Posted inଫୁରସତ

୫୬ ଲକ୍ଷରେ ନିଲାମ ହେଲା ଭାରତର ଐତିହାସିକ ‘ହଜ୍‌ ନୋଟ୍‌’

ଲଣ୍ଡନ: ନିକଟରେ ଲଣ୍ଡନରେ ଆୟୋଜିତ ଏକ ନିଲାମ ସମାରୋହରେ ଭାରତର ଐତିହାସିକ ‘ହଜ୍‌ ନୋଟ’ ୫୬,୪୯,୬୫୦ ଟଙ୍କାରେ ବିକ୍ରି ହୋଇଛି। ୧୯୫୦ ଦଶକରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ୧୦୦ ଟଙ୍କିଆ ଭାରତୀୟ ନୋଟକୁ ‘ହଜ୍‌ ନୋଟ’ ଭାବେ ଜାରି କରିଥିଲା। ଏହି ନୋଟର କ୍ରମିକ ସଂଖ୍ୟା ହେଉଛି ‘ଏଚ୍‌ଏ ୦୭୮୪୦୦’। ବିଶେଷ କରି ହଜ୍‌ ଯାତ୍ରା ପାଇଁ ଗଲ୍ଫ ଦେଶଗୁଡ଼ିକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ସେତେବେଳେ ଏହି ନୋଟ୍‌ ଜାରି ହୋଇଥିଲା। ବେଆଇନ ସୁନା କ୍ରୟ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ସ୍ବତନ୍ତ୍ର ନୋଟକୁ ଆର୍‌ବିଆଇ ଜାରି କରିଥିଲା।
ଏହି ଐତିହାସିକ ନୋଟର ପ୍ରିଫେକ୍ସ ‘ଏଚ୍‌ଏ’ ରହିଛି, ଯାହାଫଳରେ ଏହା ଆର୍‌ବିଆଇ ଦ୍ୱାରା ଜାରି ସ୍ବତନ୍ତ୍ର ‘ହଜ୍‌ ନୋଟ’ ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଏହି ‘ହଜ୍‌ ନୋଟ’ର ବ୍ୟବହାର ଭାରତରେ ବୈଧ ନ ଥିବା ବେଳେ ସେତେବେଳେ ଏହାକୁ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ), କାତାର, ବାହାରିନ୍‌, କୁଏଟ ଏବଂ ଓମାନ ପରି ଗଲ୍ଫ ଦେଶରେ ବ୍ୟବହାର କରାଯାଉଥିଲା। ୧୯୬୨ରେ କୁଏଟ ନିଜର ମୁଦ୍ରା ଜାରି କରିବା ପରେ ୧୯୭୦ ଦଶକରେ ‘ହଜ୍‌ ନୋଟ’ର ପ୍ରଚଳନ ଶେଷ ହୋଇଥିଲା।
ସମ୍ପ୍ରତି ମୁଦ୍ରା ସଂଗ୍ରହକାରୀଙ୍କ ମଧ୍ୟରେ ‘ହଜ୍‌ ନୋଟ’ର ଖୁବ୍‌ ଚାହିଦା ରହିଛି। ଐତିହାସିକ ଗୁରୁତ୍ୱ ବହନ କରୁଥିବାରୁ କେବଳ ଆର୍ଥିକ ଦୃଷ୍ଟିକୋଣରୁ ନୁହେଁ ବରଂ ଏହି ନୋଟ ସାଂସ୍କୃତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏତେ ଅଧିକ ମୂଲ୍ୟରେ ଏହି ନୋଟ ବିକ୍ରି ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେହିପରି ଉକ୍ତ ନିଲାମରେ ୧୦ ଟଙ୍କା ମୂଲ୍ୟର ୨ଟି ବିରଳ ପୁରାତନ ଭାରତୀୟ ନୋଟର ମଧ୍ୟ ବିକ୍ରି ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ୧୦ ଟଙ୍କିଆ ନୋଟ ୬.୯୦ ଲକ୍ଷ ଏବଂ ଅନ୍ୟଟି ୫.୮୯ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଛି। ୧୯୧୮ ମେ’ ୨୫ରେ ଉଭୟ ନୋଟକୁ ଜାରି କରାଯାଇଥିଲା। ପ୍ରଥମ ବିଶ୍ୱଯୁଦ୍ଧର ଶେଷାର୍ଦ୍ଧରେ ଉକ୍ତ ୨ ନୋଟର ଐତିହାସିକ ଗୁରୁତ୍ୱ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିପତି ସଫେଇ କର୍ମଚାରୀ

ଲଣ୍ଡନ: ବ୍ରିଟେନ୍‌ର କାର୍ଲିସ୍ଲେରେ ରହୁଥିବା ଜେମ୍ସ କ୍ଲାର୍କସନ(୨୦) ୭.୫ ମିଲିୟନ ପାଉଣ୍ଡ (ପ୍ରାୟ ୮୦ କୋଟି ଟଙ୍କା)ର ଲଟେରି ଜ୍ୟାକ୍‌ପଟ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।...

ଚା’ର ମିଠା ଅନୁଯାୟୀ ଏଠାରେ ପକ୍କା ହୁଏ ବିବାହ, ଚିନିରୁ ହୁଏ ଆଫ୍ରୁଭାଲ, ଜାଣନ୍ତୁ କେଉଁଠି

ଭାରତୀୟଙ୍କ ଦିନଟି ସାଧାରଣତଃ ଚା’କପ୍‌ ସହ ଆରମ୍ଭ ହୁଏ। କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା ଉପଲବ୍ଧ ନହୁଏ, ତେବେ ସେହି ଦିନଟି...

ବାବା ଭେଙ୍ଗା ମହିଳା ନା ପୁରୁଷ ଥିଲେ, ସତ ଜାଣିଲେ ଉଡିବ ହୋସ

ଆପଣ କେବେ ନା କେବେ ବାବା ଭେଙ୍ଗା ଏବଂ ତାଙ୍କର ଭବିଷ୍ୟବାଣୀ ବିଷୟରେ ଶୁଣିଥିବ। ସେ ବିଶ୍ୱ ବିଷୟରେ କରିଥିବା ଅଧିକାଂଶ ଭବିଷ୍ୟବାଣୀ ସତ ସାବ୍ୟସ୍ତ...

‘ଦେଶର ସୁରକ୍ଷାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ଅବଦାନ ଅତୁଳନୀୟ’

ପ୍ରତିବର୍ଷ ଜାନୁଆରୀ ୧୯ରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ୍‌) ପ୍ରତିଷ୍ଠା ଦିବସ ପାଳନ କରାଯାଏ। ୨୦୦୬ରେ ଏହି ବାହିନୀ ଗଠନ ହେବା ପରଠାରୁ କର୍ମଚାରୀମାନେ...

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…

ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri