Posted inଜାତୀୟ

ଇଞ୍ଜିନ ଛାଡ଼ି ଧାଇଁଲା ୫ ବଗି

ପାଟନା, ୩ା୨:ବିହାରର ବେଟ୍ଟିହାରେ ଥିବା ମଝଉଲିଆ ରେଳଷ୍ଟେଶନରେ ଗୁରୁବାର ସତ୍ୟାଗ୍ରହ ଏକ୍ସପ୍ରେସ୍‌ ଟ୍ରେନ୍‌ର ୫ଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇଯାଇଥିଲା। ସକାଳ ୧୦ଟା ସମୟରେ ଏହି ଘଟଣା ଘଟିଥିବାବେଳେ ଉକ୍ତ ୫ ବଗିକୁ ଛାଡ଼ି ଇଞ୍ଜିନ୍‌ ବହୁ କିଲୋମିଟର ଆଗକୁ ଚାଲିଯାଇଥିଲା। ଘଟଣା ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ସୂଚନା ପାଇ ପୂର୍ବ-କେନ୍ଦ୍ରୀୟ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଲଗା ହୋଇଯାଇଥିବା ବଗିକୁ ପୁଣିଥରେ ଇଞ୍ଜିନ ସହ ସଂଯୋଗ କରିଥିଲେ। ଟ୍ରେନ୍‌ଟି ବିବାହର ରାକ୍ସାଉଲ ଜିଲାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ତେବେ ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ରେଳ ବିଭାଗ ପକ୍ଷରୁ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ଇଞ୍ଜିନ ସହିତ ବଗିକୁ ସଂଯୋଗ କରୁଥିବା କପଲିଙ୍ଗରେ ତ୍ରୁଟି କାରଣରୁ ବଗି ଅଲଗାହୋଇଯାଇଥିବା କୁହାଯାଉଛି। ସମାନ ଘଟଣା ଗତ ଡିସେମ୍ବରରେ ବିହାରର ଟଙ୍କୁପ୍ପା ରେଳ ଷ୍ଟେଶନ୍‌ରେ ଘଟିଥିଲା। ଏକ ମାଲ୍‌ ବୋଝେଇ ଟ୍ରେନ୍‌ର ୩ଟି ବଗିକୁ ଛାଡ଼ି ଅନ୍ୟ ବଗି ସହ ଇଞ୍ଜିନ ଚାଲିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଜଳଖିଆ ଶେଷ ହୋଇ ନ ଥିବାରୁ ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇଲେ ପୁଅ

ମଥୁରା,୨।୭: ଉତ୍ତରପ୍ରଦେଶର ମଥୁରା ଷ୍ଟେସନରେ ବେଆଇନ ଭାବେ ଚେନ୍‌ ଟାଣିଥିବା ନେଇ ଜଣେ ଯାତ୍ରୀଙ୍କ ଉପରେ ଅଭିଯୋଗ ହୋଇଛି। ରବିବାର ନୂଆଦିଲ୍ଲୀରୁ ହବିବ୍‌ଗଞ୍ଜକୁ ଯାଉଥିବା ଶତାଦ୍ଦୀ...

ସହର ବିଶୋଧନ କରିବାକୁ ନିଜେ ଟ୍ରାକ୍ଟର ଚଲାଇଲେ ପରିବହନ ମନ୍ତ୍ରୀ

କ୍ରିଷ୍ଣା,୩।୪: ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଅଞ୍ଚଳକୁ ବିଶୋଧନ କରିବାକୁ ଶୁକ୍ରବାର ଏକ ଟ୍ରାକ୍ଟର ମାଧ୍ୟମରେ ସୋଡିୟମ ହାଇପୋକ୍ଲୋରାଇଡ ସିଞ୍ଚନ କରାଯାଇଥିଲା। ଏହି ସମୟରେ ଯେଉଁ ଟ୍ରାକ୍ଟରରୁ ଏହାକୁ...

‘ହେଲମେଟ୍‌ କାହିଁ ପିନ୍ଧିନ’ ପଚାରିବାରୁ ଜର୍ନାଲିଷ୍ଟଙ୍କୁ କ୍ୟାମେରା ଆଗରେ ନିର୍ଯାତନା

ଗୁଆହାଟୀ,୮।୨: ‘ କାହିଁକି ହେଲମେଟ୍‌ ପିନ୍ଧି ନାହଁ ’। ଏଭଳି ପ୍ରଶ୍ନ ପଚାରିବାରୁ ଆସାମର ଜଣେ ଜର୍ନାଲିଷ୍ଟଙ୍କୁ ନିର୍ଯାତନା ଦେଇଛନ୍ତି ଦୁଇ ପୋଲିସ କନଷ୍ଟେବଳ। ଆସାମର...

ଆସାମରେ ଭାଜପା ସହିତ କଂଗ୍ରେସର କଡ଼ା ମୁକାବିଲା: ୫ ଦଳ ସହିତ ମିଳାଇବ ହାତ

ଗୁଆହାଟି, ୨୦।୧: ଆଗକୁ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବା ସହିତ ଭାଜପା ସହ କଡ଼ା ମୁକାବିଲା କରିବା...

କରୋନା ଆକ୍ରାନ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଦିଆଗଲା ପ୍ଲାଜମା ଥେରାପି

ନୂଆଦିଲ୍ଲୀ, ୨୫।୯: କରୋନା ଆକ୍ରାନ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସାକେତ୍‌ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି ଦିଆଯାଇଛି। ୨୪ ସେପ୍ଟେମ୍ବରରେ ସିସୋଦିଆଙ୍କୁ ଲୋକନାୟକ ଜୟପ୍ରକାଶ...

ସ୍ତନ୍ୟପାନ କରାଉଥିବା ମା’ଙ୍କୁ ମିଳୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧା: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ପରାମର୍ଶ …

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସ୍ଥିତି ହୋଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନୂଆ...

ଜାଏରା ୱାସିମଙ୍କୁ ନେଇ ଥମୁନି ଚର୍ଚ୍ଚା:ଉମର ଅବଦୁଲା, ଶାହ ଫୈଜଲ କଲେ ସମର୍ଥନ

‘ଦଙ୍ଗଲ’ ଓ ‘ସିକ୍ରେଟ ସୁପରଷ୍ଟାର୍‌’ ଭଳି ଫିଲ୍ମରେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ଅଭିନେତ୍ରୀ ଜାଏରା ୱାସିମ ବଲିଉଡଠାରୁ ସବୁଦିନ ପାଇଁ ଦୂରେଇ ଯାଇଛନ୍ତି।...

ଗିରଫ ଲଶ୍କର ଆତଙ୍କବାଦୀ ମାନିଲେ: ପାକ୍‌ ସହାୟତାରେ ଅନୁପ୍ରବେଶ କରିଥିଲେ

ଶ୍ରୀନଗର,୫ା୯: ଗତ ମାସରେ ଜମ୍ମୁ-କଶ୍ମୀର ସୀମାନ୍ତରୁ ଗିରଫ ହୋଇଥିବା ଲଶ୍କର-ଇ-ତୋଇବାର ଦୁଇଜଣ ଆତଙ୍କବାଦୀ ପାକିସ୍ତାନ ସରକାରଙ୍କ ସହାୟତାରେ ଅନୁପ୍ରବେଶ କରିଥିଲେ ବୋଲି ସ୍ବୀକାର କରିଛନ୍ତି। ଜମ୍ମୁ-କଶ୍ମୀରରେ...

Advertisement
Archives

Model This Week