Posted inଖେଳ

ଥୋମାସ ଓବର କପ୍‌ରୁ ଓହରିଲା ଇଣ୍ଡୋନେସିଆ

ଜାକର୍ତ୍ତା, ୧୩ା୯ (ଏପି)- କରୋନା ଭାଇରସ୍‌ କାରଣରୁ ଇଣ୍ଡୋନେସିଆ ୫ମ ଦେଶ ଭାବେ ସମ୍ମାନଜନକ ଥୋମାସ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଓହରିଯାଇଛି। ଏହି ପ୍ରତିଯୋଗିତା ଡେନମାର୍କର ଆରହସ୍‌ଠାରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଛି। ଟୁର୍ନାମେଣ୍ଟ ବେଳେ ଖେଳାଳିମାନେ କୋଭିଡ୍‌-୧୯ ସଂକ୍ରମଣର ଶିକାର ହେବାର ଆଶଙ୍କା ରହିଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଥିବା ଇଣ୍ଡୋନେସିଆନ ବ୍ୟାଡ୍‌ମିଣ୍ଟନ ଅଫିସିଆଲ ପ୍ରକାଶ କରିଛନ୍ତି। ଇଣ୍ଡୋନେସିଆର ଖେଳାଳିମାନେ ଅକ୍ଟୋବରରେ ହେବାକୁଥିବା ଡେନମାର୍କ ଓପନ ଓ ଡେନମାର୍କ ମାଷ୍ଟର୍ସରେ ମଧ୍ୟ ଭାଗ ନେବେ ନାହିଁ। ଥୋମାସ ଓ ଉବର କପ୍‌ରୁ ପୂର୍ବରୁ ଓହରିଯାଇଥିବା ଅନ୍ୟ ଦେଶଗୁଡ଼ିକ ହେଲେ ଅଷ୍ଟ୍ରେଲିଆ, ତାଇଓ୍ବାନ, ଥାଇଲାଣ୍ଡ ଓ ଦକ୍ଷିଣ କୋରିଆ। ଥାଇଲାଣ୍ଡ ବ୍ୟାଡ୍‌ମିଣ୍ଟନ ଫେଡେରେଶନ ଗତ ସପ୍ତାହରେ କହିଥିଲା, କୋଭିଡ୍‌-୧୯ ଯୋଗୁ ଏହାର ହାଇ ପ୍ରୋଫାଇଲ ଖେଳାଳିମାନେ ଖେଳିବାକୁ ରାଜି ନ ହେବାରୁ ସେମାନେ ବାଧ୍ୟ ହୋଇ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ପୂର୍ବତନ ବିଶ୍ୱ ଚାମ୍ପିୟନ ରାଚାନକ୍‌ ଇଣଣ୍ଟାନନ୍‌, ୩ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ମିକ୍ସଡ ଡବଲ୍ସ ଯୋଡ଼ି ଡେଚାପଲ ପୁଆଭାରନୁକ୍‌ରୋ ଏବଂ ସାପ୍‌ସିରି ଟାଏରାଟାନ୍‌ଚାଇଙ୍କ ସମେତ ଅନ୍ୟମାନେ ଉପଲବ୍ଧ ନ ହେବାରୁ ଦେଶ ପକ୍ଷେ ଏକ ଟିମ୍‌ ପଠାଇବା ସମ୍ଭବପର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓସିଏକୁ ପୂର୍ଣ୍ଣ ଅନୁମୋଦନ: ଅନୁଦାନ ପାଇଁ ବାଟ ଫିଟିଲା

କଟକ ଅଫିସ,୧।୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ପୂର୍ଣ୍ଣ ଅନୁମୋଦନ ମିଳିଛି, ଯାହା ଫଳରେ ଆଗାମୀ ଦିନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବିଭିନ୍ନ ଅନୁଦାନ ପାଇବା...

ବିଶ୍ୱ ପାରା ଆଥଲେଟିକ୍‌ ଚାମ୍ପିୟନଶିପ୍‌: ୪୦୦ମି. ଫାଇନାଲରେ ଜୟନ୍ତୀ

ଭୁବନେଶ୍ୱର,୧୦।୧୧(ସ୍ପୋଟର୍‌ସ ବ୍ୟୁରୋ)- ଦୁବାଇରେ ଚାଲିଥିବା ବିଶ୍ୱ ପାରାଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଜୟନ୍ତୀ ବେହେରା ଟି-୪୭ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଶନିବାର ସେ ୪୦୦ମିଟର...

ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍‌ ଦିଶାନ୍ତ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୩।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗନିକ୍‌ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ଏ ନେଇ...

ଏନ୍‌ବିଏ: ୪୮ ଖେଳାଳି କରୋନା ପଜିଟିଭ

ନ୍ୟୁୟର୍କ, ୪ା୧୨ (ପି.ଟି.)-ଗତ ସପ୍ତାହରେ ପୁନର୍ବାର ଟେଷ୍ଟ ଆରମ୍ଭ ହେବାପରେ ୪୮ ଜଣ ଖେଳାଳି କରୋନା ପଜିଟିଭ ବୋଲି ଜଣାପଡ଼ିଛି। ଟିମ୍‌ ମାର୍କେଟକୁ ଫେରିବା ନଭେମ୍ବର...

ପିଏସ୍‌ଜି ସହ ରହିବେ ନେମାର

ପ୍ୟାରିସ,୧।୯(ଏଏଫ୍‌ପି): ବ୍ରାଜିଲ ଷ୍ଟାର ଫରଓ୍ବାର୍ଡ ନେମାର ଜୁନିୟରଙ୍କ ସହ ଚୁକ୍ତି କରିବାରେ ବିଫଳ ହୋଇଛି ଲା ଲିଗା ଲିଗ୍‌ ଚାମ୍ପିୟନ ବାର୍ସିଲୋନା। ଫଳରେ ସେ ଗତ...

ବାଉଚର୍‌ ଦକ୍ଷିଣ ଆଫ୍ରିକା ମୁଖ୍ୟ କୋଚ୍‌

କେପ୍‌ ଟାଉନ,୧୪।୧୨ (ଏଏଫ୍‌ପି): ପୂର୍ବତନ ଉଇକେଟ୍‌କିପର ମାର୍କ ବାଉଚର୍‌ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଆଗାମୀ ୨୦୨୩ ବିଶ୍ୱକପ୍‌ ପର୍ଯ୍ୟନ୍ତ...

ମୟଙ୍କ ବୈଦ ଏଣ୍ଡୁରୋମାନ ଟ୍ରାଇଥଲନ ଶେଷ କରିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ, ୧୭ | ୯- ଏଣ୍ଡୁରୋମାନ ଟ୍ରାଇଥଲନ ଶେଷ କରିବାରେ ପ୍ରଥମ ଭାରତୀୟ ହେବାର ସୌଭାଗ୍ୟ ଲାଭ କରିଛନ୍ତି ମୟଙ୍କ ବୈଦ। ଏହି ବିରଳ ସଫଳତା...

କ୍ରିକେଟ୍‌ ପଡ଼ିଆରେ କାମ କରୁଥିବା ଲୋକଙ୍କୁ ରାସନ ବାଣ୍ଟୁଛନ୍ତି ସଚିନ

କୋଚି, ୨୨।୭: କରୋନା ମହାମାରୀ ଯୋଗୁ କେବଳ ଯେ କ୍ରୀଡ଼ା ଜଗତ ନୁହେଁ ଏହା ସହିତ ଜଡ଼ିତ ଲୋକମାନେ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଦୀର୍ଘ...

Advertisement
Ten Cric Info


Archives

Model This Week