ମେ’ରୁ ପୁଣି ଉଡ଼ିବ ଆନ୍ତର୍ଜାତିକ ବିମାନ

ଭୁବନେଶ୍ୱର, ୩ା୨(ବ୍ୟୁରୋ):ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆସନ୍ତା ମେ’ ମାସରୁ ପୁଣି ସିଧାସଳଖ ଆନ୍ତର୍ଜାତିକ ବିମାନ ଚଳାଚଳ କରିବ। ଏଥିପାଇଁ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇସାରିଛି। ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଉଡ଼ାଣ କରିବ। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତ, ଏମ୍‌ଓୟୁ ଅନୁସାରେ ଇଣ୍ଡିଗୋ ଦ୍ୱାରା ଭୁବନେଶ୍ୱରରୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ଉଡ଼ାଣ କରାଯିବ। ଏଥିନିମନ୍ତେ ମାର୍ଚ୍ଚ ସୁଦ୍ଧା ପୁରୁଣା ଟର୍ମିନାଲ କୋଠାକୁ ନବୀକରଣ କରାଯାଉଛି। ତା’ପରେ ଆନ୍ତର୍ଜାତିକ ବିମାନ ଚଳାଚଳର ଟ୍ରାଏଲ ହେବ ଏବଂ ମେ’ରୁ ଚୂଡ଼ାନ୍ତ ବିମାନ ଚଳାଚଳ କରିବ। ଏମ୍‌ଓୟୁ ଅନୁସାରେ ଇଣ୍ଡିଗୋ ଦ୍ୱାରା ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକକୁ ୧୮୬ସିଟ୍‌ ବିଶିଷ୍ଟ ଏୟାରକ୍ରାଫ୍ଟ ସିଧାସଳଖ ଚଳାଚଳ କରିବ। ଏ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଟିକେଟ୍‌ ବିକ୍ରି ମାଧ୍ୟମରେ ରାଜ୍ୟ ସରକାର ରାଜସ୍ବ ସଂଗ୍ରହ କରିବେ। ଏହି ବିମାନ ଚଳାଚଳ ପାଇଁ ଗତ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଥିଲା। ରାଜ୍ୟ ସରକାର ବିମାନସେବା ପ୍ରଦାନକାରୀ ସଂସ୍ଥାକୁ ପ୍ରସ୍ତାବ ମାଗିଥିଲେ। ଇଣ୍ଡିଗୋ ଏହି ସେବା ପ୍ରଦାନ କରିବ ବୋଲି ପ୍ରସ୍ତାବ ଦେବା ପରେ ଏମ୍‌ଓୟୁ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଏବେ ଭୁବନେଶ୍ୱର ବିମାନବନ୍ଦରରୁ କୌଣସି ଆନ୍ତର୍ଜାତିକ ବିମାନ ସିଧାସଳଖ ଚଳାଚଳ କରୁନାହିଁ। ୨୦୧୭ରେ ଏୟାର ଏସିଆ ଦ୍ୱାରା ଭୁବନେଶ୍ୱର-କ୍ୱାଲାଲମ୍‌ପୁରମ ଏବଂ ଭୁବନେଶ୍ୱର-ବ୍ୟାଙ୍କକ୍‌ ମଧ୍ୟରେ ବିମାନ ଚଳାଚଳ କରିବା ନିମନ୍ତେ ରାଜ୍ୟ ସରକାର ସବ୍‌ସିଡି ଦେଉଥିଲେ। ଭୁବନେଶ୍ୱର-ବ୍ୟାଙ୍କକ୍‌ ସିଧାସଳଖ ବିମାନ ଚଳାଚଳ ୨୦୧୯ରେ ବନ୍ଦ ହୋଇଯାଇଥିବାବେଳେ ଭୁବନେଶ୍ୱର-କ୍ୱାଲାଲମପୁରମ କୋଭିଡ୍‌ ପୂର୍ବରୁ ବନ୍ଦ ହୋଇଥିଲା। ବର୍ତ୍ତମାନ ଭୁବନେଶ୍ୱରରୁ କୌଣସି ବିମାନ ସିଧାସଳଖ ବିଦେଶକୁ ଯାତ୍ରା କରୁ ନ ଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ତର୍ଜାତୀୟ ଯାତ୍ରୀମାନେ ଏବେ ବି କୋଲକାତା ଏବଂ ଦିଲ୍ଲୀ ବିମାନବନ୍ଦର ଉପରେ ନିର୍ଭର କରୁଛନ୍ତି। ତେବେ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ଆରମ୍ଭ ହେଲେ ବହୁ ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri