Posted inଫୁରସତ

ଏହି ଦେଶଗୁଡିକରେ ଭାରତର ଛାତ୍ରୀଛାତ୍ରଙ୍କୁ ମିଳିଥାଏ ମାଗଣା ଶିକ୍ଷା!

ସାରା ବିଶ୍ୱରୁ ନିରକ୍ଷରତା ଦୂର କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୮ ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ। ବିଶ୍ୱର ଆବଶ୍ୟକତା ମଧ୍ୟରୁ ସାକ୍ଷରତା ଅନ୍ୟତମ। କାରଣ ଏହାଦ୍ୱାରା ସାମାଜିକ ଏବଂ ଅର୍ଥନୈତିକ ବିକାଶ ହୋଇପାରିବ। ଯେଉଁ ଦେଶର ଲୋକମାନେ ଯେତେ ଶିକ୍ଷିତ ସେହି ଦେଶ ସେତିକି ବିକଶିତ। ତେଣୁ ପ୍ରତ୍ୟେକ ମା’ବାପା ନିଜ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବାକୁ ଚାହିଁଥାନ୍ତି। ମାତ୍ର ବର୍ତ୍ତମାନର ମହଙ୍ଗା ସମୟରେ ତାହା ପୂରଣ କରିବା ସହଜ ନୁହେଁ। ତେବେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ମାଗଣା ଶିକ୍ଷା ଦେଉଥିବା ବିଶ୍ୱବିଦ୍ୟାଳୟଗୁଡିକ ବିଷୟରେ ଜାଣିବା।


ଜର୍ମାନ:
ଉଚ୍ଚଶିକ୍ଷା ମିଳୁଥିବା ଦେଶ ମଧ୍ୟରେ ଅନ୍ୟତମ ହେଉଛି ଜର୍ମାନ। ଏଠାକାର ବିଶ୍ୱବିଦ୍ୟାଳୟର ସବୁଠାରୁ ଭଲ ଗୁଣ ହେଲା ଏଠାରେ ଛାତ୍ରୀଛାତ୍ରଙ୍କଠାରୁ କୌଣସି ଟ୍ୟୁଶନ ଫି ଆଦାୟ କରାଯାଇ ନ ଥାଏ। ଛାତ୍ରୀଛାତ୍ରଙ୍କୁ କେବଳ ପ୍ରଶାସନ ଶୁଳ୍କ ଦେବାକୁ ପଡ଼ିଥାଏ। ଏଠାରେ ଯେ କୌଣସି ଛାତ୍ରୀଛାତ୍ର ପାଠ ପଢ଼ିପାରିବେ, କାରଣ ଏହାର ସିଲାବସ୍‌ ଇଂଲିଶରେ ରହିଛି।


ନରଓ୍ବେ:
ନରଓ୍ବେ ଏମିତି ଏକ ଦେଶ ଯେଉଁଠାରେ ଗ୍ରାଜୁଏଶନ, ପୋଷ୍ଟ ଗ୍ରାଜୁଏଶନ କିମ୍ବା ଡକ୍ଟରେଟ ଡିଗ୍ରୀ ହାସଲ ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ି ନ ଥାଏ। ମାତ୍ର ଏଠାକାର ଅଧିକାଂଶ କଲେଜ ନରଓ୍ବେ ଭାଷାରେ ପାଠ ପଢ଼ାଇଥାନ୍ତି। ତେଣୁ ଏଠାରେ ପାଠ ପଢ଼ିବାକୁ ହେଲେ ନରଓ୍ବେ ଭାଷା ପ୍ରଥମେ ଶିଖିବାକୁ ପଡ଼ିବ।


ସ୍ବିଡେନ:
ସ୍ବିଡେନ ବିଶ୍ୱବିଦ୍ୟାଳୟରେ ବିନା ଟ୍ୟୁଶନ ଫି’ରେ ଛାତ୍ରୀଛାତ୍ରମାନେ ପାଠ ପଢ଼ିଥାନ୍ତି। ଏହି ନିୟମ ଉଭୟ ସ୍ବିଡେନ ଏବଂ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ। ଏହାସହ ସ୍ବିଡେନ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟ ବାହାରର ଛାତ୍ରମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରନ୍ତି।


ଅଷ୍ଟ୍ରିଆ:
ଅଷ୍ଟ୍ରିଆ ବିଶ୍ୱବିଦ୍ୟାଳୟଗୁଡିକରେ ମଧ୍ୟ ନାମମାତ୍ର ଚାର୍ଜରେ ଶିକ୍ଷା ପ୍ରଦାନ କରାଯାଇଥାଏ। କେବଳ ନାମଲେଖା ସମୟରେ ବାହାରୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ନାମକୁମାତ୍ର ଶୁଳ୍କ ଦେବାକୁ ପଡ଼ିଥାଏ। ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରିଆ ସବୁ ଦେଶଠାରୁ ସର୍ବୋତ୍ତମ ବୋଲି କୁହାଯାଏ। କାରଣ ଏଠାରେ ଟପ୍‌ କ୍ଲାସ୍‌ ଏଜୁକେଶନ ମିଳିଥାଏ।


ଫିନଲାଣ୍ଡ:
ସ୍ନାତକୋତ୍ତର ଏବଂ ଡକ୍ଟରେଟ ପାଇଁ ମାଗଣାରେ ଶିକ୍ଷା ଦିଆଯାଇଥାଏ। ପ୍ରକାଶ ଯେ, ଫିନଲାଣ୍ଡ ଡିଜାଇନିଂ, ଆର୍କିଟେକ୍ଚର, କମ୍ୟୁନିକେଶନ ପାଇଁ ବହୁତ ଲୋକପ୍ରିୟ। ଏହି ଦେଶରେ ପଲିଟେକ୍‌ନିକ୍‌ କଲେଜ ମଧ୍ୟ ରହିଛି।


ସ୍ପେନ୍‌:
ସ୍ପେନ୍‌ରେ କୌଣସି ମାଗଣା ଶିକ୍ଷା ନାହିଁ। କିନ୍ତୁ ବହୁତ କମ୍‌ ମୂଲ୍ୟରେ ଏଠାରେ ପାଠ୍ୟକ୍ରମ ସମାପ୍ତ ହୋଇପାରିବ। ଏଠାରେ ଛାତ୍ରୀଛାତ୍ରଙ୍କୁ ଉଚ୍ଚସ୍ତରୀୟ ଶିକ୍ଷା ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଠା ଦେଲେ ବଡ଼ ବୟାନ, ଭାଇଙ୍କ ଅଧିନାୟକତ୍ୱ ସମ୍ପର୍କରେ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୯।୭: ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ, ଅଧିନାୟକ…

ଭାରତ-ଇଂଲଣ୍ଡ ଟି-୨୦ ସିରିଜ ମଧ୍ୟରେ ସଞ୍ଜୁ ସାମସନ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୭: ବ୍ୟକ୍ତିଗତ କାରଣରୁ ସଞ୍ଜୁ ସାମସନ କେରଳ କ୍ରିକେଟ ଲିଗ (KCL 2026)ରେ ଖେଳିବେ ନାହିଁ। ପୂର୍ବରୁ, କୋଚି ବ୍ଲୁ ଟାଇଗର୍ସ ସାମସନଙ୍କୁ ସେମାନଙ୍କର ରିଟେନସନ ତାଲିକାରେ…

ଆଉ ଏକ ସିରିଜ ହାରିଲା ଇଣ୍ଡିଆ; ୧ ୱିକେଟରେ ଜିତି ୨-୧ ରେ ସିରିଜ କବଜା କଲା ପଡୋଶୀ ଦେଶ

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି। ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ…

ଗାଡ଼ିର ମାଇଲେଜ କମିବ କିନ୍ତୁ ଇଞ୍ଜିନ ଖରାପ ହେବନାହିଁ, E୨୦ ପେଟ୍ରୋଲ ନେଇ ମିଥ୍ୟା ପ୍ରଚାର ଉପରେ ବର୍ଷିଲେ ଗଡ଼କରୀ

ନୂଆଦିଲ୍ଲୀ,୯।୭: E୨୦ ପେଟ୍ରୋଲ (୨୦% ଏଥାନଲ ଏବଂ ୮୦% ପେଟ୍ରୋଲ) ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଇଚଇ; ସୁସ୍ମିତା ଦେବଙ୍କ ସମେତ ୩ ପୂର୍ବତନ TMC ଏମପି BJPରେ ସାମିଲ

କୋଲକାତା,୯।୭: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ତିନି ଜଣ ପୂର୍ବତନ TMC ଏମପି BJPରେ ଯୋଗ ଦେଇଛନ୍ତି। ସୁସ୍ମିତା ଦେବ, ସୁଖେନ୍ଦୁ ସେଖ ରୟ ଏବଂ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri