୩୮ ବର୍ଷର ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲେ ମା’

ଗଞ୍ଜାମ,୧୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ବୋରିଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିିଛି l ଏଠାରେ ଜଣେ ମା’ ନିଜ ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଘଟଣାରେ ମା’ଙ୍କ ମୃତ୍ୟୁ ହୋଇଯାଇଥିବl ବେଳେ ପୁଅ ଏବେ ସୁସ୍ଥ ଥିବା ହୁମା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ମୃତ ମହିଳା ଜଣକ ହେଲେ କମି ପଲେଇ (୫୫) ।

ସୂଚନାନୁଯାୟୀ, ମୃତ କମି କୌଣସି କାରଣରୁ ଶୁକ୍ରବାର ସକାଳ ପ୍ରାୟ ସାଢେ ଆଠଟା ସମୟରେ ଚାଉଳରେ ପୋକ ନ ଲାଗିବା ପାଇଁ ଘରେ ଥିବା ଔଷଧକୁ ପ୍ରଥମେ ନିଜ ବଡ଼ ପୁଅ ସନ୍ତୋଷ ପଲେଇ(୩୮)ଙ୍କୁ ପିଇବାକୁ ଦେଇଥିଲେ। ପରେ ନିଜେ ମଧ୍ୟ ଉକ୍ତ ବିଷକୁ ପିଇ ଦେଇଥିଲେ l ସନ୍ତୋଷ ବାରମ୍ବାର ବାନ୍ତି କରିବା ପରେ ଗାଁ ଲୋକେ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲ ନେଇଥିଲେ l ସେଠାରେ କମିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଚିକିତ୍ସା ପରେ ସନ୍ତୋଷ ସୁସ୍ଥ ଅଛନ୍ତି ।

ତେବେ କମିଙ୍କ ଦୁଇ ପୁଅ ଆଉ ଗୋଟିଏ ମାତ୍ର ଝିଅ । ପିଲାମାନେ ସାନ ସାନ ଥିବା ବେଳେ କମିଙ୍କର ସ୍ବାମୀ କାମ୍ପ ପଲେଇଙ୍କ ମୃତ୍ୟୁ ହୋଇଥିଲl l କମି ବହୁତ କଷ୍ଟରେ ନିଜ ପିଲାଙ୍କୁ ବଡ଼ କରିବା ସହ ଝିଅଙ୍କ ବିବାହ ସେହି ଗ୍ରାମରେ କରିଥିଲେ l ଏଥିସହ ଦୁଇ ପୁଅଙ୍କୁ ମଧ୍ୟ ଗୋଟିଏ ଦିନରେ ବାହାଘର କରିଥିଲେ l କିନ୍ତୁ ବଡ଼ ପୁଅ ଜଡା ଥିବା ଯୋଗୁ ବିବାହର କିଛି ଦିନ ପରେ ତାଙ୍କୁ ତାଙ୍କ ପତ୍ନୀ ଛାଡି ଚାଲିଯାଇଥିଲେ। ସେବେଠାରୁ ଗୋଟିଏ ଘରେ ସାନ ପୁଅ ସୁଶାନ୍ତ ଓ ତାଙ୍କ ସ୍ତ୍ରୀ, କମି ଏବଂ ସନ୍ତୋଷ ମିଶି ରହୁଥିଲେ l ଏବେ ଘଟଣା ଘଟିବା ପରେ ସାନ ପୁଅ ସୁଶାନ୍ତ ବାରମ୍ବାର ଅଚେତ ହୋଇ ପଡୁଥିବା ଦେଖିବାକୁ ମିଳିଛି ।

ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଗରିବ ଓ ଅସହାୟ ଯୋଗୁ ଏହି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି l ଖବର ପାଇ ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ବ୍ରହ୍ମପୁର ବଡ଼ ମେଡିକାଲ ଯାଇ ଘଟଣାର ତଦନ୍ତ କରିବା ସହ ମାମଲା (ନଂ- ୮/୨୨)ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସେ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri