Posted inଖେଳ

ସ୍ପିନ୍‌ ଉପରେ ଭାରତର ଭରସା

ନଭି ମୁମ୍ବାଇ,୧୪ା୧୨(ପି.ଟି.): ଟି୨୦ ସିରିଜରେ ଆଖିଦୃଶିଆ ପ୍ରଦର୍ଶନ ଦେବାରେ ବିଫଳ ହେବା ପରେ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହିଳା କ୍ରିକେଟ ଦଳ। ଭାରତ ନିକଟରେ ଏକ ଚମତ୍କାର ସ୍ପିନ୍‌ ଆକ୍ରମଣ ରହିଥିବା ବେଳେ ଦଳ ଏଥିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିବ। ଗୁରୁବାରଠାରୁ ଡି ଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମରେ ଏକମାତ୍ର ୪ ଦିନିଆ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଯଦି ଉଭୟ ଦଳ ମଧ୍ୟରେ ଓଭରଅଲ ରେକର୍ଡ ଉପରେ ନଜର ପକାଇବା ତେବେ ଏହା ଭାରତ ସପକ୍ଷରେ ରହିଛି। ଉଭୟ ଦଳ ମହିଳା ଟେଷ୍ଟ ଇତିହାସରେ ୧୪ ଥର ପରସ୍ପର ମୁକାବିଲା କରିଛନ୍ତି ା ଏହା ମଧ୍ୟରୁ ଭାରତ ୨ ଥର ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ମାତ୍ର ଥରୁଟିଏ ବିଜୟୀ ହୋଇଛି। ତେବେ ଇତିମଧ୍ୟରେ ଇଂଲଣ୍ଡ ନିୟମିତ ଭାବରେ ଟେଷ୍ଟ ସିରିଜ୍‌ ଖେଳୁଥିବା ବେଳେ ଭାରତ ଶେଷ ଥର ପାଇଁ ୨୦୨୧ରେ ଏକ ଟେଷ୍ଟ ସିରିଜ୍‌ ଖେଳିଥିଲା। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ଟି ଡ୍ର’ରେ ଶେଷ ହୋଇଥିଲା। ଏହି ମ୍ୟାଚ୍‌ ଶେଷ ହେବାର ୧୦ ଦିନ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଏକ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଭାରତ ଏହାର ଶେଷ ଦୁଇଟି ଟେଷ୍ଟ ଡ୍ର ରଖିଥିବା ବେଳେ ନିକଟରେ ଇଂଲଣ୍ଡ ପରାଜିତ ହୋଇଥିଲା। ଏହା ଭାରତୀୟ ଦଳକୁ ସାମାନ୍ୟ ଆତ୍ମବିଶ୍ୱାସ ପ୍ରଦାନ କରିବ।
ଭାରତ ପକ୍ଷରୁ ଦଳରେ ବେଙ୍ଗଲ ସ୍ପିନର ସାଇକା ଇଶାକ୍‌ଙ୍କୁ ସାମିଲ କରାଯାଇଛି। ଓମେନ୍ସ ପ୍ରିମିୟର ଲିଗ୍‌ରେ ୧୫ ଉଇକେଟ ନେବା ପରେ ନିକଟରେ ତାଙ୍କୁ ଭାରତୀୟ ଦଳକୁ ଡାକରା ମିଳିଥିଲା। କର୍ନାଟକର ଟପ୍‌ ଅର୍ଡର ବ୍ୟାଟର ଶୁଭା ସତୀଶ ମଧ୍ୟ ପ୍ରଥମ ଥର ପାଇଁ ଟେଷ୍ଟ ଟିମ୍‌କୁ ଡାକରା ପାଇଛନ୍ତି। ଜେମିମା ରୋଡ୍ରିଗୁଏଜ୍‌ ଓ ହରଲିନ୍‌ ଦେଓଲ ଟେଷ୍ଟ ମ୍ୟାଚ୍‌ ଖେଳି ନ ଥିବା ବେଳେ ରିଚା ଘୋଷଙ୍କ ସ୍ଥାନରେ ୟାସ୍ତିକା ଭାଟିଆଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ। ରେଣୁକା ସିଂ ଠାକୁରଙ୍କ ଉପରେ ପେସ୍‌ ବୋଲିଂର ଭାର ରହିଥିବା ବେଳେ ଅଭିଜ୍ଞ ଦୀପ୍ତି ଶର୍ମା ଓ ସ୍ନେହ ରାଣାଙ୍କ ସହିତ ସାଇକା ଇଶାକ୍‌ଙ୍କ କାନ୍ଧରେ ସ୍ପିନ ବୋଲିଂର ଭାର ରହିବ। ଇଂଲଣ୍ଡ ଦଳର ଏମା ଲାମ୍ବ ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ମାୟା ବୌଚିୟର ଓ କ୍ରିଷ୍ଟି ଗର୍ଡନଙ୍କୁ ସାମିଲ କରାଯାଇଛି। ତେବେ ଅଭିଜ୍ଞ ଖେଳାଳି ନାଟାଲି ସିଭର ବ୍ରଣ୍ଟ, ହିଥର ନାଇଟ୍‌, ଡାନିଏଲ ଓ୍ବାୟାଟ, କେଟ୍‌ କ୍ରସ୍‌ ଓ ସୋଫି ଏକେଲଷ୍ଟୋନଙ୍କ ନିକଟରୁ ଭଲ ପ୍ରଦର୍ଶନର ଆଶା କରିବ ଇଂଲଣ୍ଡ। ମହିଳା କ୍ରିକେଟରେ ଏହା ଇଂଲଣ୍ଡର ଶତକୀୟ ଟେଷ୍ଟ ହୋଇଥିବାରୁ ଦଳ ବିଜୟୀ ହେବାକୁ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri