Posted inଖେଳ

ଫୁଟବଲ ପ୍ରତି ଆଗ୍ରହ ବଢ଼ୁଛି: ବାଲା ଦେବୀ

ନୂଆଦିଲ୍ଲୀ, ୪।୭: ଭାରତ ୨୦୨୨ ଏଏଫସି ଏସିଆନ କପ୍‌ ଆୟୋଜନ କରିବା ଘଟଣା ଭାରତୀୟ ମହିଳା ଫୁଟବଲ ଦଳର ଫରଓ୍ବାର୍ଡ ବାଲା ଦେବୀଙ୍କୁ ଖୁବ୍‌ ଉତ୍ସାହିତ କରିଛି। ଏଥିପାଇଁ ସେ ପଡ଼ିଆକୁ ଓହ୍ଲାଇ ଫିଟ୍‌ନେସ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସ୍କଟିଶ୍‌ ପ୍ରିମିୟର ଲିଗ୍‌ରେ ଏହି ଭାରତୀୟ ଷ୍ଟ୍ରାଇକର ଖେଳିବେ। କରୋନା ଭାଇରସ ସଂକ୍ରମଣ ଯୋଗୁ ଏହା ଏବେ ବନ୍ଦ ରହିଛି। ଏହା ପୁଣି ଆରମ୍ଭ ହେବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଏହି ଭାରତୀୟ ମହିଳା ଫୁଟବଲ ତାରକା। ଭାରତ ଏଏଫସି ଏସିଆନ କପ୍‌ ଆୟୋଜନ ଅଧିକାର ପାଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ଏପରି ଏକ ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ କରିବା ସମ୍ମାନର କଥା। ଏହା ଭାରତୀୟ ମହିଳା ଫୁଟବଲ ପାଇଁ ଅନେକ ଗୁରୁତ୍ୱ ରଖିବ। ଏହା ବ୍ୟତୀତ ଏହା ଆମକୁ ଅଧିକ ପରିଶ୍ରମ କରିବା ପାଇଁ ପ୍ରେରିତ କରିବ ବୋଲି ବାଲା ଦେବୀ କହିଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ସଙ୍କଟ ସମୟରେ ବାଲା ଘର ଭିତରେ ବ୍ୟାୟାମ, ଯୋଗ କରିବା ସହ ନିକଟରେ ଥିବା ପାର୍କକୁ ଯାଇ ସାମାଜିକ ଦୂରତ୍ୱ ରକ୍ଷାକରି ଜଗିଂ କରୁଛନ୍ତି।
ଭାରତରେ ୨୦୧୬ରେ ଏଏଫସି ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌, ୨୦୧୭ରେ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ ଆୟୋଜିତ ହୋଇଥିବାବେଳେ ୨୦୨୧ରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ ହେବାକୁ ଯାଉଛି। ୨୦୨୨ରେ ଏଏଫସି ଏସିଆନ କପ୍‌ ଆୟୋଜନ ହେବ। ତେଣୁ ଦେଶରେ ଫୁଟବଲ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି ବୋଲି ଅନୁଭବ କରୁଛନ୍ତି ବାଲା। ”ଜଣେ ଫୁଟବଲରଭାବେ ନିଜ ଘରୋଇ ପରିବେଶରେ ଏକ ବିଶ୍ୱକପ କିମ୍ବା ଏସିଆନ କପ୍‌ ଖେଳିବାଠାରୁ ଆଉ ବଡ଼କଥା କିଛି ଅଛି ବୋଲି ଭାବି ହେଉନାହିଁ। ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ ଦେଶର ବାଳିକାଙ୍କ ପାଇଁ ବଡ଼ ପ୍ଲାଟ୍‌ଫର୍ମ ହେବ। ଏଥିରୁ ସେମାନେ ଅନେକ ଅଭିଜ୍ଞତା ହାସଲ କରିବେ“ ବୋଲି ବାଲା ପ୍ରକାଶ କରିଛନ୍ତି। ମହିଳା ଏସିଆନ କପ୍‌ ଏକ ବଡ଼ ଟୁର୍ନାମେଣ୍ଟ। ଭାରତୀୟ ସିନିୟର ମହିଳା ଦଳ ଘରୋଇ ପରିବେଶରେ ଖେଳିବ। ତେଣୁ ସମଗ୍ର ଦେଶ ଆମକୁ ସମର୍ଥନ କରିବାକୁ ଆଗେଇ ଆସିବା ଉଚିତ। ଆଗାମୀ ଦିନରେ ହେବାକୁ ଯାଉଥିବା ୨ଟି ଟୁର୍ନାମେଣ୍ଟ ଭାରତୀୟ ମହିଳା ଫୁଟବଲରେ ଶକ୍ତି ଭରିଦେବ। ସମସ୍ତଙ୍କ ନଜର ଦେଶର ବାଳିକାଙ୍କ ଉପରେ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri