Posted inଖେଳ

ଫୁଟବଲ ପ୍ରତି ଆଗ୍ରହ ବଢ଼ୁଛି: ବାଲା ଦେବୀ

ନୂଆଦିଲ୍ଲୀ, ୪।୭: ଭାରତ ୨୦୨୨ ଏଏଫସି ଏସିଆନ କପ୍‌ ଆୟୋଜନ କରିବା ଘଟଣା ଭାରତୀୟ ମହିଳା ଫୁଟବଲ ଦଳର ଫରଓ୍ବାର୍ଡ ବାଲା ଦେବୀଙ୍କୁ ଖୁବ୍‌ ଉତ୍ସାହିତ କରିଛି। ଏଥିପାଇଁ ସେ ପଡ଼ିଆକୁ ଓହ୍ଲାଇ ଫିଟ୍‌ନେସ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସ୍କଟିଶ୍‌ ପ୍ରିମିୟର ଲିଗ୍‌ରେ ଏହି ଭାରତୀୟ ଷ୍ଟ୍ରାଇକର ଖେଳିବେ। କରୋନା ଭାଇରସ ସଂକ୍ରମଣ ଯୋଗୁ ଏହା ଏବେ ବନ୍ଦ ରହିଛି। ଏହା ପୁଣି ଆରମ୍ଭ ହେବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଏହି ଭାରତୀୟ ମହିଳା ଫୁଟବଲ ତାରକା। ଭାରତ ଏଏଫସି ଏସିଆନ କପ୍‌ ଆୟୋଜନ ଅଧିକାର ପାଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ଏପରି ଏକ ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ କରିବା ସମ୍ମାନର କଥା। ଏହା ଭାରତୀୟ ମହିଳା ଫୁଟବଲ ପାଇଁ ଅନେକ ଗୁରୁତ୍ୱ ରଖିବ। ଏହା ବ୍ୟତୀତ ଏହା ଆମକୁ ଅଧିକ ପରିଶ୍ରମ କରିବା ପାଇଁ ପ୍ରେରିତ କରିବ ବୋଲି ବାଲା ଦେବୀ କହିଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ସଙ୍କଟ ସମୟରେ ବାଲା ଘର ଭିତରେ ବ୍ୟାୟାମ, ଯୋଗ କରିବା ସହ ନିକଟରେ ଥିବା ପାର୍କକୁ ଯାଇ ସାମାଜିକ ଦୂରତ୍ୱ ରକ୍ଷାକରି ଜଗିଂ କରୁଛନ୍ତି।
ଭାରତରେ ୨୦୧୬ରେ ଏଏଫସି ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌, ୨୦୧୭ରେ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ ଆୟୋଜିତ ହୋଇଥିବାବେଳେ ୨୦୨୧ରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ ହେବାକୁ ଯାଉଛି। ୨୦୨୨ରେ ଏଏଫସି ଏସିଆନ କପ୍‌ ଆୟୋଜନ ହେବ। ତେଣୁ ଦେଶରେ ଫୁଟବଲ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି ବୋଲି ଅନୁଭବ କରୁଛନ୍ତି ବାଲା। ”ଜଣେ ଫୁଟବଲରଭାବେ ନିଜ ଘରୋଇ ପରିବେଶରେ ଏକ ବିଶ୍ୱକପ କିମ୍ବା ଏସିଆନ କପ୍‌ ଖେଳିବାଠାରୁ ଆଉ ବଡ଼କଥା କିଛି ଅଛି ବୋଲି ଭାବି ହେଉନାହିଁ। ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ ଦେଶର ବାଳିକାଙ୍କ ପାଇଁ ବଡ଼ ପ୍ଲାଟ୍‌ଫର୍ମ ହେବ। ଏଥିରୁ ସେମାନେ ଅନେକ ଅଭିଜ୍ଞତା ହାସଲ କରିବେ“ ବୋଲି ବାଲା ପ୍ରକାଶ କରିଛନ୍ତି। ମହିଳା ଏସିଆନ କପ୍‌ ଏକ ବଡ଼ ଟୁର୍ନାମେଣ୍ଟ। ଭାରତୀୟ ସିନିୟର ମହିଳା ଦଳ ଘରୋଇ ପରିବେଶରେ ଖେଳିବ। ତେଣୁ ସମଗ୍ର ଦେଶ ଆମକୁ ସମର୍ଥନ କରିବାକୁ ଆଗେଇ ଆସିବା ଉଚିତ। ଆଗାମୀ ଦିନରେ ହେବାକୁ ଯାଉଥିବା ୨ଟି ଟୁର୍ନାମେଣ୍ଟ ଭାରତୀୟ ମହିଳା ଫୁଟବଲରେ ଶକ୍ତି ଭରିଦେବ। ସମସ୍ତଙ୍କ ନଜର ଦେଶର ବାଳିକାଙ୍କ ଉପରେ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri