Posted inଜାତୀୟ

ଚା’ ଆମନ୍ତ୍ରଣ ବଦଳରେ ଭୋଜନ ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ପଠାଇଲେ ଏମ୍‌ପି

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଚା’ ନିମନ୍ତ୍ରଣରେ ରାଜ୍ୟସଭା ସଦସ୍ୟ ଅନୀଲ ବଲୁନି ପୂରା ଭଦ୍ରତାର ସହ କିଛି ସମୟ ପାଇଁ ଏହାକୁ ଏଡ଼ାଇ ଦେଇଛନ୍ତି। ଏଥିସହ ପ୍ରିୟଙ୍କାଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଉତ୍ତରାଖଣ୍ଡର ପାରମ୍ପରିକ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ସୂଚନାଯୋଗ୍ୟ ଏମ୍‌ପି ଅନୀଲ ୩୫-ଲୋଧି ଇଷ୍ଟେଷ୍ଟ ସ୍ଥିତ ବଙ୍ଗଳାକୁ ସ୍ଥାନାନ୍ତରିତ ହେବେ। ଏଥିପାଇଁ ଉକ୍ତ ବଙ୍ଗଳାକୁ ପ୍ରିୟଙ୍କାଙ୍କୁ ଖାଲି କରିବାକୁ ପଡ଼ିବ। ତେବେ ବଙ୍ଗଳାକୁ ଖାଲି କରିବା ପୂର୍ବରୁ ପିୟଙ୍କା ଅନୀଲଙ୍କୁ ଏକ ଔପଚାରିକ ଭାବେ ଚିଠି ଲେଖି ଚା’ ପାଇଁ ନିମନ୍ତ୍ରିତ କରିଥିଲେ। ତେବେ ପ୍ରିୟଙ୍କାଙ୍କ ଏହି ଚିଠିର ଉତ୍ତରରେ ଅନୀଲ ଲେଖିଛନ୍ତି, ଆପଣଙ୍କ ଚିଠି ପାଇଲି, ଧନ୍ୟବାଦ ଜ୍ଞାପନ କରୁଛି। ଜାଣିଥିବେ, ଦୀଘଁ ସମୟରେ କ୍ୟାନସରର ଉପଚାର ପରେ ବର୍ତ୍ତମାନ ଦିଲ୍ଲୀକୁ ଫେରିଛି। ଚିକିତ୍ସିକଙ୍କ ପରାମର୍ଶ କ୍ରମେ ଏବେ ମୁଁ ହୋମ ଆଇସୋଲେଶନ୍‌ରେ ରହିଛି। ତେବେ ଆପଣ ମୋତେ ଚା’ରେ ନିମନ୍ତ୍ରଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଖୁବ୍‌ଶୀଘ୍ର ସୁସ୍ଥ ହୋଇ ୩୫-ଲୋଧି ବଙ୍ଗଳାକୁ ଭୋଜନରେ ଆପଣଙ୍କ ସପରିବାରଙ୍କୁ ନିମନ୍ତ୍ରଣ କରିବି ଏବଂ ଉତ୍ତରାଖଣ୍ଡର ପାରମ୍ପରିକ ବ୍ୟଞ୍ଜନ ପରଷିବି ବୋଲି ଏମ୍‌ପି ଅନୀଲ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚରଣଜିତ ସିଂ, ହନି ଓ ମନିର କମ୍ବିନେଶନ: ଅକାଳି ଦଳ

ଚଣ୍ଡିଗଡ଼,୨୨ ।୧: ଅକାଳି ଦଳ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମ୍ପର୍କିୟଙ୍କ ଘରେ ଇଡିର ରେଡ ସମୟରେ ମିଳିଥିବା କୋଟି କୋଟି ଟଙ୍କାକୁ...

ବଢ଼ିଲା ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମ…

ନୂଆଦିଲ୍ଲୀ, ୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର  ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମରେ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି...

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତିି। ରାଷ୍ଟ୍ରପତି ଏହି...

ମୁସେଓ୍ବାଲା ହତ୍ୟା ମାମଲା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସଦସ୍ୟ ଗିରଫ

ମୋହାଲି,୧୧ା୯: ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟା ମାମଲାରେ ସମ୍ପୃକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୧୧ଟି ଆଗ୍ନେୟାସ୍ତ୍ର ଜବତ...

କରୋନା ଭୟ: ଭିଡ଼ିଓ କଲ୍‌ ମାଧ୍ୟମରେ ହେଲା ନିର୍ବନ୍ଧ!

ଅହମଦାବାଦ,୧୯।୩: କରୋନା ଭାଇରସ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। ଗୋଟିଏ ସ୍ଥାନରେ ଗହଳି କରିବାକୁ ସରକାର ବାରଣ କରିଛନ୍ତି। ଏଭଳି ପରିସ୍ଥିତିରେ ଝିଅ ପୁଅଙ୍କ...

‘ଦୁର୍ନୀତି ବିରୋଧରେ ବଡ ପଦକ୍ଷେପ’, ଆରବିଆଇର ନିଷ୍ପତ୍ତିକୁ ସ୍ବାଗତ କଲେ ଚନ୍ଦ୍ରବାବୁ

ନୂଆଦିଲ୍ଲୀ,୨୦।୫: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ୨୦୦୦ଟଙ୍କିଆ ନୋଟ ପ୍ରତ୍ୟାହାର...

ଅଖିଲେଶ-ଚନ୍ଦ୍ରଶେଖରଙ୍କ ମଧ୍ୟରେ ହେବ ଆସନ ବୁଝାମଣା

ଲକ୍ଷ୍ନୌ,୧୫।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଖିଲେଶଙ୍କ ସମାଜବାଦୀ ପାର୍ଟି ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଭୀମ ଆର୍ମି ମଧ୍ୟରେ ମେଣ୍ଟ ହେବା ନେଇ ନିଷ୍ପତ୍ତି...

ଅଧିକ କ୍ଷତିଗ୍ରସ୍ତ କରିବ ତୃତୀୟ ଲହର

ନୂଆଦିଲ୍ଲୀ,୧୪।୭: ବିଭିନ୍ନ ରାଜ୍ୟରେ କୋଭିଡ୍‌ ଟିକାର ଗୁରୁତର ଅଭାବ ଦେଖାଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଟିକାକରଣର ମନ୍ଥର ଗତି ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁ...

Advertisement
Archives

Model This Week