Posted inଫୁରସତ

ଇ-ଓ୍ବେଷ୍ଟରୁ ଇନୋଭେସନ

ଟେକ୍ନୋଲୋଜୀର ବିକାଶ ଏବଂ କ୍ରମାଗତ ପରିବର୍ତ୍ତନ ଦ୍ୱାରା ସମଗ୍ର ବିଶ୍ୱରେ ଇ-ଓ୍ବେଷ୍ଟ୍‌ର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ନିୟମିତ ବ୍ୟବଧାନରେ ନିଜ କମ୍ପ୍ୟୁଟର, ମୋବାଇଲ୍‌ ଫୋନ୍‌, ଟାବ୍‌ଲେଟ୍‌ସ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ଅପ୍‌ଗ୍ରେଡ୍‌ କରିବା ଦ୍ୱାରା ଇ-ଓ୍ବେଷ୍ଟ୍‌ର ବୋଝ ପୃଥିବୀପୃଷ୍ଠରେ ବଢିବାରେ ଲାଗିଛି। ୨୦୧୬ରେ ସମଗ୍ର ବିଶ୍ୱରୁ ୪୯ ମିଲିୟନ୍‌ ଟନ୍‌ର ଇଲେକ୍ଟ୍ରୋନିକ୍ସ ଓ୍ବେଷ୍ଟ୍‌ ବାହାରିଥିବା ବେଳେ ଏହା ୪୫୦୦ଟି ଏଫିଲ୍‌ ଟାଓ୍ବାର ସଦୃଶ ବୋଲି କୁହାଯାଉଛି। ତେବେ ୨୦୨୧ ସୁଦ୍ଧା ବିଶ୍ୱରେ ଇ-ଓ୍ବେଷ୍ଟ୍‌ର ପରିମାଣ ୫୭ ମିଲିୟନ ଟନ୍‌ରୁ ଊର୍ଦ୍ଧ୍ୱ ହେବାନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଚୀନ୍‌ ଏବଂ ଆମେରିକା ପଛକୁ ଭାରତ ୩ୟ ରାଷ୍ଟ୍ରଭାବେ ସର୍ବାଧିକ ଇ-ଓ୍ବେଷ୍ଟ୍‌ ସୃଷ୍ଟି କରୁଥିବା ନିକଟରେ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏପରିସ୍ଥଳେ କିଛି ଟେକ୍‌ କମ୍ପାନୀ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଇ-ଓ୍ବେଷ୍ଟ୍‌ର ସୁପରିଚାଳନା ସହ ଏ କ୍ଷେତ୍ରରେ ସଷ୍ଟେନେବୁଲ୍‌ ହେବାଲାଗି ଉଦ୍ୟମ କରୁଛନ୍ତି। ଏହାଦ୍ୱାରା ବିଶ୍ୱରେ ସୃଷ୍ଟି ହେଉଥିବା ଇଲେକ୍ଟ୍ରୋନିକ୍ସ ଓ୍ବେଷ୍ଟ୍‌ର ପରିମାଣ ଅନେକାଂଶରେ କମିପାରିଛି।

ଆପଲ୍‌
ଟେକ୍‌ ଜାୟାଣ୍ଟ୍‌ କମ୍ପାନୀ ଆପଲ୍‌ର ସମସ୍ତ କାର୍ଯ୍ୟ ନବୀକରଣ ଶକ୍ତି ବା ରିନିଓ୍ବେବୁଲ୍‌ ଏନର୍ଜି ଦ୍ୱାରା ପରିଚାଳିତ ହୋଇଥାଏ। ଆପଲ୍‌ ଏହାର ସମସ୍ତ ଉତ୍ପାଦର ଉତ୍ପାଦର ପ୍ରସ୍ତୁତିଠାରୁ ପ୍ୟାକେଜିଂ ପର୍ଯ୍ୟନ୍ତ, ସବୁଥିରେ ପରିବେଶ ଉପରେ ଏହାର ପ୍ରଭାବକୁ ଗୁରୁତ୍ୱ ଦେଇଥାଏ। ଆପଲ୍‌ର ଆସେମ୍ବଲି ସାଇଟ୍‌ଗୁଡ଼ିକ ଜିରୋ ଓ୍ବେଷ୍ଟ୍‌ର ମାନ୍ୟତା ପାଇଥିବା ବେଳେ ଗତ ୧୦ବର୍ଷ ମଧ୍ୟରେ ଆପଲ୍‌ ଏହାର ଉତ୍ପାଦଗୁଡ଼ିକରେ ବ୍ୟବହୃତ ଶକ୍ତିର ପରିମାଣକୁ ୭୦% ପର୍ଯ୍ୟନ୍ତ କମାଇପାରିଛି। ସେହିଭଳି ଆପଲ୍‌ ଏବଂ ଏହାର ସପ୍ଲାୟରମାନେ ମିଳିତଭାବେ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନକୁ ୪୬୬,୦୦୦ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ କମାଇପାରିଛନ୍ତି, ଯାହାକି ଗୋଟିଏ ବର୍ଷରେ ୧ ଲକ୍ଷ କାର୍‌ରୁ ନିର୍ଗତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ସହ ସମାନ।

ଏଚ୍‌ପି
ଟେକ୍ନୋଲୋଜୀରେ ଇନୋଭେସନ ଆଣିବା ଭଳି ଏଚ୍‌ପି ସଷ୍ଟେନେବିଲିଟିରେ ଇନୋଭେସନ ଆଣି ବିଶେଷ ଲୋକପ୍ରିୟତା ହାସଲ କରିଛି। ଏଚ୍‌ପି ଏହାର ଅଧିକାଂଶ ଉତ୍ପାଦକୁ ରିସାଇକଲ୍‌ ହୋଇଥିବା ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ କରୁଛି। ୨୦୨୫ ସୁଦ୍ଧା ଏଚ୍‌ପି ଏହାର ୩୦% ଅଧିକ ଉତ୍ପାଦରେ ରିସାଇକଲ୍‌ ପ୍ଲାଷ୍ଟିକ୍‌ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ଏଚ୍‌ପି ବ୍ରାଣ୍ଡ୍‌ର ପେପର ଦ୍ୱାରା କମ୍ପାନୀ ନିର୍ଦ୍ଧାରିତ ସମୟର ଦୁଇବର୍ଷ ପୂର୍ବରୁ ୧୦୦% ଜିରୋ ଡିଫରେଷ୍ଟେସନ୍‌ ଲକ୍ଷ୍ୟ ହାସଲ କରିପାରିଛି। ଗତ କିଛିବର୍ଷ ମଧ୍ୟରେ ଏଚ୍‌ପି ଏହାର କାର୍ବନ ଫୁଟ୍‌ପ୍ରିଣ୍ଟକୁ ଏକ ତୃତୀୟାଂଶ କମାଇପାରିଛି। ତେବେ ଏଚ୍‌ପିର ଏହି ପ୍ରୟାସ କେବଳ ପରିବେଶ ପାଇଁ ଉପଯୋଗୀ ହୋଇନି, ବରଂ କମ୍ପାନୀର ଲାଭାଂଶକୁ ମଧ୍ୟ ବୃଦ୍ଧିପାଇଛଇ।

ସାମ୍‌ସଙ୍ଗ୍‌
ଦକ୍ଷିଣ କୋରିଆର ମଲ୍ଟିନ୍ୟାସନାଲ କମ୍ପାନୀ ‘ସାମ୍‌ସଙ୍ଗ୍‌ ଗ୍ରୁପ୍‌’ ୨୦୧୯ରେ ଏହାର ଉତ୍ପାଦଗୁଡ଼ିକରେ ପରିବେଶ ଉପଯୋଗୀ ତଥା ସଷ୍ଟେନେବୁଲ୍‌ ପ୍ୟାକେଜିଂ ବ୍ୟବହାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛି। ରିସାଇକେଲ୍‌ ହୋଇଥିବା ବିଭିନ୍ନ ସାମଗ୍ରୀକୁ ଏହା ପ୍ୟାକେଜିଂରେ ବ୍ୟବହାର କରୁଛି। ଉଭୟ ମ୍ୟାନୁଫ୍ୟାକ୍‌ଚରିଂ ଏବଂ ପ୍ୟାକେଜିଂରେ ଏହା ଡିସ୍‌ପୋଜେବୁଲ୍‌ ମ୍ୟାଟେରିଆଲର ବ୍ୟବହାର କମାଇଦେଇଛି। ଆଗାମୀ ୨୦୩୦ ସୁଦ୍ଧା ସାମ୍‌ସଙ୍ଗ୍‌ ୭.୫ ବିଲିୟନ୍‌ ପାଉଣ୍ଡର ଇ-ଓ୍ବେଷ୍ଟ୍‌କୁ ରିସାଇକେଲ ବା ପୁନଃ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ନବୀକରଣ ଯୋଗ୍ୟ ଶକ୍ତି ବା ରିନିଓ୍ବେବୁଳ୍‌ ଏନର୍ଜିର ବ୍ୟବହାରକୁ ମଧ୍ୟ ଏହି କମ୍ପାନୀ ବିଶେଷ ଗୁରୁତ୍ୱ ଦେଉଛି।

ମାଇକ୍ରୋସଫ୍ଟ
ମଲ୍ଟିନ୍ୟାସନାଲ ଟେକ୍ନୋଲୋଜୀ କମ୍ପାନୀ ‘ମାଇକ୍ରୋସଫ୍ଟ’ ଏହାର ସମସ୍ତ କାର୍ଯ୍ୟରେ ସଷ୍ଟେନେବିଲିଟିକୁ ଗୁରୁତ୍ୱ ଦେଇଥାଏ। ୨୦୨୩ ସୁଦ୍ଧା ମାଇକ୍ରୋସଫ୍ଟର ୭୦% ମାସିଭ୍‌ ଡାଟା ସେଣ୍ଟରଗୁଡ଼ିକୁ ନବୀକରଣ ଯୋଗ୍ୟ ଶକ୍ତିରେ ପରିଚାଳନା କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ୨୦୩୦ ସୁଦ୍ଧା ଏହି କମ୍ପାନୀ କାର୍ବନ୍‌ ନେଗେଟିଭ୍‌ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ୨୦୫୦ ସୁଦ୍ଧା ଏହା ନିଜର କାର୍ବନ ନିଗମନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି। ପ୍ରତି ମେଟ୍ରିକ୍‌ ଟନ୍‌ କାର୍ବନ ଏମିସନ ପିଛା ମାଇକ୍ରୋସଫ୍ଟ ୧୫ ଡଲାରର ଇଣ୍ଟରନାଲ କାର୍ବନ ଫି ଚାର୍ଜ କରି ଏହି ଲକ୍ଷ୍ୟ ହାସଲ ଦିଗରେ ଉତ୍ସାହିତ କରୁଛି। ଏହି ଫାଇନ୍‌ ଅର୍ଥରେ ମାଇକ୍ରୋସଫ୍ଟ ବିଭିନ୍ନ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ମାନ କରିଥାଏ। ସେହିଭଳି ମାଇକ୍ରୋସଫ୍ଟ ଏହାର ଉତ୍ପାଦଗୁଡ଼ିକରେ ମଧ୍ୟ ରିସାଇକେଲ ଓ ପୁନଃ ବ୍ୟବହୃତ ସାମଗ୍ରୀ ବ୍ୟବହାର କରିଥାଏ।

ଲିନେଭୋ

ଲିନେଭୋ ସମଗ୍ର ବିଶ୍ୱରେ ଏହାର ଜନଉପଯୋଗୀ କାର୍ଯ୍ୟ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିଛି ପରିବେଶ ଉପଯୋଗୀ କାର୍ଯ୍ୟ ଲାଗି ମଧ୍ୟ ସେତିକି ପ୍ରଶଂସିତ ହୋଇଛି। ଲିନୋଭୋର କର୍ପୋରେଟ୍‌ ଅଫିସ୍‌ରୁ ଆରମ୍ଭକରି ମ୍ୟାନୁଫାକ୍‌ଚରିଂ ହବ୍‌ ପର୍ଯ୍ୟନ୍ତ, ସବୁଠାରେ ସଷ୍ଟେନେବିଲିଟିକୁ ଗୁରୁତ୍ୱ ଦିଆଯାଇଥାଏ। ୨୦୨୧ ସୁଦ୍ଧା ଲିନୋଭୋ ଏହାର ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ଏମିଶନକୁ ୪୦% ପର୍ଯ୍ୟନ୍ତ କମାଇବାକୁ ଲକ୍ଷ୍ୟ ରଖିଛି। ସେହିଭଳି ପ୍ରଡକ୍ଟ ପ୍ୟାକେଜିଂରେ ମଧ୍ୟ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିଥାଏ। ପ୍ଲାଷ୍ଟିକ୍‌ ଓ ଅନ୍ୟା ସାମଗ୍ରୀ ପରିବର୍ତ୍ତେ ଏହା ଆଖୁ ଓ ବାଉଁଶକୁ ବ୍ୟବହାର କରି ପ୍ୟାକେଜିଂକୁ ଅଧିକ ପତଳା ଓ ହାଲ୍‌କା କରିଥାଏ। କେବଳ ଏତିକି ନୁହେଁ, ଇଣ୍ଟେଲ୍‌, ଆସସ୍‌ ଭଳି ଟେକ୍‌ କମ୍ପାନୀ ମଧ୍ୟ ସଷ୍ଟେନେବିଲିଟିକୁ ପ୍ରାଥମିକତା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

 

ଡେଲ୍‌

ଆମେରିକାନ୍‌ ମଲ୍ଟିନ୍ୟାସନାଲ କମ୍ପ୍ୟୁଟର ଟେକ୍ନୋଲୋଜୀ କମ୍ପାନୀ ‘ଡେଲ୍‌’ ପରିବେଶ ଉପଯୋଗୀ ବିଭିନ୍ନ ଦୀର୍ଘକାଳୀନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସେମାନେ ଇତିମଧ୍ୟରେ ୭୫% ଟାର୍ଗେଟ୍‌ ହାସଲ କରିସାରିଛନ୍ତି। ଡେଲ୍‌ ଏହାର ବିଭିନ୍ନ ଉତ୍ପାଦରେ ୧୦୦ ମିଲିୟନ୍‌ ପାଉଣ୍ଡ୍‌ର ରିସାଇକେଲ୍‌ ହୋଇଥିବା ପ୍ଲାଷ୍ଟିକ୍‌ ଏବଂ ଅନ୍ୟାନ୍ୟ ଉପକରଣ ବ୍ୟବହାର କରି ରେକର୍ଡ ସୃଷ୍ଟିକରିଛି। ସେହିଭଳି ବିଶ୍ୱର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କୁ ଏହା ଆବଶ୍ୟକ ସମୟରେ ଜରୁରୀ ସେବା ଯୋଗାଇଦେଇଛି। ମ୍ୟାନୁଫ୍ୟାକ୍‌ଚରିଂରୁ ନିର୍ଗତ ଓ୍ବେଷ୍ଟ୍‌ ଓ୍ବାଟର୍‌ ବା ବର୍ଜ୍ୟଜଳର ପରିମାଣକୁ ୪.୫୬ ମିଲିୟନ୍‌ କ୍ୟୁବିକ୍‌ ମିଟର କମାଇପାରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri