରୁଥିଲା। ସେତେବେଳେ ବ୍ୟାଟ୍ସମ୍ୟାନମାନେ ଏହି ଟ୍ରାକରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏ ନେଇ କେବେ ବି କୌଣସି ଦଳ ଅଭିଯୋଗ କରି ନ ଥିଲେ। ଭାରତରେ ଖେଳିବାକୁ ହେଲେ ସ୍ପିନ୍‌କୁ ଭଲଭାବେ ସାମ୍ନା କରିବାରୁ କଳା ଶିକ୍ଷା କରିବାକୁ ହୋଇଥାଏ। କିନ୍ତୁ ଇଂଲଣ୍ଡ ଏହି ଗସ୍ତରେ ସ୍ପିନ୍‌କୁ ଖେଳିବା ନେଇ ହୋମ୍‌ଓ୍ବାର୍କ କରିନାହିଁ ବୋଲି ରିଚାଡର୍‌ସ କହିଛନ୍ତି।
ଟେଷ୍ଟ ଫର୍ମାଟ୍‌ରେ ଜଣେ ଖେଳାଳି କଡ଼ା ପରୀକ୍ଷାର ସମ୍ମୁଖୀନ ହୋଇଥାଏ। ତେଣୁ ସ୍ପିନ୍‌କୁ ଖେଳିବା ମଧ୍ୟ ଏକ ବଡ଼ ପରୀକ୍ଷା। ଭାରତ ଗସ୍ତରେ ଗଲେ ସ୍ପିନ୍‌ ଖେଳିବାକୁ ହୋଇଥାଏ। ତେଣୁ ଏଥିପାଇଁ ପ୍ରସ୍ତୁତିର ଆବଶ୍ୟକତା ରହିଥାଏ। ଇଂଲଣ୍ଡ ପ୍ରଥମ ଟେଷ୍ଟରେ ବିଜୟୀ ହୋଇଥିଲା। ତେବେ ଏହାପରେ ଇଂଲଣ୍ଡକୁ ନିୟନ୍ତ୍ରଣକୁ ଆଣିବାର ସଫଳ ହୋଇଥିଲା। ସ୍ପିନ୍‌ ମଧ୍ୟ କ୍ରିକେଟର ଏକ ଅଂଶ ବୋଲି ସେ କହିଛନ୍ତି। ଭାରତୀୟ ଦ୍ରୁତ ବୋଲରମାନେ ମଧ୍ୟ ଗତ କେତେବର୍ଷ ହେବ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତେଣୁ ଇଂଲଣ୍ଡ ଦଳକୁ ଆହୁରି ଭଲ ଭାବେ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି ବୋଲି ରିଚାଡର୍‌ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବର; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri