Advertisement

ହୀରା ଭିତରେ ୮୦ କୋଟି ବର୍ଷ ତଳର ପୁରୁଣା ହୀରା…

ମସ୍କୋ,୧୩।୭: ପ୍ରକୃତିର ସୃଷ୍ଟି ଅତି ବିଚିତ୍ରମୟ। ଏବେ ରୁଷିଆରେ ମିଳିଥିବା ଏକ ହୀରାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଏହି ହୀରା ଭିତରେ ୮୦ କୋଟି ବର୍ଷ ପୁରୁଣା ଅନ୍ୟ ଏକ ହୀରା ରହିଛି। ଏହା ରୁଷିଆର ପାରମ୍ପରିକ କଣ୍ଢେଇ ମାତ୍ରୋୟୋଶାକା ନାମ ଅନୁସାରେ ଏହି ହୀରାର ନାମକରଣ କରାଯାଇଛି। ଭିତରେ ଥିବା ହୀରାର ବିକାଶ ପ୍ରଥମେ ହେବା ପରେ ବାହାର ହୀରା ଗଠନ ହୋଇଥିବା ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। କାର୍ବନ ଡାଟିଂରୁ ଭିତର ହୀରାର ଉତ୍ପତ୍ତି ସମୟ ୮୦ କୋଟି ବର୍ଷ ତଳେ ହୋଇଥିବା ଜଣାପଡ଼ିଛି। ପୃଥିବୀର କୌଣସି ଖଣିରୁ ଏଭଳି ବିରଳ ହୀରା ମିଳି ନ ଥିବା ଆଲରୋସା ଗବେଷଣା ବିକାଶ ସଂସ୍ଥାର ଓଲେଗ କୋୟଲଚୁକ୍‌ କହିଛନ୍ତି। ବାହାର ହୀରାର ଓଜନ ୦.୬୨ କ୍ୟାରେଟ୍‌ ଥିବାବେଳେ ଭିତର ହୀରାର ଓଜନ ୦.୦୨ କ୍ୟାରେଟ ରହିଛି। ଭିତର ହୀରା ସମ୍ପୂର୍ଣ୍ଣ ସ୍ବଚ୍ଛ ଏବଂ ପାରଦର୍ଶୀ। ଏବେ ମାତ୍ରୋୟୋଶାକା ହୀରର ଏକ୍ସ ରେ କରାଯିବା ସହିତ ଅନ୍ୟାନ୍ୟ ପରୀକ୍ଷା କରାଯିବ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କୁ ପିଟିଲେ ୟୁକ୍ରେନ୍‌ ସୈନ୍ୟ

କ୍ୱିଭ,୧।୩: ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସୀମାମୁହଁା ହୋଇଛନ୍ତି। ଏ ସବୁ ଭିତରେ ସେଠାରୁ ପ୍ରତି ଭାରତୀୟଙ୍କୁ ବିଚଳିତ କରିବା ଭଳି...

ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଜାକର୍ତ୍ତା,୧୮।୪: ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ଏଠାରେ ଇଭିଏମ୍‌କୁ ନେଇ ବିବାଦ ସରୁନି। ବିରୋଧି ଇଭିଏମକୁ ଭାଜପାର ମେଶିନ୍‌ କହୁଥିବା...

କମ୍‌ ବଜେଟ୍‌ରେ ବି କରିପାରିବେ ସୁନ୍ଦର ବଗିଚା

ଆଜିକାଲି ସମୟରେ ସମସ୍ତଙ୍କ କ୍ଷେତ୍ରରେ ବଡ଼ ଫ୍ଲାଟ୍‌ କିମ୍ବା ବଗିଚା କରିବା ସମ୍ଭବ ନୁହେଁ। ତେଣୁ କମ୍‌ ବଜେଟ୍‌ ଆଉ ଅଳ୍ପ ସ୍ଥାନରେ ବି ଏକ...

ଭିଡିଓ ଗେମ୍‌ ଖେଳିବା ପଡ଼ିଲା ମହଙ୍ଗା: ପାରାଲିସିସ୍‌ ହେଲା ବାଳକଙ୍କ ହାତ

କରୋନା ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ସଂକ୍ରମଣକୁ ରୋକିବା ପାଇଁ ସବୁଆଡେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଛୋଟ ପିଲାମାନେ ଘରେ...

ବିଦେଶୀଙ୍କୁ ଦେଶଛାଡ଼ିବାକୁ ଅନୁମତି ଦେଲା ତାଲିବାନ୍‌

କାବୁଲ,୯।୯: ଆଫଗାନିସ୍ତାନର ଅନ୍ତରୀଣ ସରକାର(ତାଲିବାନ୍‌) ଗୁରୁବାର ୨୦୦ ବିଦେଶୀଙ୍କୁ ଦେଶ ଛାଡ଼ିବାକୁ ଅନୁମତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଆମେରିକୀୟ ଅଛନ୍ତି। କାବୁଲ ବିମାନବନ୍ଦରରୁ ସେମାନେ...

ଚିଠି ମାଧ୍ୟମରେ ଗଣପତିଙ୍କୁ ଜଣାଇବାକୁ ପଡେ ନିଜର ମନୋସ୍କାମନା

କୌଣସି ଶୁଭ କାମ କରିବା ପୂର୍ବରୁ ସାଧାରଣତଃ ଗଣପତି ବା ଗଣେଶଙ୍କର ଆରାଧନା କରାଯାଇଥାଏ । ଅନେକ ସ୍ଥାନରେ ଗଣେଶଙ୍କର ମନ୍ଦିର ଥିବା ଦେଖାଯାଏ ।...

ଯୁବତୀଙ୍କ ପରି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ବାଇଡେନଙ୍କ ସ୍ତ୍ରୀ

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ୬୯ ବର୍ଷୀୟା ଜିଲ୍‌ ବାଇଡେନ ଫିଟ୍‌ନେସ ଟାଇଟ୍‌ସ, ବ୍ଲାକ୍‌ ହିଲ୍‌ ବୁଟ୍‌ସ ଏବଂ...

ରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ପାକିସ୍ତାନୀ…

ଲାହୋର,୧୭।୮: ପାକିସ୍ତାନରେ ମୌଳବାଦୀ ଗୋଷ୍ଠୀ ବେଶ୍‌ ସକ୍ରିୟ ହେବାରେ ଲାଗିଛନ୍ତି। ତେହେରିକ-ଇ-ଲୈବାକ ନାମକ ଏକ ଉଗ୍ରବାଦୀ ସଂଗଠନର ସଦସ୍ୟ ଲାହୋର ଦୁର୍ଗରେ ଥିବା ମହାରାଜା ରଣଜିତ୍‌...

Advertisement
Archives

Model This Week