ଇଣ୍ଡିଗୋର ନୂଆ ସିଇଓ ହେଲେ ପିଟର ଏଲବର୍ସ

ନୂଆଦିଲ୍ଲୀ,୧୮।୫: ଇଣ୍ଡିଗୋର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ପିଟର ଏଲବର୍ସଙ୍କୁ ନିଯୁକ୍ତି ମିଳିଛି। ଅନୁମୋଦନ ପରେ ଆସନ୍ତା ଅକ୍ଟୋବର ୧ କିମ୍ବା ପୂର୍ବରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ ଏଲବର୍ସ ୨୦୧୪ରୁ କେଏଲ୍‌ଏମ୍‌ ରୟାଲ ଡଚ୍‌ ଏୟାରଲାଇନ୍ସର ସଭାପତି ଓ ସିଇଓ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହି ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ଇଣ୍ଡିଗୋ ବଡ଼ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଇଣ୍ଡିଗୋର ସିଇଓ ଭାବେ ରୋନଜୟ ଦତ୍ତ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୨ ମସିହା ସେପ୍ଟେମ୍ବର ୩୦ରେ ଶେଷ ହେବ। ଏହାପରେ ପିଟର ସିଇଓ ଭାବେ କାର୍ଯ୍ୟ ଆରମ୍ଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଡେଷ୍ଟିନିର ନୂଆ ଷ୍ଟୋର ଶୁଭାରମ୍ଭ

ଭୁବନେଶ୍ୱର,୩-୮(ବ୍ୟୁରୋ) ଆପଲ୍‌ ପ୍ରଡକ୍ଟର ପ୍ରିମିୟମ ଷ୍ଟୋର ‘ଆଇଡେଷ୍ଟିନି’ ଭୁବନେଶ୍ୱରର ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ଖୋଲିଛି। ନୂଆ ଷ୍ଟୋରକୁ ଓଡ଼ିଆ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାଏ ଏବଂ...

ଭାରତ ବଜାରରୁ କଗ୍‌ନିଜାଣ୍ଟର ଛଟେଇ

ନୂଆଦିଲ୍ଲୀ,୪।୭: ଭାରତ ବଜାରର ବିଭିନ୍ନ ସ୍ଥାନରେ ରହିଥିବା କାର୍ଯ୍ୟାଳୟରୁ ପ୍ରମୁଖ ଆଇଟି କମ୍ପାନୀ କଗ୍‌ନିଜାଣ୍ଟ ଛଟେଇ କରୁଥିବା ଜଣାପଡିଛି। କେତେ କର୍ମଚାରୀ ଛଟେଇ ହେଉଛନ୍ତି ସେ...

୫୫ ଜଣଙ୍କଠାରୁ ୧୩ କୋଟି ଠକି ନେଇଥିଲେ

ନୂଆଦିଲ୍ଲୀ,୨୦।୩: ଫ୍ଲାଟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ୫୫ ଜଣଙ୍କଠାରୁ ୧୩ କୋଟି ଠକିନେଇଥିବା ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ରବିବାର ଗିରଫ...

୫୦ ଡାକ୍ତରଙ୍କ ଜୀବନ ନେଲା ଭାଇରସ୍‌

ନୂଆଦିଲ୍ଲୀ, ୧୭।୫ : କୋଭିଡ୍‌-୧୯ କାରଣରୁ ରବିବାର ଗୋଟିଏ ଦିନରେ ୫୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ)...

ବାଳିକାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି: ୬୨ ତମ ମନ୍‌ କି ବାତ୍‌ରେ କହିଲେ ମୋଦି

ନୂଆଦିଲ୍ଲୀ,୨୩।୨: ଦେଶରେ ବାଳିକାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି। ସମାଜିକ ବାଧାବିଘ୍ନକୁ ଅତିକ୍ରମ କହି ବାଳିକା ପ୍ରତିଟି କ୍ଷେତ୍ରରେ ଶିଖର ଛୁଇଁବାରେ ଲାଗିଛନ୍ତି। ଏହା ଭାରତ...

ପୁଣିଥରେ ମାନବିକତା ଦେଖାଇଲେ ରତନ ଟାଟା

ନୂଆଦିଲ୍ଲୀ,୫।୧: ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା ମାନବିକତାର ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ୮୩ ବର୍ଷୀୟ ରତନ ଟାଟା ତାଙ୍କ କର୍ମଚାରୀଙ୍କ ପାଇଁ ଅନେକ...

ଆନ୍ଧ୍ର ବିଧାନସଭାରେ ୩ ରାଜଧାନୀ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୧ା୧( ଆଇଏଏନ୍‌ଏସ୍‌): ଆନ୍ଧ୍ରପ୍ରଦେଶ ବିଧାନସଭାରେ ସୋମବାର ୩ ରାଜାଧାନୀ ବିଲ୍‌ ଗୃହୀତ ହୋଇଛି। ଏହାକୁ ବିରୋଧ କରି ମାସାଧିକ କାଳ ଆନ୍ଦୋଳନ ଚଳାଇଥିବା ଅମରାବତୀର କୃଷକମାନେ...

କରୋନା ଚିକିତ୍ସାରେ ଖର୍ଚ୍ଚ ହେଲା ୪୦ ଲକ୍ଷ ଟଙ୍କା: ଶେଷରେ ଘଟିଲା ଏମିତି କିଛି…

ହାଇଦ୍ରାବାଦ, ୩୧।୭: କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

Advertisement
Archives

Model This Week