ଉତ୍ତରପ୍ରଦେଶରୁ ଆନ୍ତଃ ରାଜ୍ୟ ନିଶାମାଫିଆ ଗିରଫ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭ୍ୟାନ୍‌ରୁ ୮୧୦ କେଜି ଗଞ୍ଜେଇ ଜବତ ମାମଲାରେ ୱାଣ୍ଟେଡ୍‌ ଥିବା ଜଣେ ଆନ୍ତଃ ରାଜ୍ୟ ନିଶାମାଫିଆ ଉତ୍ତରପ୍ରଦେଶର ଆଗ୍ରାରୁ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଫ୍‌) ଓ କୋରାପୁଟ ପୋଲିସର ଏକ ମିଳିତ ଟିମ୍‌ ଶନିବାର ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ଆଗ୍ରା ଜିଲା ଏତମାଦ୍‌ପୁର ଥାନା ଅଧୀନ ଅଗୱାରଖାସ ଗ୍ରାମର ଶିବନାଥ ସିଂ। ଗିରଫ ପରେ ତାଙ୍କୁ ଆଗ୍ରା ଚିଫ୍‌ ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡ ପାଇଁ ଅନୁମତି ଦେବା ପରେ ଶିବନାଥଙ୍କୁ ଓଡ଼ିଶା ଅଣାଯାଉଛି। କୋରାପୁଟ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ତାଙ୍କୁ ହାଜର କରାଯିବ ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ୨୦୨୧ ଅଗଷ୍ଚ ୭ ତାରିଖରେ କୋରାପୁଟ ଜିଲାର ମାଛକୁଣ୍ଡ ପୋଲିସ ଏକ ଗଞ୍ଜେଇ ଭର୍ତ୍ତି ଭ୍ୟାନକୁ ଜବତ କରିବା ସହ ଉତ୍ତରପ୍ରଦେଶର ଦୁଇଜଣଙ୍କୁ ଗିରଫ କରିଥିଲା। ଯା଼ଞ୍ଚ ବେଳେ ଭ୍ୟାନ୍‌ରୁ ୮୧୦ କେଜିର ଗଞ୍ଜେଇ ମିଳିଥିଲା। ସମ୍ପୃକ୍ତ ଦୁଇଜଣଙ୍କୁ ପଚରାଉଚରା ବେଳେ ଶିବନାଥ ତାଙ୍କ ଭ୍ୟାନରେ ଗଞ୍ଜେଇ ଚାଲାଣ ପାଇଁ ପଠାଇଥିବା କହିଥିଲେ। ମାଛକୁଣ୍ଡ ପୋଲିସ ମାମଲା (ନଂ. ୬୧/୨୧) ରୁଜୁ କରି ଶିବନାଥଙ୍କୁ ଧରିବାକୁ ତଦନ୍ତ ଜାରି ରଖିଥିଲା। ଓଡ଼ିଶା ପୋଲିସ ତାଙ୍କୁ ଖୋଜାଖୋଜି କରୁଥିବା ଖବର ପାଇ ଶିବନାଥ ଫେରାର ହୋଇଯାଇ ଥିଲେ। କୋରାପୁଟ ପୋଲିସ ଶିବନାଥଙ୍କ ଠିକଣା ଆଣି ତାଙ୍କ ସମ୍ପର୍କରେ ସୂଚନା ଦେବାକୁ ଏତମାଦ୍‌ପୁର ପୋଲିସକୁ କହିଥିଲା। କୋରାପୁଟ ପୋଲିସ ଏସ୍‌ଟିଏଫ୍‌ର ସହାୟତାରେ ଶିବନାଥଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବରେଜ ଦୁର୍ଘଟଣା ପଛରେ ଇଞ୍ଜିନିୟରଙ୍କ ଅବହେଳା

ଭୁବନେଶ୍ୱର,୧୬ା୪(ବ୍ୟୁରୋ): କଟକ ସେକ୍ଟର-୧୦ ଅଞ୍ଚଳରେ ଗୁରୁବାର ସ୍ବେରେଜ ସଫେଇ ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଗୁରୁତର ହୋଇଥିଲେ। ଏହି ଘଟଣାରେ...

ପୁଣି କ୍ଷମତାକୁ ଫେରିବୁ: ବିଜେଡି

ଭୁବନେଶ୍ୱର,୨୧।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେତାମାନଙ୍କ ମନରେ ହାରିବା କିମ୍ବା ଜିତିବା ନେଇ ଛନକା ପଶିଯାଇଛି। କ’ଣ ହେବ ନିଜର ରାଜନୈତିକ ଭାଗ୍ୟ,...

ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା ପାଇଁ ୨୦ ହଜାର ସୁପାରି

କଟକ ଅଫିସ,୧୦ା୩: କଟକ ବିଡ଼ାନାସୀ ଥାନା ଅଧୀନ ଭୁଆସୁଣୀ ନିକଟ ମହାନଦୀ ପଠାରେ ଘଟିଥିବା ଆଜାଦ ଯାଦବ ହତ୍ୟା ଘଟଣାର ରହସ୍ୟ ବୁଧବାର ଉନ୍ମୋଚନ ହୋଇଛି।...

୧୫ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଧରାପଡିଲେ ସୁନ୍ଦରଗଡ଼ ପୌର ନିର୍ବାହୀ ଅଧିକାରୀ

ସୁନ୍ଦରଗଡ଼,୩୧।୧୨(ଡି.ଏନ୍‌.ଏ.): ପୌର କର୍ମଚାରୀଙ୍କ ୟୁନିଫର୍ମ ବିଲ୍‌ ମଞ୍ଜୁର ପାଇଁ ଜଣେ ଦରଜିଙ୍କଠାରୁ ୧୫ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଗୁରୁବାର ସୁନ୍ଦରଗଡ ପୌର ନିର୍ବାହୀ...

ରୋଗ ଯନ୍ତ୍ରଣା ସହି ନ ପାରି ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

ସାକ୍ଷୀଗୋପାଳ ୧୧।୬(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ସେଠୀ ସାହିର ପ୍ରସନ୍ନ କୁମାର ସେଠୀ(୩୬) ରୋଗ ଯନ୍ତ୍ରଣା ସହି ନ ପାରି ମଙ୍ଗଳବାର...

ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୩୦ା୮(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ସାଙ୍ଗକୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିସ୍ଥିତିରେ ଲୋକମାନଙ୍କ ସହ ରହିବାକୁ ଦଳୀୟ ବିଧାୟକମାନଙ୍କୁ ରବିବାର ପରାମର୍ଶ ଦେଇଛନ୍ତି...

ଯୁକ୍ତ୨ କଲେଜଗୁଡ଼ିକୁ କଡ଼ା ଚେତାବନୀ: ସିସିଟିଭି ନ ଲଗାଇଲେ ପରୀକ୍ଷାକେନ୍ଦ୍ର ବନ୍ଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଜାନୁୟାରୀ ୨୭ରୁ ଯୁକ୍ତ୨ ପ୍ରାକ୍ଟିକାଲ ଏବଂ ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହାପୂର୍ବରୁ ପରୀକ୍ଷାକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ କଡ଼ା ଚେତାବନୀ...

ବ୍ରଜରାଜନଗର ଉପନିର୍ବାଚନ: ଆଜି ସରୁଛି ପ୍ରଚାର

ଝାରସୁଗୁଡା,୨୯।୫ : ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନିଜ ନିଜର ରାଜନୌତିକ ଦଳ ସହ ପ୍ରଚାର ମଇଦାନକୁ...

Advertisement
Archives

Model This Week