ଇଣ୍ଡୋନେସିଆ ବିମାନ ଦୁର୍ଘଟଣା

ଜାକର୍ତ୍ତା, ୧୦।୧: ଇଣ୍ଡୋନେସିଆର ଶ୍ରୀଓ୍ବିଜୟ ଏୟାର ପାସେଞ୍ଜର ଜେଟ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି। ବିମାନର ଭଗ୍ନାବଶେଷ ମିଳିବା ପରେ ନୌସେନା ଜାହାଜ ସେଠାକୁ ପଠାଯାଇଛି। ୬୨ ଲୋକଙ୍କୁ ନେଇ ଯାଉଥିବା ଫ୍ଲାଇଟ୍‌ ଏସ୍‌ଜେ ୧୮୨ ବିମାନବନ୍ଦରଠାରୁ ୨୦ କିଲୋମିଟର ଦୂର ଲାକି ଦ୍ୱୀପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇଣ୍ଡୋନେସିଆ ପରିବହନ ମନ୍ତ୍ରୀ ବୁଡ଼ି କାର୍ୟ୍ୟା ଖବରଦାତା ସମ୍ମିଳନୀରେ କହିଛନ୍ତିି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ବସର୍‌ନାସ୍‌ ନାମକ ସଂସ୍ଥା ସେଠାକୁ ଟିମ୍‌ ପଠାଇଛି।
ବୋଇଂ ୭୩୭-୫୦୦ ବିମାନଟି ରାଜଧାନୀ ଜାକର୍ତ୍ତାରୁ ପୋଣ୍ଟିଆନକ୍‌ ଯାଉଥିଲା। ସେଥିରେ ୫୬ ଯାତ୍ରୀଙ୍କ ସମେତ ୬୨ ଜଣ ଥିଲେ। ଅପରାହ୍ନ ୨ଟା ୩୦ରେ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିବାର ୪ ମିନିଟ୍‌ ପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଜାଭା ଦ୍ୱୀପ ଓ କଲିମଣ୍ଟନ (ବୋର୍ନିଓ ଦ୍ୱୀପର ଇଣ୍ଡୋନେସିଆ ଅଂଶ) ମଧ୍ୟରେ ଥିବା ଜାଭା ସାଗର ଉପରେ ଉଡ଼ୁଥିବାବେଳେ ବିମାନଟି ସିଧା ତଳକୁ ଖସିଥିବାର ଫ୍ଲାଇଟ୍‌ ଟ୍ରାକିଂ ତଥ୍ୟରୁ ଜଣାପଡିଛି। ଫ୍ଲାଇଟ୍‌ରାଡାର୨୪ ଡାଟା ଅନୁଯାୟୀ ଉକ୍ତ ବିମାନ ୧୧,୦୦୦ ଫୁଟ ଉପରକୁ ଉଠିବା ପରେ ହଠାତ୍‌ ୨୫୦ ଫୁଟ ତଳକୁ ଖସିଥିଲା। ଏହାପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଉଦ୍ଧାରକାରୀ ଦଳ ଜାକର୍ତ୍ତାର ଉତ୍ତର ପାର୍ଶ୍ୱ ସମୁଦ୍ରରେ କେତେକ ଭଗ୍ନାବଶେଷ ଠାବ କରିଛନ୍ତି। ଇଣ୍ଡୋନେସିଆର ଉଦ୍ଧାରକାରୀ ସଂସ୍ଥା ଓ ଜାତୀୟ ପରିବହନ ନିରାପତ୍ତା କମିଶନ ଦୁର୍ଘଟଣାର ତଦନ୍ତ କରୁଛନ୍ତି।
୨୦୧୮ ଅକ୍ଟୋବରରେ ଲାଏନ୍‌ ଏୟାରର ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜାଭା ସମୁଦ୍ରରେ ଖସିପଡ଼ିଥିଲା। ଏଥିରେ ଥିବା ସମସ୍ତ ୧୮୯ ଜଣ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ମିଡ଼ିଆର ଦାବି, ପଳାୟନ କରିଛନ୍ତି ଜେଲେନସ୍କି !…

ମସ୍କୋ, ୨୬।୨ : ୟୁକ୍ରେନ୍‌ ରୁଷିଆ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ମିଡ଼ିଆ ପକ୍ଷରୁ ଦାବି କରାଯାଇଛି ଯେ ୟୁକ୍ରେନ୍‌ ରାଷ୍ଟ୍ରପତି...

ଦୁଇ ଖବରଦାତାଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୮।୧୦: ଚଳିତବର୍ଷ ଦୁଇ ଖବରଦାତାଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ସେମାନେ ହେଲେ ମାରିଆ ରେସା ଓ ଦିମିତ୍ରି...

ରୁଷ୍‌ର ୭୫ ତମ ବିଜୟ ଦିବସ: ଯୋଗଦେଲେ ରାଜନାଥ, ଚାଇନା ସୈନ୍ୟଙ୍କ ସହିତ ପରେଡ କଲେ ଭାରତୀୟ ସେନା

ମସ୍କୋ,୨୪।୬: ରୁଷ୍‌ର ୭୫ ତମ ବିଜୟ ଦିବସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଛନ୍ତି। ଏହି ଉତ୍ସବରେ ଭାରତ ଚାଇନା ସମେତ ୧୯ଟି ଦେଶର...

ଆଫଗାନିସ୍ତାନରେ ମହାସଙ୍କଟ: ଦେଶର ସମସ୍ତ ସୀମାକୁ କବ୍‌ଜା କଲା ତାଲିବାନ

କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଚରମ ସୀମାରେ ପହଞ୍ଚିଛି। ସର୍ବଶେଷ ସୂଚନା ଅନୁଯାୟୀ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରି ଦେଶର ସମସ୍ତ...

ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ଚାହୁଁଛନ୍ତି ଇମ୍ରାନ୍‌

ଇସଲାମାବାଦ,୫।୬: ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ନେଇ ଏବେ ଚିନ୍ତାରେ ପଡି ଯାଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। ଏବେ ସେ ଏହାକୁ ସଜାଡିବାକୁ ଚେଷ୍ଟା କରୁଥିବା...

ନାଇସ୍‌ କାର୍ନିଭାଲରେ ବିପୁଳ ଉତ୍ସାହ

ନାଇସ୍‌,୧୨ା୨: କରୋନା ମହାମାରୀଜନିତ ଶଟ୍‌ଡାଉନ୍‌ର ଦୁଇବର୍ଷ ପରେ ଫ୍ରାନ୍ସର ନାଇସ୍‌ ସହରରେ ପୁଣି ଆରମ୍ଭ ହୋଇଛି କାର୍ନିଭାଲ। କଳାକାର, ଫ୍ଲୋରିଷ୍ଟ, ଅଭିନେତା, ଟେକ୍ନିସିଆନ୍‌ ଓ ଡ୍ରାଇଭରମାନେ...

ଆମେରିକା ସେନାକୁ ଟିକ୍‌ଟକ୍‌ ଡର

ଓ୍ବାଶିଂଟନ,୩ା୧(ଆଇଏଏନ୍‌ଏସ୍‌): ଆମେରିକା ସୈନ୍ୟମାନେ ଏଣିକି ଟିକ୍‌ଟକ୍‌ ଆପ୍‌ ବ୍ୟବହାର କରିପାରିବେ ନାହିଁ। ଚାଇନା ଦ୍ୱାରା ବିକଶିତ ଏହି ଶର୍ଟ ଭିଡିଓ-ମେକିଙ୍ଗ୍‌ ଆପ୍‌ ଦ୍ୱାରା ଫୋନ୍‌ର ସୁରକ୍ଷା...

ଲକ୍‌ ଡାଉନ୍‌ ଦେଲାନି କାମ: ଗୋଟିଏ ଦିନରେ ୧,୪୨୧ ମୁଣ୍ଡ ନେଲା କରୋନା

ମାଦ୍ରିଦ୍‌/ରୋମ,୨୬।୩: କରୋନା ସଂକ୍ରମଣ ପୃଥିବୀର ସମସ୍ତ ଦେଶରେ ଆତଙ୍କ ଜାରି ରଖିଛି। ସ୍ପେନ୍‌ ଏବଂ ଇଟାଲିରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହେବା ପରେ...

Advertisement
Archives

Model This Week