Posted inଫୁରସତ

୫୬ ଲକ୍ଷରେ ନିଲାମ ହେଲା ଭାରତର ଐତିହାସିକ ‘ହଜ୍‌ ନୋଟ୍‌’

ଲଣ୍ଡନ: ନିକଟରେ ଲଣ୍ଡନରେ ଆୟୋଜିତ ଏକ ନିଲାମ ସମାରୋହରେ ଭାରତର ଐତିହାସିକ ‘ହଜ୍‌ ନୋଟ’ ୫୬,୪୯,୬୫୦ ଟଙ୍କାରେ ବିକ୍ରି ହୋଇଛି। ୧୯୫୦ ଦଶକରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ୧୦୦ ଟଙ୍କିଆ ଭାରତୀୟ ନୋଟକୁ ‘ହଜ୍‌ ନୋଟ’ ଭାବେ ଜାରି କରିଥିଲା। ଏହି ନୋଟର କ୍ରମିକ ସଂଖ୍ୟା ହେଉଛି ‘ଏଚ୍‌ଏ ୦୭୮୪୦୦’। ବିଶେଷ କରି ହଜ୍‌ ଯାତ୍ରା ପାଇଁ ଗଲ୍ଫ ଦେଶଗୁଡ଼ିକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ସେତେବେଳେ ଏହି ନୋଟ୍‌ ଜାରି ହୋଇଥିଲା। ବେଆଇନ ସୁନା କ୍ରୟ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ସ୍ବତନ୍ତ୍ର ନୋଟକୁ ଆର୍‌ବିଆଇ ଜାରି କରିଥିଲା।
ଏହି ଐତିହାସିକ ନୋଟର ପ୍ରିଫେକ୍ସ ‘ଏଚ୍‌ଏ’ ରହିଛି, ଯାହାଫଳରେ ଏହା ଆର୍‌ବିଆଇ ଦ୍ୱାରା ଜାରି ସ୍ବତନ୍ତ୍ର ‘ହଜ୍‌ ନୋଟ’ ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଏହି ‘ହଜ୍‌ ନୋଟ’ର ବ୍ୟବହାର ଭାରତରେ ବୈଧ ନ ଥିବା ବେଳେ ସେତେବେଳେ ଏହାକୁ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ), କାତାର, ବାହାରିନ୍‌, କୁଏଟ ଏବଂ ଓମାନ ପରି ଗଲ୍ଫ ଦେଶରେ ବ୍ୟବହାର କରାଯାଉଥିଲା। ୧୯୬୨ରେ କୁଏଟ ନିଜର ମୁଦ୍ରା ଜାରି କରିବା ପରେ ୧୯୭୦ ଦଶକରେ ‘ହଜ୍‌ ନୋଟ’ର ପ୍ରଚଳନ ଶେଷ ହୋଇଥିଲା।
ସମ୍ପ୍ରତି ମୁଦ୍ରା ସଂଗ୍ରହକାରୀଙ୍କ ମଧ୍ୟରେ ‘ହଜ୍‌ ନୋଟ’ର ଖୁବ୍‌ ଚାହିଦା ରହିଛି। ଐତିହାସିକ ଗୁରୁତ୍ୱ ବହନ କରୁଥିବାରୁ କେବଳ ଆର୍ଥିକ ଦୃଷ୍ଟିକୋଣରୁ ନୁହେଁ ବରଂ ଏହି ନୋଟ ସାଂସ୍କୃତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏତେ ଅଧିକ ମୂଲ୍ୟରେ ଏହି ନୋଟ ବିକ୍ରି ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେହିପରି ଉକ୍ତ ନିଲାମରେ ୧୦ ଟଙ୍କା ମୂଲ୍ୟର ୨ଟି ବିରଳ ପୁରାତନ ଭାରତୀୟ ନୋଟର ମଧ୍ୟ ବିକ୍ରି ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ୧୦ ଟଙ୍କିଆ ନୋଟ ୬.୯୦ ଲକ୍ଷ ଏବଂ ଅନ୍ୟଟି ୫.୮୯ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଛି। ୧୯୧୮ ମେ’ ୨୫ରେ ଉଭୟ ନୋଟକୁ ଜାରି କରାଯାଇଥିଲା। ପ୍ରଥମ ବିଶ୍ୱଯୁଦ୍ଧର ଶେଷାର୍ଦ୍ଧରେ ଉକ୍ତ ୨ ନୋଟର ଐତିହାସିକ ଗୁରୁତ୍ୱ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri