ସୁରକ୍ଷା ପରିଷଦ ବ୍ୟବସ୍ଥା ଉପରେ ଭାରତର ପ୍ରଶ୍ନ: ଏହା ଦ୍ୱାରା ଆସିବନି ଶାନ୍ତି…

ଜେନେଭା,୪।୫ : ମିଳିତ ଜାତିସଂଘ ବୈଠକରେ ଭାରତ ପୁଣି ଥରେ ସୁରକ୍ଷା ପରିଷଦର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଏଥିରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି, ସୁରକ୍ଷା ପରିଷଦର ପାଞ୍ଚଜଣ ସଦସ୍ୟଙ୍କୁ ଅନ୍ୟ ଦେଶ ସହ ସମାନ କରାଯିବା ଉଚିତ।

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ବିଶ୍ୱରେ ଶାନ୍ତି ବଜାୟ ରଖିବା ପାଇଁ ବିଶ୍ୱାସକୁ ପ୍ରୋତ୍ସାହିତ କରିବା ବିଷୟ ଉପରେ ଆଲୋଚନା କରାଯାଉ ବୋଲି ସେ କହିଛନ୍ତି। ଏହି ଆଲୋଚନା ସମୟରେ ରୁଚିରା କାମ୍ବୋଜ କହିଛନ୍ତି, ଯଦି ପରିଷଦ ଭବିଷ୍ୟତରେ ଶାନ୍ତି ବଜାୟ ରଖିବାକୁ ଚାହୁଁଛି, ତେବେ ପ୍ରଥମେ ଆମକୁ ଇତିହାସରୁ ଶିଖିବାକୁ ପଡ଼ିବ।

ରୁଚିରା କାମ୍ବୋଜ କହିଛନ୍ତି, ସୁରକ୍ଷା ପରିଷଦର ବର୍ତ୍ତମାନର ବ୍ୟବସ୍ଥାରେ ସମଗ୍ର ଆଫ୍ରିକୀୟ ମହାଦ୍ୱୀପ, ଲାଟିନ ଆମେରିକା, ବିଶ୍ୱର ସର୍ବ ବୃହତ ଗଣତନ୍ତ୍ର ଭାରତର କୌଣସି ପ୍ରତିନିଧିତ୍ୱ ନାହିଁ। ଏଭଳି ପରିସ୍ଥିତିରେ ସୁରକ୍ଷା ପରିଷଦର ପାଞ୍ଚଜଣ ସଦସ୍ୟଙ୍କୁ ଅନ୍ୟମାନଙ୍କ ସହ ସମାନ କରି ଏଥିରେ ଅଧିକ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ।

ସୁରକ୍ଷା ପରିଷଦର ବର୍ତ୍ତମାନର ବ୍ୟବସ୍ଥା ଅସମାନତାକୁ ଦୂର କରୁଛି ନା ଏହାକୁ ପ୍ରୋତ୍ସାହିତ କରୁଛି? ଦୀର୍ଘ ଦଶନ୍ଧି ଧରି ଏହାର ଉନ୍ନତି ବିଷୟରେ ଆଲୋଚନା ହୋଇଆସୁଛି, କିନ୍ତୁ ସୁରକ୍ଷା ପରିଷଦର ବିଶ୍ୱାସନୀୟତା ଉପରେ ଉଠୁଥିବା ପ୍ରଶ୍ନର ଉତ୍ତର ନ ପାଇବା ପର୍ଯ୍ୟନ୍ତ ଆମେ ବିଶ୍ୱାସ ଏବଂ ଶାନ୍ତି ଆଣି ପାରିବୁ ନାହିଁ। ପରିଷଦ ସଦସ୍ୟମାନଙ୍କୁ ଅଧିକ ଉତ୍ତରଦାୟୀ କରିବାର ଆବଶ୍ୟକତା ରହିଛି ବୋଲି କାମ୍ବୋଜ କହିଛନ୍ତି। ଏହି ଅନୁଷ୍ଠାନ ଅଧିକ ଖୋଲା ରହିବା ଉଚିତ, ବିବିଧତାକୁ ଅନ୍ତର୍ଭୁକ୍ତ କରି ଏବଂ ଏଥିରେ ବିଶେଷ ଭାବରେ ଦକ୍ଷିଣକୁ ପ୍ରତିନିଧିତ୍ୱ କରିବା ଆବଶ୍ୟକ।

ବିକାଶଶୀଳ ଦେଶଗୁଡ଼ିକୁ ସୁରକ୍ଷା ପରିଷଦରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ଏବଂ ଏଥିରେ ସୱରହୀନ ଲୋକଙ୍କୁ ସ୍ବର ଦେବାର ଶକ୍ତି ରହିବ, କେବଳ ସେତେବେଳେ ଏହା ବିଶ୍ୱାସକୁ ଆଗେଇ ନେବାକୁ ସକ୍ଷମ ହେବ। ସୁରକ୍ଷା ପରିଷଦ ମଧ୍ୟ ଆଞ୍ଚଳିକ ସମସ୍ୟାକୁ ପ୍ରାଥମିକତା ଦେବା ଏବଂ ଆହ୍ବାନଗୁଡିକର ସମାଧାନ ପାଇଁ ଏସବୁ ସଂଗଠନଗୁଡ଼ିକ ସହିତ କାର୍ଯ୍ୟ କରିବା ଉଚିିତ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?