Posted inଖେଳ

କୁଲଦୀପଙ୍କ ସହ ହେଉଛି ପକ୍ଷପାତିତା…? ୫ ବର୍ଷରେ ଖେଳିଛନ୍ତି ମାତ୍ର ୮ ଟେଷ୍ଟ ମ୍ୟାଚ୍‌…

ଚଟ୍ଟଗ୍ରାମ,୧୬।୧୨: ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଚାଇନାମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ। ପ୍ରଥମ ଇନିଂସରେ ସେ ୪୦ ରନ୍‌ କରିଥିବା ବେଳେ ୫ ଉଇକେଟ ନେବାରେ ସଫଳ ହୋଇଛନ୍ତି। ତୃତୀୟ ଥର ଲାଗି ସେ ଟେଷ୍ଟ କ୍ରିକେଟର ଏକ ଇନିଂସରେ ୫ ନଚେତ ତା’ଠାରୁ ଅଧିକ ଉଇକେଟ ନେଇଛନ୍ତି।

୨୦୧୭ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ କୁଲଦୀପ। ସେବେଠାରୁ ଏବେଯାଏ ଭଲ ପ୍ରଦର୍ଶନ କରିଥିଲେ ହେଁ ତାଙ୍କ ସହ ପକ୍ଷପାତିତା କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। କାରଣ ୫ ବର୍ଷ ମଧ୍ୟରେ ସେ ମାତ୍ର ୮ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କୁ ଏକାଦଶରେ ସ୍ଥାନ ପାଇବାକୁ ସଂଘର୍ଷ କରିବାକୁ ପଡ଼ୁଥିବା କୁହାଯାଉଛି। ବିଶେଷକରି ରବିନ୍ଦ୍ର ଜାଡେଜା ଏବଂ ଆର୍‌ ଅଶ୍ୱିନଙ୍କ ସହ ପ୍ରତିସ୍ପର୍ଦ୍ଧା କରିବାକୁ ପଡ଼ୁଛି।

କୁଲଦୀପ ଏଯାବତ ୮ ଟେଷ୍ଟରେ ୩୧ ଉଇକେଟ ନେଇଛନ୍ତି। ଏହାଛଡ଼ା ଭାରତ ପାଇଁ ସେ ୭୩ ଦିନିକିଆ ଏବଂ ୨୫ ଟି୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳିଛନ୍ତି। ତିନୋଟି ଯାକ ଫର୍ମାଟ ଦେଖିଲେ ମୋଟ ୧୯୪ ଉଇକେଟ ନେଇଛନ୍ତି ସେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ

ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସାଧାରଣ ଲେକଙ୍କୁ ବଡ଼ ଆଶ୍ୱସ୍ତି: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୯।୬:ସରକାର ପେଟ୍ରୋଲ ଏବଂ ଡିଜେଲ ସମ୍ପର୍କରେ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନ ଉପରେ ଅସ୍ଥାୟୀ…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିଭାବରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭଞ୍ଜନଗର, ୨୯।୬ (ବାବୁଲା ପ୍ରଧାନ): ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri