Posted inଖେଳ

ଆହତ ଓ୍ବାର୍ନର ପ୍ରଥମ ଟେଷ୍ଟ ଖେଳିପାରିବେନି: ବନର୍‌ସ-ପୁକୋଭସ୍କି ଇନିଂସ ଓପନ କରିପାରନ୍ତି

କାନବେରା, ୨।୧୨(ପି.ଟି.)- ଉରୁସନ୍ଧିଆ ଆଘାତ ଜନିତ ସମସ୍ୟା ଯୋଗୁ ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ମ୍ୟାଚ ସହିତ ଅତିକମ୍‌ରେ ପ୍ରଥମ ଟେଷ୍ଟରେ ଖେଳି ପାରିବେନି। ସାମୟିକଭାବେ ଖାଲିପଡ଼ିଥିବା ଓପନିଂ ସ୍ଲଟ ଅନ୍ୟମାନଙ୍କୁ ପାଇଁ ସୁଯୋଗ ଆଣିବ ବୋଲି କୋଚ୍‌ ଜଷ୍ଟିନ ଲାଙ୍ଗର ପ୍ରକାଶ କରିଛନ୍ତି। ବିଶେଷ କରି ଭାରତ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚରେ ଭଲ ପ୍ରଦର୍ଶନକାରୀଙ୍କୁ ପ୍ରଥମ ଟେଷ୍ଟରେ ସୁଯୋଗ ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ଓ୍ବାର୍ନରଙ୍କ ଓପନିଂ ପାର୍ଟନରଙ୍କୁ ନେଇ ଅନେକ ଆଲୋଚନା ହୋଇ ଯାଇଛି। ରନ ପାଇଁ ସଂଘର୍ଷ କରୁଥିବା ଜୋ ବନର୍‌ସ ସ୍ଥାନ ବଜାୟ ରଖିବା ଉପରେ କେତେକ ଗୁରୁତ୍ୱ ଦେଇଥିବାବେଳେ ଅନ୍ୟ କେତେଜଣ ଯୁବ ଖେଳାଳି ଓ୍ବିଲିୟମ ପୁକୋଭସ୍କିଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ମାତ୍ର ଏବେ ଓ୍ବାର୍ନର ଆହତ ହୋଇଥିବାରୁ ଦୃଶ୍ୟପଟ ବଦଳି ଯାଇଛି। ଉଭୟ ବନର୍‌ସ ଓ ପୁକୋଭସ୍କି ଅଷ୍ଟ୍ରେଲିଆ ପକ୍ଷରୁ ଇନିଂସ ଓପନ କରିବା ସମ୍ଭାବନା ବଢ଼ିଯାଇଛି। ଟେଷ୍ଟ ସିରିଜ ପୂର୍ବରୁ ଡିସେମ୍ବର ୬ରୁ ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ‘ଏ’ ଏବଂ ୧୧ରୁ ଅଷ୍ଟ୍ରେଲିଆ ‘ଏ’ ଓ ଭାରତୀୟ ସିନିୟର ଦଳ ମଧ୍ୟରେ ଓ୍ବାର୍ମଅପ୍‌ ମ୍ୟାଚ ଆରମ୍ଭ ହେବ। ଡିସେମ୍ବର ୧୭ରୁ ଆଡିଲେଡ୍‌ଠାରେ ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର ଟେଷ୍ଟ ଆରମ୍ଭ ହେବ। ଯଦି ବନର୍‌ସଙ୍କ ଓପନିଂ ପାର୍ଟନର ପୁକୋଭସ୍କି ହୁଅନ୍ତି ତେବେ ଦିବାରାତ୍ର ଟେଷ୍ଟରେ କ୍ୟାରିୟର ଆରମ୍ଭ କରିବାରେ ମାଥ୍ୟୁ ରେନ୍‌ଶ, ପିଟର ହ୍ୟାଣ୍ଡ୍ସକମ୍ବ ଓ ନିକ୍‌ ମାଡିନସନଙ୍କ କ୍ଲବରେ ସାମିଲ ହେବେ। ଏହି ୩ ଜଣ ୨୦୧୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପିଙ୍କବଲ୍‌ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ରିପୋର୍ଟରୁ ଯାହା ଜଣାପଡ଼ୁଛି ଓ୍ବାର୍ନରଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ଅତିକମ୍‌ରେ ୪ ସପ୍ତାହ କ୍ରିକେଟରୁ ଦୂରେଇ ରହିବେ। ଫଳରେ ସେ ଭାରତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବା ସମ୍ଭାବନା କମ୍‌। ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଡି’ଆର୍ସି ଶର୍ଟଙ୍କୁ ଓ୍ବାର୍ନରଙ୍କ ବଦଳ ଖେଳାଳିଭାବେ ନିଆ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri