Posted inଖେଳ

ପୂରା ବର୍ଷ ପଡ଼ିଆରୁ ଦୂରେଇ ରହିବେ ଷ୍ଟାର ଖେଳାଳି

ଲଣ୍ଡନ,୫।୮: ଚଳିତ ବର୍ଷ କ୍ରିକେଟ ପଡ଼ିଆକୁ ଓହ୍ଲାଇପାରିବେ ନାହିଁ ଇଂଲଣ୍ଡର ଷ୍ଟାର ପେସର ଜୋଫ୍ରା ଆର୍ଚ୍ଚର। ଡାହାଣ କହୁଣି ଜନିତ ସମସ୍ୟାରୁ ତାଙ୍କୁ ମୁକୁଳିବାକୁ ସମୟ ଦରକାର। ଏ ନେଇ ଗୁରୁବାର ସୂଚନା ଦେଇଛି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ।

ସମାନ ସମସ୍ୟା କାରଣରୁ ସେ ୨୦୨୦ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଖେଳିପାରି ନ ଥିଲେ। ଭାରତ ଗସ୍ତ ସହ ଆଇପିଏଲ୍‌ରୁ ମଧ୍ୟ ବାଦ୍‌ ପଡ଼ିଥିଲେ ଆର୍ଚ୍ଚର। ଆହତ ସମସ୍ୟାରୁ ଫେରିଲା ପରେ ସସେକ୍ସ ପାଇଁ ଗୋଟିଏ କାଉଣ୍ଟି ମ୍ୟାଚ୍‌ ଖେଳିଥିଲେ। କିନ୍ତୁ କହୁଣିରେ ଯନ୍ତ୍ରଣା ଅନୁଭବ କରିବାରୁ ଦ୍ୱିତୀୟ ଇନିଂସରେ ବୋଲିଂ କରି ନ ଥିଲେ। ଏଥି ଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ମଧ୍ୟ ଖେଳିପାରି ନ ଥିଲେ। ତାଙ୍କ କହୁଣିର ସ୍କାନ କରାଯାଇଥିଲା। ରିପୋର୍ଟ ଆସିବା ପରେ ଚଳିତ ବର୍ଷ ସେ କ୍ରିକେଟ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏଣୁ ସେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌, ଟି୨୦ ବିଶ୍ୱକପ୍‌ ଓ ଅଷ୍ଟ୍ରେଲିଆରେ ଆଶେସ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍‌ଲାଇନ ଗାଳିଗୁଲଜ ବିରୋଧରେ ଫିଫା, ୟୁଇଏଫ୍‌ଏ ଏକାଠି

ନୟନ,୧।୫(ପି.ଟି.): ଅନ୍‌ଲାଇନରେ ଚାଲିଥିବା ଗାଳିଗୁଲଜ ବିରୋଧରେ ପୂରା ଇଂଲିଶ ଫୁଟ୍‌ବଲ ଜଗତ ଏକାଠି ହୋଇଛି। ଅନ୍‌ଲାଇନରେ ଚାଲିଥିବା ଗାଳିକୁ ବିରୋଧ କରି ଇଂଲିଶ ଫୁଟ୍‌ବଲ ବିଭିନ୍ନ...

ଏସ୍‌ଆର୍‌ ଅନ୍‌ଲାଇନ୍‌ ଚେସ୍‌: ଓମ୍‌ ଆଦିତ୍ୟ ଚାମ୍ପିୟନ

ଭୁବନେଶ୍ୱର,୧।୬(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର୍‌ ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୯ତମ ଅନ୍‌ଲାଇନ୍‌ ଚେସ୍‌ରେ ଓମ୍‌ ଆଦିତ୍ୟ ଖାଡଙ୍ଗା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ...

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଗି ଦୂତୀଙ୍କ ନାମ ସୁପାରିସ୍‌

ଭୁବନେଶ୍ୱର,୨୯।୬: ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମହିଳା ଧାବକ ଦୂତୀ ଚାନ୍ଦଙ୍କ ନାମ ରାଜ୍ୟ ସରକାର ସୁପାରିସ କରିଛନ୍ତି।...

ଚେଲ୍‌ସି ବିପକ୍ଷ ସୁପର କପ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ ଆଲିସନ

ଲିଭରପୁଲ,୧୦।୮(ଏଏଫ୍‌ପି)- ଲିଭରପୁଲ୍‌ ଗୋଲକିପର ଆଲିସନ ବେକର ବୁଧବାର ଚେଲ୍‌ସି ବିପକ୍ଷ ୟୁଫା ସୁପର କପ୍‌ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ତାଙ୍କ ଗୋଇଠିରେ ଆଘାତ ଲାଗିଛି। ୟୁରୋପ...

କୋହଲିଙ୍କୁ କ୍ଷମା ମାଗିଲେ ରାହାଣେ

ମେଲବର୍ନ,୨୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ କରିଥିବା ନିଜର ଭୂଲକୁ ନେଇ ବିରାଟ କୋହାଲିଙ୍କୁ କ୍ଷମା ମାଗିଛନ୍ତି ଅଜିଙ୍କ୍ୟ ରାହାଣେ। ଭାରତୀୟ ଦଳ ୧୮୮/୩ ଉଇକେଟ...

ପୁଣି ମ୍ୟାଚ୍‌ ହାତଛଡ଼ା କଲା ହାଇଦ୍ରାବାଦ

ଚେନ୍ନାଇ,୧୭।୪: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ସ୍ଥାନୀୟ ଚେପକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଜୁନିୟର ମହିଳା ହକି: ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ହ୍ୟାଟ୍ରିକ୍‌: ଚିଲିକୁ ହରାଇଲା ଭାରତ

ସାଣ୍ଟିଆଗୋ (ଚିଲି), ୧୯ା୧ (ପି.ଟି.)-ଷ୍ଟ୍ରାଇକର ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ହ୍ୟାଟ୍ରିକ ଗୋଲ ସହାୟତାରେ ଭାରତର ଜୁନିୟର ମହିଳା ହକି ଦଳ ୫-୩ ଗୋଲରେ ଚିଲିକୁ ପରାସ୍ତ କରିଛି।...

ଡିଡିସିଏ ଅଧ୍ୟକ୍ଷ ପଦ ଲାଗି ରୋହନ ଜେଟ୍‌ଲୀଙ୍କ ନାମାଙ୍କନ

ନୂଆଦିଲ୍ଲୀ,୮।୧୦ (ପି.ଟି.): ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପୁଅ ରୋହନ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚିତ ହେବା ନିଶ୍ଚିତ...

Advertisement
Archives

Model This Week