କାଗଜ କଲମରେ ସୀମିତ ନିର୍ଦ୍ଦେଶନାମା

ରାୟଗଡ଼ା, ୨୩।୪: (ସ୍ବ.ପ୍ର.) ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟାନ ନେଇ ଘୋଷଣା କରିଥିଲେ। ଏହା ମଧ୍ୟରେ ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ସେ ସବୁର ବ୍ୟବହାର ବନ୍ଦ ହୋଇନାହିଁ। ପ୍ଲାଷ୍ଟିକ ଓ ପଲିଥିନ୍‌ ତିଆରି କରୁଥିବା ଛୋଟବଡ଼ କମ୍ପାନୀକୁ ବନ୍ଦ କରିବା ପରିବର୍ତ୍ତେ ପ୍ରଶାସନିକ ଅଧିକାରୀମାନେ ଦୋକାନ, ବଜାର, ଶପିଂ ମଲ୍‌ ଆଦି ସ୍ଥାନରେ କେବଳ ଚଢ଼ାଉ ସହ ଜରିମାନା ଆଦାୟ କରୁଛନ୍ତି। ହେଲେ ମୂଳର ଆଧାର ଯଥା କମ୍ପାନୀ ଏବଂ ହୋଲ୍‌ସେଲରଙ୍କୁ ଚଢ଼ାଉ କରାଯାଉନି। କିଛି ଦିନ ପରେ ଏହି ଚଢ଼ାଉ ପରେ ସେ ସବୁ ବନ୍ଦ ହୋଇଯାଉଛି ଏବଂ ନିର୍ଦ୍ଦେଶନାମା କେବଳ କାଗଜ କଲମରେ ସୀମିତ ରହିଯାଉଛି। ଏହା ମଧ୍ୟରେ ୨୦୨୨ ଜୁଲାଇ ୧ରୁ ଦେଶରେ ଏହି ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟାନ ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏଥିସହିତ ପ୍ରତ୍ୟେକ ରାଜ୍ୟ ଏବଂ ଜିଲାସ୍ତରରେ ଏନ୍‌ଫୋର୍ସମେଣ୍ଟ କମିଟି ଗଠନ କରି ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ କାରଣରୁ ଏହା ସମ୍ଭବ ହେଉନି ବୋଲି ପରିବେଶବିତ୍‌ କହିଛନ୍ତି। ଜିଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ତଥା ଜିଲାର ଅନ୍ୟ ବିଭାଗ ମିଳିତଭାବେ ଏକ ଏନ୍‌ଫୋର୍ସମେଣ୍ଟ ଟିମ ଗଠନ କରି ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ କରିବା ଆବଶ୍ୟକ ବୋଲି ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି।
ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟାନ ନେଇ ଲୋକଙ୍କୁ ସଚେତନ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ପୌରାଞ୍ଚଳରେ ପ୍ରତ୍ୟେକ ଦିନ ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ି ପଲିଥିନ୍‌ ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବା ଏବଂ ରାସ୍ତାଘାଟରେ ଆବର୍ଜନା ନ ପକାଇବା ପାଇଁ ପ୍ରତିଦିନ ଘୋଷଣା କରୁଛି। ତଥାପି ମଧ୍ୟ ଜନସଚେତନତାର ଅଭାବ ପରିଲକ୍ଷିତ ହେଉଛି। ଲୋକେ ଜାଣିଶୁଣି ନିଜେ ଭୁଲ କରୁଛନ୍ତି ଏବଂ ପରିବେଶକୁ ପ୍ରଦୂଷିତ କରୁଛନ୍ତି ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍‌ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିପାରେ ନାହିଁ। ଏଗୁଡ଼ିକ କେବଳ ମାଇକ୍ରୋ କଣିକାରେ ଭାଙ୍ଗିବା ଯୋଗୁ ପରିବେଶ ଦୂଷିତ ହୋଇଥାଏ। ମାଇକ୍ରୋପ୍ଲାଷ୍ଟିକ୍‌, ଛୋଟ ପ୍ଲାଷ୍ଟିକ୍‌ କଣିକା ଯାହା ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ଭାଙ୍ଗିବା ଦ୍ୱାରା ଆମର ଜଳ ଉତ୍ସ ଏବଂ ଆମର ଖାଦ୍ୟକୁ ପ୍ରଦୂଷିତ କରେ। ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ କେବଳ ୯% ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ପୁନଃ ବ୍ୟବହାରଯୋଗ୍ୟ। ଏଥିପାଇଁ ଉଭୟ ସରକାର ୫୦ ମାଇକ୍ରୋନ୍‌ରୁ କମ୍‌ ମାଇକ୍ରୋନର ବ୍ୟବହାର ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି ବୋଲି ପରିବେଶବିତ୍‌ କହିଛନ୍ତି। ଏହି ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ଏବଂ ଏ ସମ୍ବନ୍ଧୀୟ ତଥ୍ୟ ପାଇଁ ପରିବେଶବିତ୍‌ ଗୌରାଙ୍ଗ ଚରଣ ରାଉତଙ୍କୁ ପଚାରିବାରୁ ଏ ସବୁ ୩ଶହ ବର୍ଷ ପର୍ଯ୍ୟନ୍ତ ମାଟିରେ ମିଶେ ନାହିଁ। ଗୋଟିଏ ସ୍ଥାନରେ ଏହା ପଡିରହି ଭୂମିରେ ଏକ ପ୍ରକାର ଫାଙ୍କ ସୃଷ୍ଟି କରେ। ଯାହା ଫଳରେ ଭୂମିକମ୍ପ, ଭୂସ୍ଖଳନ ଭଳି ପରିସ୍ଥିତି ଦେଖାଦିଏ। ଏଥିସହିତ ଭୂତଳ ଜଳ ଉପରକୁ ଆସିବା ଏବଂ ବର୍ଷାଜଳ ଭୂତଳକୁ ଯିବାରେ ବାଧା ସୃଷ୍ଟି ହୁଏ ବୋଲି ସେ କହିଛନ୍ତି। ଏହି ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ଯୋଗୁ ମଣିଷକୁ ବିଭିନ୍ନ ପ୍ରକାର ସ୍ନାୟୁ, ଫୁସଫୁସ୍‌ଜନିତ ରୋଗ ଆକ୍ରାନ୍ତ କରିଥାଏ। ଏଥିପାଇଁ ନିର୍ଦ୍ଦିଷ୍ଟ ଗ୍ରେଡର ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ପାଇଁ ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି। କିନ୍ତୁ ସଚେତନତା ଅଭାବ ଏବଂ ଲୋକେ ନିଜ ଅଭ୍ୟାସ ପରିବର୍ତ୍ତନ ନ କରିବା ଯୋଗୁ ଏକକ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ବନ୍ଦ ହୋଇ ପାରୁନାହିଁ ବୋଲି ସେ କହିଛନ୍ତି।
ଏହି ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ନିୟନ୍ତ୍ରଣ ନେଇ ରାୟଗଡ଼ା ପୌର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ଏ ନେଇ ଏକ ଆଇନ ପ୍ରଣୟନ କରାଯିବା ସହ ଜନସଚେତନତା ଜାରି ରହିଛି ବୋଲି ସେ କହିଛନ୍ତି।
ସହରର ଅଧିକାଂଶ ଦୋକାନ, ହୋଲ୍‌ସେଲରମାନେ ୨୫ ମାଇକ୍ରୋନର ପଲିଥିନ୍‌ ଓ ଏକକ ବ୍ୟବହାର ଡିସ୍‌ପୋଜେବଲ ଗ୍ଲାସ, ପ୍ଲେଟ ଆଣି ଦେଉଛନ୍ତି। ଏଗୁଡ଼ିକ ରାସ୍ତା କଡ଼ରେ ପଡ଼ିଥିବା ଦେଖି ମଧ୍ୟ ପୌର ପରିଷଦ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଆଶ୍ଚର୍ଯ୍ୟଜନକ। ଜିଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ତଥା ପ୍ରଦୂଷଣ ବିଭାଗ ଏ ଦିଗରେ ଧ୍ୟାନ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri