ଇକୋ ଭିଲେଜ ସତ୍ତ୍ୱେ ହେଉନି ଭିତ୍ତିଭୂମିର ବିକାଶ -ମୁଦୁଲିଗାଡ଼ିଆକୁ ଯିବାକୁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ

ନୟାଗଡ଼ ଅଫିସ,୨୫।୧୦: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ମୁଦୁଲିଗାଡିଆ ଇକୋ ଭିଲେଜ ମାନ୍ୟତା ପାଇବାର ୨ବର୍ଷ ବିତିଯାଇଛି। ହେଲେ ଏଠାରେ ଲାଗିରହିଥିବା ସମସ୍ୟା ସମାଧାନ ହେଉ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହି ଗଁ। ଆକର୍ଷିତ କରିପାରୁନି। ମହାନଦୀ ପାଖରେ ଥାଇ ବି ପାନୀୟଜଳ ସମସ୍ୟା ଦୂର ହୋଇପାରିନି। ବନ୍ୟା ଆସିଲେ ଗଁ। ବିଚ୍ଛିନ୍ନ ହେଉଥିଲେ ହେଁ ମାଳବନ୍ଧ ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯାଉନି। ତେବେ ଗାଁର ବିକାଶ ହେଉ ନ ଥିବାବେଳେ ମଙ୍ଗାନାସିସ୍ଥିତ ବରମୂଳ ସାତକୋଶିଆ ପରିବେଶ ପର୍ଯ୍ୟଟନ କେନ୍ଦ୍ରକୁ ଗ୍ରାମବାସୀ ପରିଚାଳନା କରି ଲୋକପ୍ରିୟତା ହାସଲ କରିପାରିଛନ୍ତି। ଏହି ପର୍ଯ୍ୟଟନ କେନ୍ଦ୍ର ଯୋଗୁ କେବଳ ପର୍ଯ୍ୟଟକ ମୁଦୁଲିଗାଡିଆ ଆସୁଥିବା କୁହାଯାଉଛି।
ମୁଦୁଲିଗାଡିଆରେ ୨୫ ପରିବାରର ୨୫୦ ଲୋକ ବାସ କରନ୍ତି। ଏଠାକାର ବାସିନ୍ଦାଙ୍କର ଜୀବନଜୀବିକା ଉନ୍ନତ ନୁହେଁ। ମହାନଦୀ ପାଖରେ ଥାଇ ବି ଜଳସେଚନର ସୁବିଧା ନାହିଁ। ପୁଣି ପାନୀୟଜଳ ସମସ୍ୟା ଲାଗିରହିଛି। ୧୦ବର୍ଷ ତଳେ ଏଠାରେ ଏକ ବୋର୍‌ ପଏଣ୍ଟ କରାଯାଇଥିଲା। ତେବେ ଠିକାଦାର ବିଲ୍‌ ନେଇ କାମ ଅଧାପନ୍ତରିଆ କରି ଛାଡିଗଲେ। ଏହା ପରଠାରୁ ଏହି ସମସ୍ୟା ସମାଧାନ ନେଇ କେହି ଅଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଗଁ। ଲୋକେ ବର୍ଷତମାମ ପାନୀୟ ଜଳ ପାଇଁ ହଇରାଣ ହୋଇଆସୁଛନ୍ତି। ସେହିଭଳି ଗଁାରେ ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ନାହିଁ। ଏଠାର ପିଲାମାନେ ଦେଢ଼କିମି ଦୂର ବେଠିଆସାହିକୁ ପଢିବା ପାଇଁ ଯାଉଛନ୍ତି। ୨୦୧୮ରେ ଏହି ଗଁ। ଇକୋ ଭିଲେଜ ମାନ୍ୟତା ପାଇବା ପରେ ସ୍ଥାନୀୟ ଲୋକେ ଆଶା କରିଥିଲେ ଗଁ।ର ବିକାଶ ହେବ। ହେଲେ ଦୁଇବର୍ଷ ପରେ ବି କିଛି ପରିବର୍ତ୍ତନ ଘଟି ନାହିଁ। କେବଳ ରଙ୍ଗ ଲଗାଯାଇଥିବାରୁ ଗଁ। ଲୋକଙ୍କ ଘରଗୁଡିକ ସୁନ୍ଦର ଦେଖାଯାଉଛି। ଅନ୍ୟପକ୍ଷେ ସାତକୋଶିଆ ପରିବେଶ ପର୍ଯ୍ୟଟନ କେନ୍ଦ୍ରକୁ ଏହି ଗଁ।ର ଲୋକମାନେ ପରିଚାଳନା କରୁଛନ୍ତି। ଗୋଷ୍ଠୀଗତ ଭାବେ ପରିଚାଳନା କରି ଗ୍ରାମବାସୀ ୧ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ କରିଛନ୍ତି। ହେଲେ କରୋନା କଟକଣା ଯୋଗୁ ପର୍ଯ୍ୟଟନ କେନ୍ଦ୍ର ବନ୍ଦ ରହିଥିଲା। ଏବେ କିଛିଦିନ ହେଲା ଖୋଲିଥିବାରୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପର୍ଯ୍ୟଟନ କେନ୍ଦ୍ର ପରିଚାଳନା କମିଟି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ କୁହନ୍ତି, ମୁଦୁଲିଗାଡିଆରେ ପାନୀୟ ଜଳ, ଶିକ୍ଷା, ମାଳବନ୍ଧ ପରି ସମସ୍ୟା ଲାଗିରହିଥିବାରୁ ଏହାର ସମାଧାନ ହେବା ଦରକାର। ଅନ୍ୟପକ୍ଷେ ବରମୂଳ ପର୍ଯ୍ୟଟନ କେନ୍ଦ୍ର ଯୋଗୁ ଆଜି ମୁଦୁଲିଗାଡିଆ ପରିଚିତ ହୋଇ ପାରିଛି। ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଘଟିଛି। ଏଣୁ ଗଁ।ର ବିକାଶକୁ ଅଣଦେଖା କରିବା ଅନୁଚିତ। ଜିଲା ଟୁରିଷ୍ଟ ଅଫିସର ଦେବଦତ୍ତ ରଥ କୁହନ୍ତି, ମୁଦୁଲିଗାଡିଆର ସମସ୍ୟାକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଚେଷ୍ଟା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?