ଗଣତନ୍ତ୍ରରେ ଅନୁପ୍ରବେଶକାରୀ

ରସା ସହ ଆସ୍ଥା ପ୍ରକଟ କରି ଗଣତନ୍ତ୍ରକୁ ଆପଣେଇ ନିଆଯାଇଥିଲା। ଯେଉଁ ମହାନ୍‌ ନେତୃବୃନ୍ଦ ଏପରି ଶାସନ ପଦ୍ଧତିର ବ୍ୟବସ୍ଥା କରିଥିଲେ ସେମାନେ କେବେ ନଥିଲେ ଅଜ୍ଞ ଓ ଅଶିଷ୍ଟ। ପକ୍ଷାନ୍ତରେ ସେମାନେ ଥିଲେ ଏବର ଶତକଡ଼ା ଅନେଶତ ଭାଗ ନେତାଙ୍କଠାରୁ ଲକ୍ଷ ଲକ୍ଷ ଗୁଣରେ ବିଜ୍ଞ, ଶିଷ୍ଟ, ଶାଳୀନ ଏବଂ ସର୍ବୋପରି ଦେଶପ୍ରେମୀ। ସତରେ ସେଇ ଊର୍ଦ୍ଧ୍ୱଚେତାମାନେ ଭାରତମାତାଙ୍କ ପ୍ରକୃତ ସନ୍ତାନ। ଜଣେ ପୀଡ଼ିତା, ଅସୁସ୍ଥ ମା’କୁ ରୋଗମୁକ୍ତ କରାଇ ତାକୁ ତାର ପୂର୍ବର ସ୍ବାସ୍ଥ୍ୟ ଲାଭ କରାଇବା ଥିଲା ଏଇ ଦାୟବଦ୍ଧ, ଅସଂଗ୍ରହଣଶୀଳ, ହୃଦୟବାନ୍‌, ମର୍ଯ୍ୟାଦାବନ୍ତମାନଙ୍କର ସାଧନା ପଥ। ଏମାନେ ସତରେ ପଣ୍ଡିତଥିଲେ ବୋଲି ଭାରତରୁ ସକଳ ବୈଷମ୍ୟ ହଟିବାକୁ ଯଥାସାଧ୍ୟ ପ୍ରୟାସ କରୁଥିଲେ। ହୋଇପାରେ, ରକ୍ତ ମାଂସର ମଣିଷ ଭାବେ ସେମାନଙ୍କର କିଛିନା କିଛି ତ୍ରୁଟି ରହୁଥିଲା। ସେ ହୁଅନ୍ତୁ ଜବାହରଲାଲ, ଅବା ସର୍ଦ୍ଦାର ପଟେଲ ଅବା ଆବୁଲକାଲାମ ଆଜାଦ ଅବା ହରେକୃଷ୍ଣ ମହତାବ କି ନବକୃଷ୍ଣ ଚୌଧୁରୀ, କିନ୍ତୁ ସେ ତ୍ରୁଟି ତୁଳନାରେ ସେମାନଙ୍କ ଅକପଟ ଦେଶପ୍ରାଣତା ଯଥେଷ୍ଟ ଅଧିକ ଥିଲା, ଏହା ଜଣେ ସମଦର୍ଶୀ ଅବଶ୍ୟ ସ୍ବୀକାର କରିବେ। ତେଣୁ ସେମାନେ ଶାସନ କଲାବେଳେ ତାହା ବହୁମାତ୍ରାରେ ଗଣାଭିମୁଖୀ ହୋଇଥିଲା। ଅଧିକନ୍ତୁ ସେମାନେ ଏତେ ସତର୍କ ଥିଲେ ଯେ ଶାସକ ହିସାବରେ ସେମାନେ ସ୍ବକୀୟ ସଫଳତାଗୁଡ଼ାକ ନ ଉଦ୍‌ଗାରି ଏ ଶାସନରେ କେଉଁଠି କ’ଣ ଜଖମ ରହିଗଲା, ସେ ସମ୍ପର୍କରେ ଆଲୋଚନା କରୁଥିଲେ ଓ ସର୍ବସାଧାରଣରେ ସ୍ବୀକାର କରୁଥିଲେ। ଶାସନଗତ କୌଣସି ବିଫଳତା ପାଇଁ ପଦପଦବୀ ମଧ୍ୟ ତ୍ୟାଗ କରୁଥିଲେ (ଯଥା-ଲାଲ୍‌ବାହାଦୁର ଶାସ୍ତ୍ରୀ ଓ କାମରାଜପ୍ଲାନରେ କତିମୟ ମୁଖ୍ୟମନ୍ତ୍ରୀ) ା ଏହା ଫଳରେ ସେମାନଙ୍କ ବ୍ୟକ୍ତିଗତ ମର୍ଯ୍ୟାଦାବୋଧ ଯେମିତି ପ୍ରକାଶ ପାଉଥିଲା ସେମିତି ମଧ୍ୟ ଜନସାଧାରଣଙ୍କ ଆସ୍ଥାର ଭାଜନ ହେଉଥିଲେ ସେମାନେ। ଏ ବ୍ୟକ୍ତିମାନେ ଏକ ନିର୍ଦ୍ଦିଷ୍ଟ ଦଳର ହୋଇଥିଲେ ମଧ୍ୟ ପୂର୍ଣ୍ଣଭାବରେ ଦଳୁଆ ହୋଇ ନଥିଲେ କାରଣ ଏମାନେ ଜୀବନକୁ ଆଦୌ ମହୋତ୍ସବମୟ କରିବାରେ ମାତାଲ ହେଉ ନ ଥିଲେ। ଫଳରେ ଏହି ସହୃଦୟମାନଙ୍କର ଗୋଡ଼ ଯେପରି ଦୃଢ଼ଥିଲା, ସେହିପରି ଅବିଚଳିତ ଥିଲା ସେମାନଙ୍କର ବୁଦ୍ଧିମତ୍ତା ଓ ହୃଦୟଭାବ। ହେଲେ ଏହି ଗଣତାନ୍ତ୍ରିକମାନେ ଅଧିକ ଦିନ ତିଷ୍ଠିଲେ ନାହିଁ ଅବା ସେମାନଙ୍କୁ ତିଷ୍ଠିବାକୁ ଦିଆଗଲା ନାହିଁ। ଗୋଟାଏ ଥିସିସର, ଆଣ୍ଟିଥିସିସ ପରି ଚେର ଲାଗି ଆସୁଥିବା ଗଣତନ୍ତ୍ରରେ ଚେର ଉପଡ଼ା ଅପକର୍ମ ଆରମ୍ଭ ହୋଇଗଲା ଏବଂ ତା ମୂଳରେ ରହିଲେ ଅଲାଜୁକ ଅନୁପ୍ରବେଶକାରୀ ଗୋଠ, ଯେଉଁମାନେ ଭୂମିପାଇଁ ତପସ୍ୟା କରିବା ବଦଳରେ କଲେ ବିଚିତ୍ର ତାଣ୍ଡବ। ଯାହା କଲେ ଭୂମି ଅଧିକାର କରିହେବ, ତାହା ଯେତେ ନିର୍ଲଜ୍ଜକର ହେଉ ପଛକେ, ତାହା କରିବାକୁ ଟିକେ ମାତ୍ର ଲଜ୍ଜାବୋଧ କଲେ ନାହିଁ। ଗଣତନ୍ତ୍ରରେ ଏଇ ଚ୍ଛିନ୍ନମୂଳମାନଙ୍କୁ ଅନୁପ୍ରବେଶକାରୀ କହିବାର କାରଣ ଏମାନେ ଏ ଶୁଦ୍ଧଶାସନ ରାଜ୍ୟକୁ ଜବରଦସ୍ତ ପଶି ଆସିଲେ। ଫଳରେ ବାହାରିପଡ଼ିଲେ ସେମାନଙ୍କ ଶିଷ୍ୟ, ପ୍ରଶିଷ୍ୟ ଇତ୍ୟାଦି ରକ୍ତବୀର୍ଯ୍ୟମାନେ। ଏମାନଙ୍କ ବିନାଶ କେହି କଲେ ନାହିଁ, କାରଣ ଯେ ଏହା କରିପାରିଥାନ୍ତେ, ସେମାନେ ଯାଦୁରେ ବଶୀଭୂତ ହୋଇଗଲେ। ସେ ଯାଦୁଥିଲା ପ୍ରଲୋଭନର ମଧୁରାକର୍ଷଣ – ସେମାନଙ୍କ ପାଇଯିବାର ଲାଳସାଗ୍ନିକୁ ଚରିତାର୍ଥ କରୁଥିବା ଘିଆ
ଏଇ ଅନୁପ୍ରବେଶକାରୀ ଅକାଣ୍ଡିଆମାନେ ଦେଶରେ ସେମାନଙ୍କ ଆଧିପତ୍ୟ ବିସ୍ତାର କରି ଆପଣାକୁ ସମସ୍ତଙ୍କ ଉପରେ ସବାର କରିବାରେ ଗଳଦ୍‌ଘର୍ମ ହେଲେ। ସେମାନଙ୍କର ଏତାଦୃଶ ଷଡ଼ଯନ୍ତ୍ରକୁ ସଫଳ କରିବାରେ ସହାୟକ ହେଲେ ଜନତାର ସେବା କରିବାକୁ ନିଯୁକ୍ତ ହୋଇଥିବା କର୍ମଚାରୀଗୋଷ୍ଠୀ। ସେମାନେ ମନେ କଲେ ସେମାନଙ୍କ ମୁନିବ ଜନତା ନୁହନ୍ତି, ହେଉଛନ୍ତି ନେତା, ଯେଉଁମାନଙ୍କ ସହ ଚିରନ୍ତନ ହନିମୁନ କଲେ ସେମାନେ ଉଭୟ ହନି ଏବଂ ମୁନ୍‌କୁ ପାଇବେ। ସଂସାରରେ ରହି ଆକାଶଟାକୁ ମଧ୍ୟ ଅଧିକାର କରିପାରିବେ, ଯାହା ସେମାନେ କରିପାରିବେ ନାହିଁ ଜନତା ପଟ ନେଲେ। କାରଣ ଜନତା ପ୍ରକୃତରେ ଶକ୍ତିହୀନ, ଧନହୀନ, ମାନହୀନ, କାଣ୍ଡଜ୍ଞାନହୀନ ଓ ନିଶ୍ଚେତନାର ଆଉ ଏକ ଆଶ୍ଚର୍ଯ୍ୟ ଅବତାର। ଏପରିକି ଏହି କାଗଜ ବାଘ(ଜନତା) ଭୋଟ ବେଳେ ମଧ୍ୟ ଗଭୀରଭାବେ ଅଚେତନ ହୋଇ ଯାଆନ୍ତି, କାରଣ ଏମାନେ ଫଷ୍ଟସଙ୍କ ପରି ଆପଣାର ବିବେକକୁ ସଇତାନଙ୍କୁ ବିକ୍ରି କରି ଦେଇଥାଆନ୍ତି। ଅତଏବ ଏହି ନାମକୁମାତ୍ର ଶକ୍ତିଶାଳୀ ଶାର୍ଦ୍ଦୁଳମାନେ ଭାରି ନିଃଶକ୍ତ ହୋଇଯାଆନ୍ତି ଗଣତନ୍ତ୍ରରେ ଅନୁପ୍ରବେଶକାରୀ ବ୍ରହ୍ମରାକ୍ଷସମାନଙ୍କ ଚାତୁର୍ଯ୍ୟ-ହଣ୍ଟର ମାଡ଼ ଖାଇ। ଆଉ ଏକ ବିଡ଼ମ୍ବନାର ବ୍ୟାପାର, ଏହି ଅନୁପ୍ରବେଶକାରୀମାନେ ଗଣତନ୍ତ୍ରକୁ ଛାଡ଼ି ଆଉସବୁ ତନ୍ତ୍ରରେ ପାରଙ୍ଗମ ହୋଇଥିବାରୁ ଏମାନେ ସତରେ କାଢ଼ୁଆ, ସତରେ ବଳୁଆ, ସତରେ ପ୍ରୀତିଆ, ସତରେ ରସିଆ, ସତରେ ଚୁଟିଆ, ସତରେ କାଦୁଆ ା ତେଣୁ ସତରେ ବୋଧହୀନ ବୁଦ୍ଧିଆ ା ଭଗବାନ ନାମକ ସେହି ପରମରହସ୍ୟଙ୍କୁ ହୁଏତ ତପସ୍ୟା କରି କେହି ବୁଝିପାରେ, ନିଜର କରିପାରେ କିନ୍ତୁ ଏଇ ଅନୁପ୍ରବେଶକାରୀମାନଙ୍କୁ ସେ ଶତଚେଷ୍ଟା କଲେ ବି ବୁଝିପାରିବ ନାହିଁ, ଧରିପାରିବ ନାହିଁ କାରଣ ”ବଡ଼ମାୟାବୀ ଜୀବ ଏ ନୁହେଁ କାହାରି।“
ଏଇ ମାତୃହରଣକାରୀ ଅନୁପ୍ରବେଶକାରୀଙ୍କୁ ଭାରତ ଆଉ ସହିପାରୁନାହିଁ। କବି ଦୀନକୃଷ୍ଣ ରସକଲ୍ଲୋଳରେ କହିଥିଲେ କିପରି କଂସ ପ୍ରତାପରେ ଅତିଷ୍ଠ ହୋଇ ଧରଣୀ ବ୍ରହ୍ମାଙ୍କ ଆଗରେ ତା’ ଦୁଃଖର ପ୍ରତିଧାନ ପାଇଁ ପ୍ରାର୍ଥନା କରିଥିଲା। ଆଜିର ଦିନରେ ଆମେ ଆମ ମାତାଙ୍କୁ କେଉଁ କଳ୍ପିତ ବ୍ରହ୍ମାଙ୍କ ନିକଟକୁ ପଠାଇବା ନାହିଁ। ଆମେ ଅବଶ୍ୟ ଜାଗ୍ରତ ହେବା, ବିପ୍ଳବ କରିବା। ଏଇ ଅଶିଷ୍ଟ ଅନୁପ୍ରବେଶକାରୀମାନଙ୍କ କବଳରୁ ମାତାଙ୍କୁ ରକ୍ଷା କରିବା ପାଇଁ ପ୍ରଥମେ ଅହିଂସା ପନ୍ଥା ଅବଲମ୍ବନ କରିବା। ଏହି ଖ୍ରୀଷ୍ଟମାର୍ଗ ବିଫଳ ହେଲେ କୃଷ୍ଣମାର୍ଗ ଧରିବାକୁ କଦାଚ ବିମୁଖ ହେବା ନାହିଁ। ତେଣୁ ଆମକୁ ସଂଗ୍ରାମୀ ହେବାକୁ ହେବ।
ଭଦ୍ରକ, ମୋ: ୮୦୧୮୦୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?