Posted inଜାତୀୟ

ଆଇଏନଏସ ମୋର୍ମୁଗାଓ ନୌସେନାର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ…

ମୁମ୍ବାଇ,୧୮।୧୨ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ସ୍ବଦେଶୀ ନିର୍ମିତ ପି-୧୫-ବି ଷ୍ଟିଲ୍‌ଥ ଗାଇଡେଡ କ୍ଷେପଣାସ୍ତ୍ର ବିନାଶକ ଯୁଦ୍ଧ ଜାହାଜ ମୋର୍ମୁଗାଓକୁ ଭାରତୀୟ ନୌସେନାରେ ସାମିଲ କରିଛନ୍ତି। ଏହା ମୁମ୍ବାଇର ନାଭାଲ ଡକୟାର୍ଡରେ ସାମିଲ ହୋଇଛି। ଏହା ଭାରତ ମହାସାଗରରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବା ସହିତ ଦେଶର ସାମୁଦ୍ରିକ ସୀମାର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ବିନାଶକାରୀ ଯୁଦ୍ଧ ଜାହାଜକୁ ଭାରତୀୟ ନୌସେନାର ’ୱାରଶିପ ଡିଜାଇନ ବ୍ୟୁରୋ’ ଡିଜାଇନ କରିଛି ଏବଂ ମୁମ୍ବାଇର ମାଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି।

ପଶ୍ଚିମ ଉପକୂଳରେ ଥିବା ଐତିହାସିକ ବନ୍ଦର ସହର ଗୋଆର ନାମରେ ଆଇଏନଏସ ମୋର୍ମୁଗାଓ ନାମିତ ହୋଇଛି। ପର୍ତ୍ତୁଗୀଜ ଶାସନରୁ ଗୋଆର ମୁକ୍ତି ହେବାର ୬୦ ବର୍ଷ ପୂରଣ ଅବସରରେ ଗତ ବର୍ଷ ଡିସେମ୍ବର ୧୯ ରେ ଆଇଏନଏସ ମୋର୍ମୁଗାଓ ପ୍ରଥମ ଥର ପାଇଁ ସମୁଦ୍ରକୁ ଯାଇଥିଲା। ଭାରତରେ ନିର୍ମିତ ଏକ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମଧ୍ୟରୁ ଆଇଏନଏସ ମୋର୍ମୁଗାଓ ଅନ୍ୟତମ। ଏହାର ଲମ୍ବ ୧୬୩ ମିଟର ଏବଂ ପ୍ରସ୍ଥ ୧୭ ମିଟର ଏବଂ ଓଜନ ୭,୪୦୦ ଟନ। ଜାହାଜଟି ଚାରୋଟି ଶକ୍ତିଶାଳୀ ଗ୍ୟାସ ଟର୍ବାଇନ ସହିତ ସଜ୍ଜିତ ଏବଂ ୩୦ ରୁ ଅଧିକ ସାମୁଦ୍ରିକ ମାଇଲ ବେଗରେ ଗତି କରିପାରିବ ।

ଆଇଏନଏସ ମୋର୍ମୁଗାଓ ବ୍ରାହ୍ମୋସ ଏବଂ ବରାକ-୮ ପରି କ୍ଷେପଣାସ୍ତ୍ରରେ ସଜ୍ଜିତ। ଏହା ଇସ୍ରାଏଲର ଏମଏଫ ଷ୍ଟାର ରାଡାର ସହିତ ସଜ୍ଜିତ, ଯାହା ବାୟୁରେ ଦୀର୍ଘ ଦୂରଗାମୀ ଲକ୍ଷ୍ୟ ଚିହ୍ନଟ କରିପାରିବ। ୧୨୭ ମିଲିମିଟର ବନ୍ଧୁକ ସହିତ ସଜ୍ଜିତ Iଆଇଏନଏସ ମୋର୍ମୁଗାଓ ୩୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଭେଦ କରିବାରେ ସକ୍ଷମ। ଏହା ଏକ ଏକେ-୬୩୦ ଆଣ୍ଟି-ମିଜାଇଲ ବନ୍ଧୁକ ପ୍ରଣାଳୀ ସହିତ ସୁସଜ୍ଜିତ ହୋଇଛି। ଏଥିସହ ଏଥିରେ ଏକ ଆଣ୍ଟି-ସବମେରାଇନ ରକେଟ ଲଞ୍ଚର୍‌ ରହିଛି।

ଏହି କାର୍ଯ୍ୟକ୍ରମରେ ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ, ନୌସେନାର ମୁଖ୍ୟ ଆଡମିରାଲ ଆର ହରି କୁମାର, ଗୋଆ ରାଜ୍ୟପାଳ ପିଏସ ଶ୍ରୀଧରନ ପିଲ୍ଲାଇ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଆଇଏନଏସ ମୋର୍ମୁଗାଓ ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମଧ୍ୟରୁ ଅନ୍ୟତମ। ଏହାଦ୍ୱାରା ଭାରତର ସାମୁଦ୍ରିକ କ୍ଷମତା ବୃଦ୍ଧି ପାଇବ। ଏମଡିଏସଏଲ ଦ୍ୱାରା ନିର୍ମିତ ଏହି ଯୁଦ୍ଧ ଜାହାଜ ଆମର ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷମତାର ଏକ ଉତ୍ତମ ଉଦାହରଣ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭବିଷ୍ୟତରେ, ଆମେ କେବଳ ନିଜ ଆବଶ୍ୟକତା ପାଇଁ ନୁହେଁ, ଦୁନିଆର ଆବଶ୍ୟକତା ପାଇଁ ମଧ୍ୟ ଜାହାଜ ନିର୍ମାଣ କରିବୁ।

ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର କହିଛନ୍ତି ଯେ, ଆଜି ଆମେ ଏକ ବିନାଶକାରୀ ସ୍ବଦେଶୀ ଯୁଦ୍ଧ ଜାହାଜ ନିର୍ମାଣ କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପିତ କରିଛୁ। ଏହି ସଫଳତା ଗତ ଦଶନ୍ଧି ମଧ୍ୟରେ ଯୁଦ୍ଧ ଜାହାଜ ଡିଜାଇନ ଏବଂ ନିର୍ମାଣ ସାମର୍ଥ୍ୟରେ ଆମ ଦ୍ୱାରା ନିଆଯାଇଥିବା ବଡ ପଦକ୍ଷେପକୁ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri