Posted inଜାତୀୟ

ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ଭୈରୋନ ସିଂଙ୍କ ପରଲୋକ

ନୁଆଦିଲ୍ଲୀ,୧୯ ।୧୨: ବଲିଉଡ ମୁଭି ‘ବର୍ଡର’ରେ ସୁନିଲ ସେଟ୍ଟି ଯେଉଁ ସୀମା ସୁରକ୍ଷା ବଳ(ବିଏସଏଫ୍‌) ଯବାନଙ୍କ ଭୂମିକାରେ ଅଭିନୟ କରିଥିଲେ ତାଙ୍କର ପରଲୋକ ହୋଇଛି । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧର ଅସଲ ହିରୋ ଥିଲେ ଭୈରୋନ ସିଂହ । ତାଙ୍କ ଉପରେ ନିର୍ମାଣ କରାଯାଇଥିଲା ବଲିଉଡ ମୁଭି ‘ବର୍ଡର’ । ଭୈରୋନ ସିଂହଙ୍କୁ ୧୯୭୧ ଯୁଦ୍ଧର ନାୟକ ବୋଲି କୁହାଯାଏ । ସେ ତାଙ୍କ ବାହଦୂରୀ ବଳରେ ଶତ୍ରୁ ସେନାଙ୍କ ଉପରେ କାଳ ଭାବେ ଠିଆ ହୋଇଥିଲେ ।
୧୯୮୭ରେ ସେ ସୀମା ସୁରକ୍ଷା ବଳରୁ ଅବସର ନେଇଥିଲେ । ମୁଣ୍ଡ ବ୍ୟଥା ଓ ଜ୍ୱର ଥିବାରୁ ତାଙ୍କୁ ଯୋଧପୁର ଏମ୍ସରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଥିଲା । ହେଲେ ସୋମବାର ପ୍ରାୟ ଦିନ ୨ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୂଚନାଯୋଗ୍ୟ, ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ପାକିସ୍ତାନକୁ କଡା ଯବାବ ଦେବା ସହ ବିଜୟ ଲାଭ କରିଥିଲା । ୧୬ ଡିସେମ୍ବରରେ ମିଳିଥିବା ଏହି ବିଜୟକୁ ନେଇ ପ୍ରତିବର୍ଷ ଏହି ଦିନକୁ ବିଜୟ ଦିବସ ଭାବେ ପାଳନ କରାଯାଇଥାଏ ।
ଭୈରୋନ ସିଂହଙ୍କ ପରଲୋକ ଖବର ମିଳିବା ପରେ ବଲିଉଡ ଷ୍ଟାର ସୁନିଲ ସେଟ୍ଟି ଟୁଇଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ସହ ବିଏସଏଫ ବି ଟୁଇଟ କରି ଶ୍ରଦ୍ଧାଞ୍ଜଳି ଦେବାସହ ଡିଜି ବିଏସଏଫ ଓ ସମସ୍ତ ର‌୍ୟାଙ୍କ ୧୯୭୧ର ଯୁଦ୍ଧରେ ଲୌଗେୱାଲା ଯୁଦ୍ଧର ନାୟକ ଭୈରୋନ ସିଂ, ନାଇକ(ସେବାନିବୃତ୍ତ)ଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ବିଏସଏଫ ତାଙ୍କ ଲିଡସଶିପ, ବାହାଦୂରି, ସାହସ ଓ କର୍ତ୍ତବ୍ୟ ପ୍ରତି ସମର୍ପଣକୁ ସଲାମ କରିଛି । ପ୍ରହରି ପରିବାର ଏହି କଠିନ ସମୟରେ ତାଙ୍କ ପରିବାର ସହ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri