Posted inଜାତୀୟ

ଖୁବ୍‌ଶୀଘ୍ର ସ୍ବଦେଶୀ ୪ଜି ନେଟ୍‌ଓ୍ବର୍କ: ଅଶ୍ୱିନୀ

ନୂଆଦିଲ୍ଲୀ,୩୧।୩ : ଭାରତରେ ଖୁବ୍‌ଶୀଘ୍ର ସ୍ବଦେଶୀ ୪ଜି ମୋବାଇଲ୍‌ ନେଟଓ୍ବର୍କ ସେବା କାର୍ଯ୍ୟକାରୀ ହେବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ୫ଜି ନେଟ୍‌ଓ୍ବର୍କ ପ୍ରସ୍ତୁତ ହୋଇଯିବ ବୋଲି ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଲୋକ ସଭାରେ କହିଛନ୍ତି। ବହୁବର୍ଷ ପରେ ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏହାର ସେବାରେ ଉନ୍ନତି ଆଣିବା ସହ ବ୍ୟବସାୟକୁ ଲାଭଜନକ କରିପାରିଛି। ଭାରତର ଇଞ୍ଜିନିୟରମାନେ ସ୍ବଦେଶୀ ୪ଜି ନେଟ୍‌ଓ୍ବର୍କ ପ୍ରସ୍ତୁତ କରିସାରିଲେଣି ଓ ଖୁବ୍‌ଶୀଘ୍ର ଏହା ଆରମ୍ଭ ହେବାକୁ ଯାଉଛି। ଆମେ କିପରି ଏତେଶୀଘ୍ର ୪ଜି ନେଟ୍‌ଓ୍ବର୍କ ପ୍ରସ୍ତୁତ କଲୁ ଏହାକୁ ନେଇ ସାରା ବିଶ୍ୱ ବିସ୍ମିତ ବୋଲି ପ୍ରଶ୍ନୋତ୍ତର କାଳରେ ଅଶ୍ୱିନୀ କହିଥିଲେ। ସେହିପରି ୫ଜି ଉପରେ କାର୍ଯ୍ୟ ଚାଲିଛି ଓ ବର୍ଷ ଶେଷ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ ବୋଲି ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି। ଆକାଂକ୍ଷୀ ଜିଲା ଏବଂ ଉତ୍ତର ପୂର୍ବାଞ୍ଚଳରେ ୯,୦୦୦ରୁ ଊର୍ଦ୍ଧ୍ୱ ଟେଲିକମ୍‌ ଟାଓ୍ବାର ନିର୍ମାଣ କରାଯିବ। ୬୦,୨୦୦ ଗ୍ରାମରେ ମୋବାଇଲ ଭିତ୍ତିଭୂମିର ବିକାଶ ଲାଗି ୬,୪୪୬ କୋଟି ଟଙ୍କାର ଯୋଜନା ହାତକୁ ନିଆଯାଇଥିବା ଟେଲିକମ୍‌ ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଷ୍ଟର ଡୋଜ ପାଇଁ ଦେବାକୁ ହେବ ୬୦୦ ଟଙ୍କା

ନୂଆଦିଲ୍ଲୀ,୮।୪: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଏଣିକି ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ ଦିଆଯିବ। ତେବେ ଏହା ମାଗଣାରେ ମିଳିବ ନାହିଁ।...

ମଣିପୁରରେ ବାଜି ମାରିଲା ଭାଜପା

ନୂଆଦିଲ୍ଲୀ,୧୦ ।୧୧: ମଣିପୁରରେ ୫ ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ସିଂଘଟ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭଜପା) ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି...

ଭାଜପାର ନିର୍ବାଚନୀ ଥୋପ: ଚାଷୀଙ୍କ ଖାତାକୁ ୨୦୦୦

ନୂଆଦିଲ୍ଲୀ,୧।୪: ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଭୋଟରଙ୍କୁ ହାତେଇବା ଲାଗି...

ରାହୁଲ ଆଣିବେ ଦେଶରେ ବଡ଼ ରାଜନୈତିକ ପରିବର୍ତ୍ତନ: ସଞ୍ଜୟ ରାଉତ…

ମୁମ୍ବାଇ,୧।୧ : ଶିବସେନା ନେତା ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଯେ ଗତ ୨୦୨୨ ବର୍ଷ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଏକ...

ରମଜାନକୁ ନେଇ ରାଜ ଠାକରେଙ୍କ ବିବାଦୀୟ ବୟାନ

ମୁମ୍ବାଇ,୩ ।୪: କର୍ନାଟକରେ ଉଠିଥିବା ହିଜାବ ବିବାଦ ତୁଟି ନ ଥିବା ବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମସଜିଦରେ ଲାଗିଥିବା ଲାଉଡ ସ୍ପିକର ହଟାଇବାକୁ...

‘ନେହେରୁ, ଗାନ୍ଧୀ ପରିବାର ପାଇଁ ଦେଶ ବଞ୍ଚିଛି’

ମୁମ୍ବାଇ, ୯ା୫: ଭାରତରେ କରୋନାର ଘାତକ ସଂକ୍ରମଣବେଳେ ବାହାର ଦେଶଗୁଡ଼ିକ ସହାୟତାର ହାତ ବଢ଼ାଇଛନ୍ତି। କିନ୍ତୁ ମୋଦି ସରକାର ଦିଲ୍ଲୀରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ୟ...

ସଫେଇ କର୍ମଚାରୀ ପଦ ଲାଗି ୭ ହଜାର ଇଞ୍ଜିନିୟରଙ୍କ ଆବେଦନ

କୋଏମ୍ବାଟୁର: ତାମିଲନାଡ଼ୁର କୋଏମ୍ବାଟୁରରେ ସଫେଇ କର୍ମଚାରୀ ପଦବୀ ଲାଗି ୭ ହଜାର ଇଞ୍ଜିଜିନିୟରଙ୍କ ଆବେଦନ ବେକାରି ସମସ୍ୟାର ବିକଳ ଚିତ୍ରକୁ ପଦାରେ ପକାଇଛି। ସିଟି କର୍ପୋରେଶନରେ...

ଦିନେ କମିଲେ ପୁଣି ବଢୁଛି, ଅନ୍‌ଲକ୍‌ ଯୋଗୁ ବଢୁଛି ଭିଡ଼…

ନୂଆଦିଲ୍ଲୀ,୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ...

Advertisement
Archives

Model This Week