Posted inଖେଳ

ଭୁବନେଶ୍ୱରରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟ। ମଣିପୁରରେ ତ୍ରିରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ଗ୍ରାଣ୍ଡ ସଫଳତା ପରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓଡ଼ିଶା ସରକାରଙ୍କ ସହଯୋଗକ୍ରମେ ଭୁବନେଶ୍ୱରରେ ଆୟୋଜନ କରିବାକୁ ଯାଉଛି ଚତୁଃରାଷ୍ଟ୍ରୀୟ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌। ଏଆଇଏଫ୍‌ଏଫ୍‌ର ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ଆସନ୍ତା ଜୁନ୍‌ ୯ରୁ ୧୮ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ହେବ। ଏଥିରେ ଭାରତୀୟ ସିନିୟର ଫୁଟବଲ ଦଳ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଅଂଶଗ୍ରହଣ କରିବ। ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ର ଏହା ହେବ ତୃତୀୟ ସଂସ୍କରଣ। ପୂର୍ବ ୨ ସଂସ୍କରଣ ମୁମ୍ବାଇ (୨୦୧୮) ଓ ଅହମଦାବାଦ (୨୦୧୯)ରେ ଆୟୋଜିତ ହୋଇଥିଲା।
”ଇମ୍ଫାଲରେ ଗତ ମାର୍ଚ୍ଚରେ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ ହୋଇଯାଇଛି। ଏବେ ଭୁବନେଶ୍ୱର ଦେଶର ପୁରୁଷ ଫୁଟବଲ ଅନ୍ତର୍ଜାତୀୟ ଭେନ୍ୟୁ ମାନଚିତ୍ରରେ ସାମିଲ ହେବାକୁ ଯାଉଛି। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଅନ୍ୟତମ ଭେନ୍ୟୁଥିଲା ଭୁବନେଶ୍ୱର। ଏହି ଅବସରରେ ଓଡ଼ିଶା ସରକାରଙ୍କ ଦ୍ୱାରା ଦୃଢ଼ ଭିତ୍ତିଭୂମି ଉପଲବ୍ଧ କରାଯାଇଥିବା ଆମେ ଦେଖିବାକୁ ପାଇଥିଲୁ। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ମ୍ୟାଚ ସଫଳତାର ସହ ଆୟୋଜନ ହୋଇଥିବାରୁ ଇତିହାସରେ ପ୍ରଥମଥରପାଇଁ ଭାରତୀୟ ସିନିୟର ପୁରୁଷ ଫୁଟବଲ ଦଳ ଏହି ସହରରେ ଖେଳିବା ପାଇଁ ପଥ ପରିଷ୍କାର ହୋଇଛି। ମଣିପୁରରେ ମଧ୍ୟ ପ୍ରଥମଥର ପାଇଁ ବଡ଼ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ତେଣୁ ଓଡ଼ିଶାରେ ଆଗାମୀ ପ୍ରତିଯୋଗିତା ପାଇଁ ସମାନ ଧରଣର ଉତ୍ସାହ ଦେଖିବାକୁ ମିଳିବାନେଇ ଆମେ ଆତ୍ମବିଶ୍ୱାସରେ ଅଛୁ“ ବୋଲି ଏଆଇଏଫ୍‌ଏଫ୍‌ ମହାସଚିବ ଶାଜି ପ୍ରଭାକରନ ପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଭାରତୀୟ ପୁରୁଷ ଜାତୀୟ ଫୁଟବଲ ଦଳ ପୂର୍ବରୁ କେବେହେଲେ ମଙ୍ଗୋଲିଆ ଓ ଭାନୁଆଟୁ ବିପକ୍ଷରେ ମ୍ୟାଚ ଖେଳିନାହିଁ। ଲେବାନନ ବିପକ୍ଷରେ ଜାତୀୟ ଦଳ ୬ଟି ମ୍ୟାଚ ଖେଳିବାର ରେକର୍ଡ ରହିଛି। ଘରୋଇ ପରିବେଶରେ ଭାରତୀୟ ଦଳ ଶେଷ ୫ ମ୍ୟାଚରେ ଅପରାଜେୟ ରହିଛି। ୨୦୨୨ ଜୁନ୍‌ ୮ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପ୍ରାରମ୍ଭରେ ଭାରତ କୋଲକାତାରେ ଅନୁଷ୍ଠିତ ଏଏଫ୍‌ସି ଏସିଆନ କପ୍‌ ୨୦୨୩ କ୍ୱାଲିଫାୟର୍ସ ରାଉଣ୍ଡ-୩ରେ କାମ୍ବୋଡ଼ିଆକୁ ୨-୦ରେ ପରାସ୍ତ କରିଥିଲା। ଏହାପରେ ଇଗର ଷ୍ଟିମାକଙ୍କ ଦଳ ଆଫଗାନିସ୍ତାନକୁ ୨-୧, ହଂକଂକୁ ୪-୦, ମ୍ୟାନମାରକୁ ୧-୦ ଓ କିର୍ଗିଜ ରିପବ୍ଲିକ୍‌କୁ ୨-୦ ଗୋଲରେ ପରାସ୍ତ କରିଛି। ତେଣୁ ଭୁବନେଶ୍ୱରରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବାନେଇ ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri