Posted inଖେଳ

ଚେନ୍ନାଇ ପ୍ରଶଂସକଙ୍କୁ ଭାବପ୍ରବଣ ଅପିଲ କଲେ ବ୍ରାଭୋ

ଦୁବାଇ,୨୨।୧୦:ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାୟତଃ ପ୍ଲେ-ଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିଛି। ଆଘାତ ଯୋଗୁ ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି। ବାଦ୍‌ ପଡିବା ପରେ ବ୍ରାଭୋ ଚେନ୍ନାଇ ପ୍ରଶଂସକଙ୍କୁ ଏକ ଭାବପ୍ରବଣ ଅପିଲ୍‌ କରିଛନ୍ତି। ସିଏସ୍‌କେ ଫ୍ରାଞ୍ଚାଇଜର ଟୁଇଟର୍‌ ହ୍ୟାଣ୍ଡେଲରେ ଅପଲୋଡ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ବ୍ରାଭୋ କହିଛନ୍ତି ଯେ ଏହା ଏକ ଖରାପ ଖବର। ଏହି ସମୟରେ ଦଳ ଛାଡିବା ଖରାପ ଲାଗୁଛି। ସେ କହିଛନ୍ତି ଯେ ଆମେ ଏଭଳି ପ୍ରଦର୍ଶନ ଆଶା କରିନ ଥିଲୁ ଏବଂ ଆମର ସମର୍ଥକମାନେ ମଧ୍ୟ ଏହା ଚାହୁଁ ନ ଥିଲେ କିନ୍ତୁ ଆମେ ଯଥାସମ୍ଭବ ଚେଷ୍ଟା କରିଛୁ। ଆମକୁ ସମର୍ଥନ ଜାରି ରଖନ୍ତୁ ଏବଂ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଆମେ ଚାମ୍ପିୟନ୍‌ ଭଳି ଫେରିବୁ।
ସୂଚନାଯୋଗ୍ୟ, ଆଘାତ କାରଣରୁ ୩୭ ବର୍ଷୀୟ ବ୍ରାଭୋ ଅକ୍ଟୋବର ୧୭ରେ ଶାରଜାଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଶେଷ ଓଭର ବୋଲିଂ କରିବାରେ ଅସମର୍ଥ ହୋଇଥିଲେ। ଏହା ପରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ରବିନ୍ଦ୍ର ଜାଡେଜାଙ୍କୁ ଶେଷ ଓଭର ବୋଲିଂ କରିବାକୁ ଦେଇଥିଲେ। ଏହି ଓଭରରେ ଜାଡେଜା ତିନିଟି ଛକା ଖାଇଥିଲେ ଏବଂ ଚେନ୍ନାଇ ମ୍ୟାଚ ହାରିଥିଲା। ଚଳିତ ଆଇପିଏଲ୍‌ରେ ଚେନ୍ନଇ ୧୦ଟି ମ୍ୟାଚ୍‌ ଖେଳି ୭ଟିରେ ପରାଜୟ ଲାଭ କରିଛି। ଦଳ ଏବେ ପଏଣ୍ଟ ଟେବୁଲ ଶେଷରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?