Posted inଖେଳ

ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଟାଏକୋଣ୍ଡୋ: କବିତାଙ୍କୁ ରୌପ୍ୟ, ଆକାଂକ୍ଷାଙ୍କୁ ବ୍ରୋଞ୍ଜ

କଟକ ଅଫିସ,୮ା୮-
ପଶ୍ଚିମବଙ୍ଗର ସିଲିଗୁଡ଼ିସ୍ଥିତ ଚଙ୍ଗମୁକ୍‌ୱାନ୍‌ ଟାଏକୋଣ୍ଡୋ ଏକାଡେମୀ ଅଫ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାର ସିନିୟର ବର୍ଗରେ କଟକର କବିତା ଜେନା ଓ ଆକାଂକ୍ଷା ଜୟସ୍ବାଲ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ପ୍ରତିଯୋଗିତାରେ ଭାରତ ସମେତ ୨୩ଟି ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଆୟୋଜକ ଅନୁଷ୍ଠାନର ମୁଖ୍ୟ ଡ. ପିନାକୀ ନାରାୟଣ ମୋଇତ୍ରାଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କଟକର ଡିଡି ଏକାଡେମୀ ଅଫ୍‌ ମାର୍ଶାଲ ଆର୍ଟ ପକ୍ଷରୁ ୬ ଜଣ ପ୍ରତିଯୋଗୀ ପ୍ରଶିକ୍ଷକ ଦେବାଶିଷ ଦତ୍ତଙ୍କ ତତ୍ତ୍ୱାବଧାନରେ ଭାଗ ନେଇଥିଲେ। ପ୍ରତିଯୋଗୀମାନେ ହେଲେ କବିତା ଜେନା, ଆକାଂକ୍ଷା ଜୟସ୍ବାଲ, ସିଦ୍ଧି ଶର୍ମା, ଦିପ୍ୟାନ୍‌ ଚକ୍ରବର୍ତ୍ତୀ, ଅଭିଷେକ ସ୍ବାଇଁ ଓ ସୁହାନି ବାଲି। ଏହି ସଫଳତା ପାଇଁ ପ୍ରଶିକ୍ଷକ ଦତ୍ତଙ୍କୁ ପ୍ରଶଂସାପତ୍ର, କୃତି ପ୍ରତିଯୋଗୀଙ୍କ ସମେତ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଦୋଳମୁଣ୍ଡାଇସ୍ଥିତ ଅନୁଷ୍ଠାନର କାର୍ଯ୍ୟାଳୟରେ ପ୍ରତିଯୋଗୀମାନଙ୍କୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ଏକାଡେମୀର ସଦସ୍ୟ ମହାବୀର ପ୍ରସାଦ ଜୟସ୍ବାଲ, ପିଙ୍ଗୋଳା ଦତ୍ତ, ଜ୍ୟୋତ୍ସ୍ନା ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୌତମ ଗମ୍ଭୀରଙ୍କ ଚାକିରି ବିପଦରେ! ବିଗୁଡୁଛି ଡ୍ରେସିଂ ରୁମର ମାହୋଲ

ନୂଆଦିଲ୍ଲୀ,୪।୮: ଗୌତମ ଗମ୍ଭୀର ହେଡ କୋଚ୍‌ ହେବା ପରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ ମଧ୍ୟ, ସତ୍ୟ ଏହା ଯେ…

ଗମ୍ଭୀର-କୋହଲି ବିବାଦ ଉପରେ ପୂର୍ବତନ ଅମ୍ପାୟାରଙ୍କ ବଡ଼ ବୟାନ, ‘ଏହା ଜରୁରୀ, ନଚେତ୍…’

ନୂଆଦିଲ୍ଲୀ,୪।୮: ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ଅନିଲ ଚୌଧୁରୀ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟ୍‌ର ଆକର୍ଷଣ ଓ ରୋମାଞ୍ଚ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

ମ୍ୟାଚ୍‌ ଫିକ୍ସଂ କରି ୮ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ଦୁବାଇ,୩ା୮: ୟୁଏସ୍‌ଏ ଖେଳାଳି ବୋଦୁଗମ ଅଖିଳେଶ ରେଡ୍ଡୀ ଏକ ମ୍ୟାଚ୍‌ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୮ ବର୍ଷ ଲାଗି ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ…

ଟିମ ଇଣ୍ଡିଆର ବଦଳିଲେ କୋଚ୍‌, ଭାବୁକ ହୋଇ ଏମିତି କହିଦେଲେ ରୋହିତ, ପଢନ୍ତୁ…

ନୂଆଦିଲ୍ଲୀ,୩।୮: ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଫିଲ୍ଡିଂ କୋଚ ଟି. ଦିଲୀପଙ୍କ ଚୁକ୍ତି ଶେଷ ହୋଇଯାଇଛି। ଏଥର ବିସିସିଆଇ ତାଙ୍କ ଚୁକ୍ତିକୁ ନବୀକରଣ…

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର: ୮ ବର୍ଷ ପାଇଁ ଏହି କ୍ରିକେଟରଙ୍କୁ ବ୍ୟାନ୍‌ କଲା ICC

ନୂଆଦିଲ୍ଲୀ,୩।୮: କ୍ରିକେଟ ଜଗତରୁ ଏକ ଚମକାଇଦେଲା ଭଳି ଖବର ସାମ୍ନାକୁ ଆସିଛି। ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର କ୍ରିକେଟର ଅଖିଲେଶ ରେଡ୍ଡିଙ୍କୁ…

ଛାଡ଼ପତ୍ର ହେଲେ କାଙ୍ଗାଳ ହେବେ ରୋନାଲ୍ଡୋ! ବିବାହ ପୂର୍ବରୁ ରୋନାଲ୍ଡୋ-ଜର୍ଜିନା କରିଥିଲେ ଏହି ଏଗ୍ରିମେଣ୍ଟ

ଲିସବନ,୩।୮: ପର୍ତ୍ତୁଗାଲର ଦିଗ୍ଗଜ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ବିବାହ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଉଭୟଙ୍କର ବିବାହ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri