Advertisement

ଇଣ୍ଡୋନେସିଆରେ ଛୋଟପିଲାଙ୍କ ସମସ୍ତ ସିରପ୍‌ ଉପରେ ପ୍ରତିବନ୍ଧକ…

ଜାକର୍ତ୍ତା,୨୦।୧୦ : ଇଣ୍ଡୋନେସିଆ ସରକାର ଦେଶରେ ଉପଲବ୍ଧ ଥିବା ଛୋଟପିଲାଙ୍କ ସମସ୍ତ ସିରପ୍‌ ଏବଂ ସମସ୍ତ ତରଳ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ କିଛି ମାସ ମଧ୍ୟରେ ୯୯ ଶିଶୁଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ସିରପ୍‌ ନେବା ପରେ ପିଲାମାନଙ୍କର କିଡନୀରେ ଗୁରୁତର କ୍ଷତି ଘଟିଛି। ଏହି କାରଣରୁ ପିଲାମାନଙ୍କ ପାଇଁ ସମସ୍ତ ସିରପ ଏବଂ ତରଳ ଔଷଧ ସପ୍ଲିମେଣ୍ଟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଇଣ୍ଡୋନେସିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ପ୍ରତିବନ୍ଧକ ଘୋଷଣା କରିଛନ୍ତି। ତାଙ୍କ କହିବାନୁସାରେ, ଜାନୁଆରୀରୁ ଦେଶରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ସାୟାରିଲ ମନସୁରଙ୍କ ଅନୁଯାୟୀ ୨୦ ଟି ପ୍ରଦେଶରେ ୯୯ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମନସୁର କହିଛନ୍ତି ଯେ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ମନ୍ତ୍ରଣାଳୟ ସମସ୍ତ ଡାକ୍ତରଖାନା ଏବଂ ଡାକ୍ତରଙ୍କୁ ସିରପ କିମ୍ବା ତରଳ ଔଷଧ ନ ଲେଖିବାକୁ ନିର୍ଦ୍ଦେଶ ଦେଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଔଷଧ ଦୋକାନଗୁଡ଼ିକୁ ଏହି ସିରପ ବିକ୍ରୟ ନକରି କାଉଣ୍ଟରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା

ନାଇରୋବି, ୧୦ା୧୨: କରୋନା ଯୋଗୁ ବିଶ୍ୱବ୍ୟାପୀ ଲକଡାଉନ ପ୍ରଭାବରେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସସାଇଡ ମାତ୍ରା ହ୍ରାସ ପାଇଥିଲେ ହେଁ ଏବେ ଏହାର ସ୍ତର ବଢ଼ୁଛି। ଚଳିତ...

ମାସ୍କର ଦାମ ୧୧ କୋଟି

ମୋତ୍ଜା,୧୦।୮: କରୋନା ସଂକ୍ରମଣକୁ ରୋକିବାକୁ ସମସ୍ତ ବିକାଶଶୀଳ ଦେଶ ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କିନ୍ତୁ...

ଶରିଫ ଅସୁସ୍ଥ

ଇସ୍‌ଲାମାବାଦ,୨୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶନିବାର ଏକ ହୃଦଘାତ ହୋଇଥିବା ସୂଚନା ମିଳିଛି। ସେ ଚିକିତ୍ସିତ ହେଉଥିବା ସର୍ଭିସେସ୍‌ ହସ୍ପିଟାଲ ପକ୍ଷରୁ ଏହି...

୬୦ ଦେଶରେ କରୋନା କାୟା: ଚାଇନାରେ ମୃତ୍ୟୁସଂଖ୍ୟା ୨,୮୭୦

ତେହେରାନ୍‌/ସିଓଲ,୨ା୩: ଚାଇନାର ଉହାନ ସହରରୁ ସୃଷ୍ଟ କରୋନା ଭୂତାଣୁ ସଂକ୍ରମଣ ଏବେ ପାଖାପାଖି ୬୦ ଦେଶକୁ ବ୍ୟାପିଲାଣି। ଏଥିରେ କେବଳ ଲୋକଙ୍କ ମୃତ୍ୟୁ ଘଟୁଛି ତାହା...

ନ୍ୟୁୟର୍କ ଟାଇମ୍ସ, ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲକୁ ପୁଲିଜର ପୁରସ୍କାର

ନ୍ୟୁୟର୍କ,୧୭ା୪(ଏଏଫ୍‌ପି): ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ସମ୍ପର୍କରେ ପୃଥକ୍‌ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ‘ଦି ନ୍ୟୁୟର୍କ ଟାଇମ୍ସ’ ଏବଂ ‘ଦି ଓ୍ବାଲ୍‌ଷ୍ଟ୍ରିଟ୍‌...

ରୁଷିଆକୁ ୟୁକ୍ରେନର ବଡ ଝଟ୍‌କା, ମୋସ୍କୱା କ୍ରୁଜ ଉପରେ ମିଶାଇଲ ମାଡ

କ୍ୱିଭ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହୋଇଥିବା ବେଳେ ଏହା କମ୍ ପରିବର୍ତ୍ତେ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ୍...

ସଂକ୍ରମଣ ବଢୁଥିଲେ ବି ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ଲଣ୍ଡନ,୬ ।୭: ସାରା ବିଶ୍ୱରେ କରୋନା ମହାମାରୀ ଏବେବି ତା’ର ତାଣ୍ଡବ ରଚି ଚାଲିଛି । ଧିରେ ଧିରେ ଏହି ମହାମାରୀ ସହ ଲୋକେ ବଞ୍ଚିବା...

ମାଡ଼ି ଆସୁଛି ବିପଦ: ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଓ୍ବାଶିଂଟନ,୧୭।୮: ପୃଥିବୀ ପୃଷ୍ଠରୁ ୬୬ ନିୟୁତ ବର୍ଷ ତଳେ ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୧୯୯୦-ଏମ୍‌ୟୁ ଆସନ୍ତା ୨୦୨୭ରେ ପୃଥିବୀ ମୁହାଁ ହେବ। ଏବେ ଏହି...

Advertisement
Archives

Model This Week