Posted inଫୁରସତ

ହଠାତ୍‌ ଚାଲିଗଲା ବିଦ୍ୟୁତ୍‌, ପ୍ରେମିକାଙ୍କୁ ପ୍ରପୋଜ କରିବା ବଦଳରେ ପ୍ରେମିକ କଲେ ଏମିତି କାମ

ଜଣେ ପ୍ରେମିକ ପ୍ରେମିକାଙ୍କୁ ପ୍ରପୋଜ୍‌ କରିବା ପାଇଁ ଗୋଲାପ ଫୁଲ ଧରି ପହଞ୍ଚିଥିଲେ। ଠିକ୍‌ ସେହି ସମୟରେ ବିଦ୍ୟୁତ୍‌ ଚାଲିଗଲା। ପରେ ଯାହା ଘଟିଲା ଜାଣିଲେ ହସିହସି ଗଡ଼ିବେ…

ଚାଇନାର ଜଣେ ପ୍ରେମିକ ମନେ ମନେ ଭଲ ପାଉଥିବା ଜଣେ ଯୁବତୀଙ୍କୁ ପ୍ରପୋଜ କରିବା ପାଇଁ ଏକ ଗୋଲାପ ଫୁଲର ତୋଡ଼ା ନେଇ ତାଙ୍କ ନିକଟରେ ପହଞ୍ଚିଥିଲେ। ଏହି ସମୟରେ ବିଦ୍ୟୁତ୍‌ ଚାଲିଗଲା। ପ୍ରେମିକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରପୋଜ କରିଦେଲେ। ଯେତେବେଳେ ବିଦ୍ୟୁତ୍‌ ଆସିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଗତ ୧୪ ତାରିଖରେ ଚାଇନାର ଜିଆଙ୍ଗସୁ ଲିୟାନୟୁଙ୍ଗଙ୍ଗ୍‌ ସହରର ଜଣେ ଯୁବକଙ୍କ ଏହି ଭିଡିଓଟି ଭାଇରାଲ ହେଉଛି। ଏହି ଯୁବକ ଜଣକ ଏକ ବିଶ୍ୱବିଦ୍ୟାଳୟର ଛାତ୍ର ଅଟନ୍ତି। ସେ ନିଜ ପ୍ରେମିକାଙ୍କ ନିକଟରେ ପ୍ରେମ ଜାହିର କରିବାକୁ ଏକ ପାର୍ଟିର ଆୟୋଜନ କରିଥିଲେ। ସେ ଷ୍ଟେଜ୍‌ ଉପରେ ଥିଲେ। ଏହି ସମୟରେ ସେ ଆଣ୍ଠୁମାଡ଼ି ବସି ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ଯାଉଥିଲେ। ହଠାତ୍‌ ବିଦ୍ୟୁତ୍‌୍‌ ଚାଲିଗଲା। ତେଣୁ ସେ ତାଙ୍କ ମନର ମାନସୀଙ୍କ ବଦଳରେ ଆଉ ଜଣେ ଯୁବତୀଙ୍କୁ ପ୍ରପୋଜ କରିଦେଲେ। ଯେତେବେଳେ କରେଣ୍ଟ ଆସିଲା। ସେ ଆଶ୍ଚର୍ଯ୍ୟ ହୋଇଗଲେ। ସଙ୍ଗେ ସଙ୍ଗେ ଠିଆ ହୋଇ ନିଜକୁ ସମ୍ଭାଳିନେଲେ। ଏହା ଦେଖି ସାଙ୍ଗସାଥୀମାନେ ହସିବାକୁ ଲାଗିଲେ। ଏହାର କିଛି ସମୟ ପରେ ସେ ତାଙ୍କ ପ୍ରକୃତ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ। ତାଙ୍କ ପ୍ରେମିକା ବି ଏଥିରେ ରାଜି ହୋଇଥିଲେ। ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ହସିହସି ଗଡ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri