Posted inଜାତୀୟ

୧୩ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ ।୭: ସୁପ୍ରିମକୋର୍ଟ ଗୁରୁବାର ଏମିତି ୧୩ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ଯେଉଁମାନେ ଅପରାଧ କରିବା ସମୟରେ ନାବାଳକ ବୋଲି ଘୋଷଣା ହୋଇସାରିଥିଲେ । ଗତ ସପ୍ତାହରେ ସୁପ୍ରିମକୋର୍ଟ ଏହି ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଥିଲେ । ଜଷ୍ଟିଶ ଇନ୍ଦିରା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠର ସମକକ୍ଷ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଆଡିଶନାଲ ଆଡଭୋକେଟ ଜେନରାଲ ଗରିମା ପ୍ରସାଦ କହିଛନ୍ତି ଏହି ମାମଲାର ତଥ୍ୟକୁ ଯାଞ୍ଚ କରିବା ଦରକାର । ସେ କହିଛନ୍ତି ସମସ୍ତ ଦୋଷୀଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରାଯାଇପାରେ । ଆଉ ଏହାପରେ ଖଣ୍ଡପୀଠ ସମସ୍ତ ୧୩ ଦୋଷୀଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ସୁପ୍ରିମକୋର୍ଟରେ ଉକ୍ତ ୧୩ ଜଣଙ୍କୁ ଶୀଘ୍ର ଜେଲରୁ ମୁକୁଳାଇବାକୁ ଦାବି କରାଯାଇଛି । କାରଣ ଜୁଭେନାଇଲ ଜଷ୍ଟିଶ ବୋର୍ଡ ଦ୍ୱାରା ଅପରାଧ ସମୟରେ ଏମାନଙ୍କୁ ନାବାଳକ ଘୋଷଣା କରାଯାଇଛି । ଏମାନେ ସମସ୍ତେ ଏବେ ଆଗ୍ରା ସେଣ୍ଟ୍ରାଲ ଜେଲରେ ବନ୍ଦୀ ରହିଛନ୍ତି ଓ ବଡ ବଡ ଅପରାଧିଙ୍କ ସହ ଏମାନଙ୍କୁ ରଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ହେବ ପୁଣିଥରେ ନିର୍ବାଚନ? EVM ଖରାପ ହେବାର ଆସିଲାଣି ୭୭ ଅଭିଯୋଗ, ତଦନ୍ତ ଆରମ୍ଭ କଲେ ଇସି

କୋଲକାତା,୩୦।୪: ବଙ୍ଗଳାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଡାଇମଣ୍ଡ ହାର୍ବର ସମେତ ଅନେକ ମତଦାନ କେନ୍ଦ୍ରରେ ଇଭିଏମର ସୁରକ୍ଷା ଏବଂ ସ୍ବଚ୍ଛତା ଉପରେ ଉଠିଥିବା ପ୍ରଶ୍ନ ମଧ୍ୟରେ…

Exit Pollକୁ ନେଇ ମୁହଁ ଖୋଲିଲେ ମମତା, କହିଲେ…

କୋଲକାତା,୩୦।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏକଜିଟ ପୋଲ ପୂର୍ବାନୁମାନକୁ ଖାରଜ କରି କହିଛନ୍ତି ଯେ ତୃଣମୂଳ କଂଗ୍ରେସ ‘ମା, ମାଟି, ମାନୁଷ’ ସରକାର ଗଠନ…

ଟାଇକୋଣ୍ଡୋରେ ଗୋଲ୍ଡ ସହ ମିଳିଲା ୩ ପଦକ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ଟାଇକୋଣ୍ଡୋରେ ଗୋଲ୍ଡ ସହ ୩ ପଦକ ପାଇଛନ୍ତି। ଏଥିସହ ଜଣେ ଛାତ୍ରୀ ଜାତୀୟ ପ୍ରତିଯୋଗିତା ପାଇଁ…

ଘର ଲିପା ମାଟି ସଂଗ୍ରହ ପାଇ ଯାଇଥିଲେ ମହିଳା: ଅତଡ଼ା ଖସି ଚାଲିଗଲା ଜୀବନ, ଭାଉଜ, ଝିଆରୀ ଆହତ

ନନ୍ଦପୁର,୩୦।୪(ତୁଷାର କାନ୍ତ ମହାନ୍ତି): ବାପ ଘର ବୁଲି ଆସି ଫେରିବା ବାଟରେ ଗଙ୍ଗାନାଳ କଡ଼ରୁ ଘର ଲିପା ପାଇଁ ମାଟି ସଂଗ୍ରହ କରୁଥିବା ବେଳେ ମାଟି ଅତଡ଼ା…

ଭଉଣୀଙ୍କ କଙ୍କାଳକୁ ନେଇ ବ୍ୟାଙ୍କ ଆସିଥିବା ଜିତୁଙ୍କ ଆକାଉଣ୍ଟକୁ ଆସିଲା ୧୦ଲକ୍ଷ! ସାହାଯ୍ୟ କଲେ ଫିଜିକ୍ସ ଓ୍ବାଲାର…

ନୂଆଦିଲ୍ଲୀ,୩୦।୪: ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ବର୍ତ୍ତମାନ…

ଆମେରିକା ଭାରତକୁ ଫେରାଇଲା ୬୫୭ ଅମୂଲ୍ୟ ବସ୍ତୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୪: ଯୁକ୍ତରାଷ୍ଟ୍ର ଆମେରିକା ପ୍ରାୟ ୧୪ ନିୟୁତ ଡଲାର ମୂଲ୍ୟର ୬୫୭ଟି ପ୍ରାଚୀନ ସାମଗ୍ରୀ ଭାରତକୁ ଫେରାଇ ଦେଇଛି, ଏହା କହି ଯେ ଚୋରି ହୋଇଥିବା କଳାକୃତିକୁ…

୧୦ ଘଣ୍ଟା ହେଲା ୮ ପଞ୍ଚାୟତରେ ନାହିଁ ବିଜୁଳି, ଗରମ ଗୁଳୁଗୁଳିରେ ସିଝିଲେ ଉପଭୋକ୍ତା

ଦାରିଙ୍ଗବାଡ଼ି,୩୦ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରରେ ୧୦ ଘଣ୍ଟା ହେଲା ୮ ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। କୌଣସି ବର୍ଷା…

‘ଆମେରିକାର ବିଫଳତା ସହ ହର୍ମୁଜରେ ଏକ ନୂତନ ଅଧ୍ୟାୟ…,’ ଟ୍ରମ୍ପଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଇରାନର ସର୍ବୋଚ୍ଚ ନେତା

ତେହରାନ,୩୦।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଗୁରୁବାର ଏକ ଲିଖିତ ବିବୃତ୍ତିରେ ଆମେରିକା ଉପରେ ଏକ କଠୋର ଆକ୍ରମଣ ଜାରି କରିଛନ୍ତି। ଇରାନର ସରକାରୀ ଟେଲିଭିଜନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri