Posted inଜାତୀୟ

ଇନ୍ଦିରା ଗାନ୍ଧୀ ମୋ ବାପାଙ୍କୁ ସଚିବ ପଦରୁ ହଟାଇଥିଲେ: ଜୟଶଙ୍କର

ନୂଆଦିଲ୍ଲୀ,୨୨।୨: ଏକ ଅମଲା ପରିବାରରୁ ଆସିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୨୦୧୯ରେ ଅଚାନକ ଏବଂ ଆଶାତୀତ ଭାବେ ରାଜନୈତିକ ସୁଯୋଗ ପାଇଥିଲେ ବୋଲି ମଙ୍ଗଳବାର ଏକ ସାକ୍ଷାତ୍‌କାରରେ କହିଛନ୍ତି। ୧୯୮୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କ୍ଷମତାକୁ ଫେରିବା ପରେ ପରେ ତାଙ୍କ ବାପା ଡ. କେ. ସୁୁବ୍ରମଣ୍ୟମ୍‌ଙ୍କୁ ପ୍ରତିରକ୍ଷା ଉତ୍ପାଦନ ସଚିବ ପଦରୁ ବହିଷ୍କାର କରିଥିଲେ। ରାଜୀବ ଗାନ୍ଧୀଙ୍କ ସମୟରେ ସୁବ୍ରମଣ୍ୟମ୍‌ଙ୍କୁ ଅଣଦେଖା କରି ତାଙ୍କଠାରୁ ଜୁନିୟର ଜଣେ ଅଫିସରଙ୍କୁ କ୍ୟାବିନେଟ ସଚିବ କରାଯାଇଥିଲା। ଜୟଶଙ୍କର କିପରି ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଲେ ସେ ସମ୍ପର୍କରେ ସାକ୍ଷାତ୍‌କାରରେ କହିଛନ୍ତି। ସେ ସବୁବେଳେ ସର୍ବଶ୍ରେଷ୍ଠ ଅଫିସର ହେବା ଏବଂ ବହିର୍ବ୍ୟାପାର ସଚିବ ପଦକୁ ପଦୋନ୍ନତି ପାଇବାକୁ ଆଗ୍ରହୀ ଥିଲେ। ୨୦୧୫ ଜାନୁୟାରୀରୁ ୨୦୧୮ ଜାନୁୟାରୀ ପର୍ଯ୍ୟନ୍ତ ସେ ବହିର୍ବ୍ୟାପାର ସଚିବ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ଚାଇନା ଓ ଆମେରିକାରେ ଭାରତୀୟ ଦୂତାବାସରେ ଉଚ୍ଚ ପଦବୀରେ ଥିଲେ। ତାଙ୍କ ବାପା କେ. ସୁବ୍ରମଣ୍ୟମ ଭାରତର ଅନ୍ୟତମ ଖ୍ୟାତନାମା ଜାତୀୟ ସୁରକ୍ଷା ରଣନୀତିକାର ଥିଲେ, ଯାହାଙ୍କର ୨୦୧୧ରେ ପରଲୋକ ହୋଇଥିଲା। ତାଙ୍କ ବାପା ୧୯୭୯ରେ ଜନତା ସରକାରରେ ସମ୍ଭବତଃ ସର୍ବକନିଷ୍ଠ ସଚିବ ନିଯୁକ୍ତ ହୋଇଥିଲେ ଏବଂ ୧୯୮୦ରେ ତାଙ୍କୁ ପ୍ରତିରକ୍ଷା ଉତ୍ପାଦନ ସଚିବ କରାଯାଇଥିଲା। ସେହିବର୍ଷ ଇନ୍ଦିରା ପୁନଃ ନିର୍ବାଚିତ ହେବା ପରେ ସୁବ୍ରମଣ୍ୟମ ପ୍ରଥମ ସଚିବ ଭାବେ ବିଦା ହୋଇଥିଲେ। ଏହା ପରେ ତାଙ୍କ ବାପା ଆଉ ସଚିବ ହୋଇ ନ ଥିଲେ। ଜୟଶଙ୍କରଙ୍କ ବଡ଼ଭାଇ ସଚିବ ହେବାବେଳେ ତାଙ୍କ ବାପା ବହୁତ ଗର୍ବ ଅନୁଭବ କରିଥିଲେ। ବାପାଙ୍କ ପରଲୋକ ପରେ ଜୟଶଙ୍କର ସଚିବ ନିଯୁକ୍ତ ହୋଇଥିଲେ। ୨୦୧୮ରେ ବହିର୍ବ୍ୟାପାର ସଚିବ ପଦରୁ ଅବସର ନେବା ପରେ ସେ ଏକ ନୂଆ ଜୀବନ ଆରମ୍ଭ କରିବେ ବୋଲି ଭାବିଥିଲେ। କିନ୍ତୁ ପରେ ତାଙ୍କୁ ଟାଟା ସନ୍ସରେ କାର୍ଯ୍ୟ କରିବାର ସୁଯୋଗ ମିଳିଲା ଏବଂ ୨୦୧୯ରେ ଅଚାନକ ରାଜନୈତିକ ସୁଯୋଗ ଆସିଲା ବୋଲି ଜୟଶଙ୍କର କହିଛନ୍ତି। ତେବେ ସେ ରାଜନୈତିକ ଜୀବନ ପାଇଁ ପୂର୍ବରୁ ପ୍ରସ୍ତୁତ ନ ଥିଲେ ବୋଲି କହିଛନ୍ତି।

ମୋଦି ଏଲ୍‌ଏସିକୁ ସେନା ପଠାଇଥିଲେ, ରାହୁଲ ନୁହନ୍ତି

ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଚାଇନାର ଅତିକ୍ରମଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଥିବାବେଳେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହାର ସମାଲୋଚନା କରିଛନ୍ତି। ଚାଇନା ସୈନ୍ୟଙ୍କୁ ମୁକାବିଲା ଲାଗି କଂଗ୍ରେସ ନେତା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)କୁ ସୈନ୍ୟ ପଠାଇ ନ ଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଥିଲେ ବୋଲି ସେ କହିଛନ୍ତି। ୧୯୬୨ରେ କ’ଣ ଘଟିଥିଲା ବିରୋଧୀ ଦଳ ତାହାର ଅନୁଧ୍ୟାନ କରୁ ବୋଲି ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି। ସୀମାନ୍ତ ଭିତ୍ତିଭୂମିର ଉନ୍ନତି ପାଇଁ ମୋଦି ସରକାର ବଜେଟରେ ୫ ଗୁଣା ବ୍ୟୟବରାଦ କରିଛନ୍ତି। ଗତବର୍ଷ ଚାଇନା ପଙ୍ଗୋଙ୍ଗ ହ୍ରଦ ଉପରେ ବ୍ରିଜ୍‌ ନିର୍ମାଣ କରିବାକୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ରକୁ ସମାଲୋଚନା କରୁଛନ୍ତି। ତେବେ ୧୯୬୨ ଯୁଦ୍ଧ ପରଠାରୁ ଚାଇନା ଉକ୍ତ ଅଞ୍ଚଳକୁ ବେଆଇନ ଭାବେ ଦଖଲ କରି ରଖିଥିବା ଜୟଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?