ମେଟ୍ରୋ ରେଲ୍‌ର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର,୧୧।୭(ଅଭିଜିତ ଦାସ)/ ବାରଙ୍ଗ (ଲିଙ୍ଗରାଜ ରାଉତ): ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେଶନ (ଡିଏମ୍‌ଆର୍‌ସି)ର ବିଶେଷଜ୍ଞମାନେ ସୋମବାର ଭୁବନେଶ୍ୱରରେ ପହଞ୍ଚି ପ୍ରାଥମିକ ପର୍ଯ୍ୟାୟ ସର୍ଭେ ଆରମ୍ଭ କରିଛନ୍ତି। ତ୍ରିଶୂଳିଆ ଛକରେ ମେଶିନ ଲଗାଇ ମାଟି ପରୀକ୍ଷା କରାଯାଇଛି। ସୂଚନା ଅନୁଯାୟୀ, ଡିଏମ୍‌ଆର୍‌ସି ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ଡିପିଆର୍‌ (ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତି ଦାୟିତ୍ୱ ନେଇଛି। ଏବେ ଏହି ବିଶେଷଜ୍ଞ ଦଳ ପକ୍ଷରୁ ଜିଓ ଟେକ୍ନିକାଲ ଇନ୍‌ଭେଷ୍ଟିଗେଶନ କାମ ଚାଲିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ତ୍ରିଶୁଳିଆରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ପ୍ରତି ୧ କିଲୋମିଟର ଦୂରତାରେ ମୃତ୍ତିକା ପରୀକ୍ଷଣ (ସଏଲ ଟେଷ୍ଟିଂ) କରାଯିବ। ଫଳରେ ମୃତ୍ତିକାର କେଉଁ ସ୍ତରରେ ପଥର ଅଛି ତାହା ଜଣାପଡ଼ିବ। ଅନ୍ୟପକ୍ଷରେ ସଏଲ୍‌ ବିଅରିଂ କାପାସିଟି କେତେ ଅଛି ତାହା ମାଟି ନମୁନା ପରୀକ୍ଷଣରୁ ସ୍ପଷ୍ଟ ହେବ। ମେଟ୍ରୋର ଅଣ୍ଡରଗ୍ରାଉଣ୍ଡ ପଥ ଲାଗି ଯେଉଁ ପିଲାର୍‌ (ଖମ୍ବ) ନିର୍ମାଣ କରାଯିବ ତା’ର ଫାଉଣ୍ଡେଶନ ଡିଜାଇନ କିଭଳି ହେବ ସେ ସମ୍ପର୍କିତ ବିବରଣୀ ମୃତ୍ତିକା ପରୀକ୍ଷଣ ଅନୁସନ୍ଧାନ (ସଏଲ ଟେଷ୍ଟିଂ ଇନ୍‌ଭେଷ୍ଟିଗେଶନ୍‌) ରିପୋର୍ଟରୁ ଜଣାପଡ଼ିବ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଲ୍‌ ଲାଗି ଡିପିଆର୍‌ ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରର ଅନ୍ୟ ଅଞ୍ଚଳକୁ ରୁଟ୍‌ ସହ ଯୋଡ଼ିବା ଏବଂ ଖୋର୍ଦ୍ଧା, ପୁରୀକୁ ଚାଲିବାକୁ ଥିବା ମେଟ୍ରୋ ଲାଗି ସମସ୍ତ ପ୍ଲାନ ଡିଏମ୍‌ଆର୍‌ସି ପ୍ରସ୍ତୁତ କରୁଛି। ବର୍ତ୍ତମାନର ଯୋଜନା ଅନୁଯାୟୀ ବିମାନବନ୍ଦରରୁ ତ୍ରିଶୁଳିଆ ଯାଏ ୨୫ କିମି ଟ୍ରଙ୍କ ରୁଟ୍‌ରେ ୪୫୦ ସ୍ପାନ୍‌ ତିଆରି କରାଯାଉଛି। ବିମାନବନ୍ଦର, ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ଜୟଦେବବିହାର, ଚନ୍ଦ୍ରଶେଖରପୁର, ପଟିଆ, ରଘୁନାଥପୁର ଓ ନନ୍ଦନକାନନ ରୁଟ୍‌ ଦେଇ ତ୍ରିଶୂଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଲ୍‌ ଯାତ୍ରା କରିବ। ପ୍ରତି ୫୦ ମିଟର ଦୂରତାରେ ଗୋଟିଏ ଲେଖାଏ ସ୍ପାନ୍‌ ନିର୍ମାଣ କରାଯିବ। ଟ୍ରଙ୍କ ରୁଟ୍‌ରେ ପ୍ରାୟ ୮ରୁ ୧୦ଟି ମେଟ୍ରୋ ଷ୍ଟେଶନ ନିର୍ମାଣ ହେବ। ପ୍ରତି ୧ କିମି ମେଟ୍ରୋ ରୁଟ୍‌ ନିର୍ମାଣ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ସମସ୍ତ ପ୍ରକଳ୍ପରେ ପ୍ରାୟ ୮ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?