Posted inଜାତୀୟ

ବଡ଼ମାଛ ଧରୁନାହିଁ କେନ୍ଦ୍ର

ନୂଆଦିଲ୍ଲୀ,୧୧ା୨: ନିଶା ସାମଗ୍ରୀ କାରବାର ରୋକିବା ପାଇଁ ୧୯୮୫ ମସିହାରୁ ଭାରତରେ ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସେସ୍‌ (ଏନ୍‌ଡିପିଏସ୍‌) ଆଇନ ପ୍ରଚଳିତ। ଅନ୍ତର୍ଜାତୀୟ ଡ୍ରଗ୍‌ ସିଣ୍ଡିକେଟ୍‌ ସଦସ୍ୟମାନେ ଏହି ଆଇନକୁ ଫାଙ୍କି ଗଳିଯାଉଛନ୍ତି। ଏଭଳି ଗଞ୍ଜେଇ ଓ ଅଫିମ ଚାଲାଣକାରୀମାନଙ୍କୁ କେନ୍ଦ୍ର ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଗିରଫ କରୁନାହାନ୍ତି। ଚାଷୀ ଓ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲୋକଙ୍କୁ ସେମାନେ ଧରୁଛନ୍ତି ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଜମିରେ ଅଫିମ ଚାଷ କରିବା ଅଭିଯୋଗରେ ସବିର ନାମକ ଜଣେ ବ୍ୟକ୍ତି ଗିରଫ ହୋଇଥିଲେ। ଅଭିଯୁକ୍ତ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜେଲରେ ରହିସାରିବା ପରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଏବଂ ଜେ.ବି. ପର୍ଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନର ଶୁଣାଣି କରି କହିଛନ୍ତି, ଭାରତ ସରକାର ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକ ବଡ଼ମାଛଙ୍କୁ ଗିରଫ କରୁନାହାନ୍ତି। ଅନ୍ତର୍ଜାତୀୟ ଡ୍ରଗ୍‌ ସିଣ୍ଡିକେଟ ପଛରେ କାହିଁକି ଗୋଡ଼ାଉନାହାନ୍ତି? ସେମାନଙ୍କୁ ଧରିବାକୁ ଚେଷ୍ଟା କରନ୍ତୁ। କେବଳ ଚାଷୀ ଏବଂ ବସ୍‌ଷ୍ଟାଣ୍ଡ ତଥା ଅନ୍ୟ କୌଣସି ସ୍ଥାନରେ ଛିଡ଼ା ହୋଇଥିବା ଚୂନାମାଛଙ୍କୁ ଧରିଲେ କ’ଣ ହେବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
ସରକାର ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ବିକ୍ରମଜିତ୍‌ ବାନାର୍ଜୀ ଅଭିଯୁକ୍ତ ସବିରଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ। ବିକ୍ରମଜିତ୍‌ କହିଥିଲେ, ସବିରଙ୍କ ଚାଷଜମିରୁ ମିଳିଥିବା ଅଫିମର ପରିମାଣ କମ୍‌ ନୁହେଁ। ସେ ଏହା ପୂର୍ବରୁ ମଧ୍ୟ ୨ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଖଣ୍ଡପୀଠ କହିଲେ, ଜବତ ହୋଇଥିବା ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସ (ମନଃପ୍ରଭାବୀ ଦ୍ରବ୍ୟ)ର ପରିମାଣ ଅନୁସାରେ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ଅଭିଯୁକ୍ତ ୫ ବର୍ଷରୁ ଅଧିକ ସମୟ ଜେଲରେ ଦଣ୍ଡ ଭୋଗିସାରିଲେଣି। ଏମାନେ ସ୍ବଳ୍ପକାଳୀନ ଚାଷୀ ହୋଇଥିବାରୁ ନିଜ ଅପରାଧ ପାଇଁ ଜାମିନ ପାଇପାରୁ ନାହାନ୍ତି। ଅଭିଯୁକ୍ତ ସବିର ଜାମିନ ପାଇବାକୁ ଯୋଗ୍ୟ କହି ଖଣ୍ଡପୀଠ ରାଜ୍ୟ ସରକାର ଏବଂ ଏନ୍‌ସିବିର ନିବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଯିବ ଜମ୍ମୁ-କଶ୍ମୀରର ରୂପ, ପିଓକେର ଲୋକେ ଭାରତର ଅଂଶ ହେବାକୁ ଆଶା କରିବେ: ରାଜନାଥ

ଜମ୍ମୁ,୧୪।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଜମ୍ମୁ-କଶ୍ମୀର ଜନ ସମ୍ବାଦ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି...

ପଠାନକୋଟରେ ଗ୍ରେନେଡ ମାଡ, ସମଗ୍ର ଜିଲାରେ ହାଇ ଆଲର୍ଟ

ପଠାନକୋଟ,୨୨ ।୧୧: ପଞ୍ଜାବର ପଠାନକୋଟରେ ଥିବା ସେନା ଗେଟ ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ଗ୍ରେନେଡ ମାଡ ହୋଇଛି । ସେନା କ୍ୟାମ୍ପର ତ୍ରିବେଣୀ ଦ୍ୱାର...

ଆରମ୍ଭ ହେବ ଠାକ୍‌ରେ ଶାସନ: ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଜାତୀୟ ସ୍ତରୀୟ ନେତାଙ୍କୁ କରାଯିବ ନିମନ୍ତ୍ରଣ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ...

ମାଓବାଦୀଙ୍କ ଟାର୍ଗେଟରେ ଏସ୍‌ପି ନେତା: ଅପହରଣ ପରେ କଲେ ହତ୍ୟା

ବିଜାପୁର,୧୯।୬: ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ସମାଜବାଦୀ ପାର୍ଟି (ଏସ୍‌ପି) ନେତା ସନ୍ତୋଷ ପୁନେମଙ୍କୁ ମାଓବାଦୀ ଅପହରଣ କରି ହତ୍ୟା...

ଏଆଇଏଡିଏମକେ ବିବାଦ: ସୁପ୍ରିମକୋର୍ଟରେ ପନିରସେଲଭାମଙ୍କୁ ବଡ ଝଟକା, ପଲାନିସାମୀ ଦଳର ନେତୃତ୍ୱ ଯୁଦ୍ଧରେ ଜିତିଲେ…

ଚେନ୍ନାଇ,୨୩।୨ : ତାମିଲନାଡୁ ରାଜନୀତିରେ ଏଆଇଏଡିଏମକେ ଦଳ ଉପରେ ସର୍ବୋଚ୍ଚ ଅଧିକାର ପାଇଁ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ମାଡ୍ରାସ...

ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରାହୁଲ ଗାନ୍ଧୀ, ଦେଶର ସୁଖ, ସମୃଦ୍ଧି ପାଇଁ କଲେ ପ୍ରାର୍ଥନା

ପଞ୍ଜାବ,୧୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ପଞ୍ଜାବର ଅମୃତସରରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀ ଅମୃତସର ସ୍ଥିତ ସ୍ବର୍ଣ୍ଣ...

ଦଳିତ ଦମ୍ପତି ଓ ପୁଅଙ୍କୁ ଗୁଳିକରି ହତ୍ୟା

ଡାମୋହ,୨୬।୧୦: ମଧ୍ୟପ୍ରଦେଶର ଡାମୋହ ଜିଲା ଡେଭ୍ରାନ୍‌ ଗ୍ରାମରେ ଏକ ବିବାଦକୁ କେନ୍ଦ୍ରକରି ମଙ୍ଗଳବାର ସକାଳେ ଦଳିତ ଦମ୍ପତି ଓ ସେମାନଙ୍କ ୩୨ ବର୍ଷର ପୁଅଙ୍କୁ ଗୁଳିକରି...

ପାର୍ବଣରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ନୂଆଦିଲ୍ଲୀ,୧୦।୧୦: ପାର୍ବଣରେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ କରିବା ଲାଗି ଆତଙ୍କବାଦେୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଗୋଇନ୍ଦା ବିଭାଗ ପକ୍ଷରୁ ଏନେଇ ସତର୍କ...

Advertisement
Archives

Model This Week