ନାଲ୍‌କୋ ସିପିପିର ୩ ୟୁନିଟ୍‌ ଅଚଳ

ବଅଁରପାଳ, ୩ା୨ (ଡି.ଏନ.ଏ.):ଅନୁଗୋଳ ଜିଲା ନାଲ୍‌କୋରେ ଜଳ ସଙ୍କଟ ଦେଖା ଦେଇଛି। ବ୍ରାହ୍ମଣୀରୁ ଆବଶ୍ୟକତା ଅନୁଯାୟୀ କାରଖାନାକୁ ପାଣି ଆସିପାରୁ ନ ଥିବାରୁ କ୍ୟାପଟିଭ୍‌ ପାଓ୍ବାର ପ୍ଲାଣ୍ଟ (ସିପିପି)ର ୩ଟି ୟୁନିଟ୍‌ ଅଚଳ ହୋଇପଡ଼ିଛି। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି।
ପ୍ରକାଶ ଯେ, ନାଲ୍‌କୋ ସିପିପିରେ ୧୦ଟି ୟୁନିଟ୍‌ରୁ ଦୈନିକ ୧୨ଶହ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହୋଇଥାଏ। ଏଥିପାଇଁ ଦୈନିକ ୭୦ ହଜାର କ୍ୟୁସେକ ଜଳ ଆବଶ୍ୟକ ପଡ଼ିଥାଏ। ସେହିପରି ସ୍ମେଲଟର ପାଇଁ ୨୦ ହଜାର କ୍ୟୁସେକ ଓ ଟାଉନଶିପ୍‌ରେ ବ୍ୟବହାର ପାଇଁ ୧୦ ହଜାର କ୍ୟୁସେକ ପାଣି ନାଲ୍‌କୋ ଇନ୍‌ଟେକ ପମ୍ପ ହାଉସ ଦ୍ୱାରା ଆସିଥାଏ। କିନ୍ତୁ ଇନ୍‌ଟେକ୍‌ ପମ୍ପ ହାଉସ ଏବେ ବ୍ରାହ୍ମଣୀରୁ ଆବଶ୍ୟକ ପରିମାଣର ଜଳ କାରଖାନାକୁ ଯୋଗାଣ କରିପାରୁ ନାହିଁ। ସିପିପି ପାଇଁ ୭୦ ହଜାର ସ୍ଥାନରେ ୬୦ ହଜାର କ୍ୟୁସେକ ଜଳ ଆସୁଥିବାରୁ ପ୍ଲାଣ୍ଟର ଟର୍ବାଇନ ଚଳାଇବାରେ ଅସୁବିଧା ହେଉଛି। ଏଥିଯୋଗୁ ୧୦ଟି ୟୁନିଟ୍‌ ମଧ୍ୟରୁ ୩ଟି ଅଚଳ ରହିଛି। ଏହାଦ୍ୱାରା ଦୈନିକ ୩୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ବ୍ରାହ୍ମଣୀରୁ ଯୋଗାଣ ହେଉଥିବା ପାଣି ବାଟମାରଣା ହେଉଥିବାରୁ ନାଲ୍‌କୋରେ ଜଳ ସଂକଟ ସୃଷ୍ଟି ହୋଇଥିବା ବରିଷ୍ଠ ଶ୍ରମିକ ନେତା ଗନ୍ଧର୍ବ ବିଶ୍ୱାଳ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଡିଜିଏମ୍‌ ସୁନୀଲ ମହାପାତ୍ର କହିଛନ୍ତି, ସିପିପିରେ ବର୍ତ୍ତମାନ ଜଳ ସଂକଟ ଦେଖାଦେଇଛି। ତେଣୁ ୩ଟି ୟୁନିଟ୍‌ ଅଚଳ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri