‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ)ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ ଦି ନେଶନ’କୁ ଉଦ୍‌ଘାଟନ କରିଛନ୍ତି। ୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସ୍ବର୍ଣ୍ଣ ପଦକ ବିଜୟ କିପରି ସମଗ୍ର ଭାରତକୁ ଏକତ୍ରିତ କରିଥିଲା ଏବଂ ଭାରତୀୟ ଖେଳର ଧାରା ପରିବର୍ତ୍ତନ କରିଥିଲା ତାହା ଏଥିରେ ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ହକି ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଲୋକସେବା ଭବନର କନ୍‌ଭେନଶନ ସେଣ୍ଟରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ହକି ପ୍ରତି ଅବଦାନ ରଖିଥିବା କିମ୍ବଦନ୍ତୀ ଖେଳାଳି ଏବଂ ଐତିହାସିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ”ସ୍ବାଧୀନତା ଦିବସ ଅବସରରେ ଆମେ ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ସ୍ବାଧୀନ ଭାରତର ସ୍ବପ୍ନ ଦେଖିଥିବା ସ୍ବାଧୀନତା ସଂଗ୍ରାମୀ ଏବଂ ଅଲିମ୍ପିକ୍ସ ହକିରେ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିବା ସମସ୍ତ ଖେଳାଳିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛୁ“। ସ୍ବାଧୀନତା ସଂଗ୍ରାମରେ ଭାରତୀୟ ହକିର ଭୂମିକା ଉପରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ର ନିର୍ମାଣର ସ୍ଥୂଳ ଧାରଣା ପ୍ରକୃତରେ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ। କିମ୍ବଦନ୍ତୀ ସ୍ବାଧୀନତା ସଂଗ୍ରାମୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଜୀବନୀରେ ସେ ଅନୁପ୍ରାଣିତ ହୋଇଥିଲେ। ସ୍ବାଧୀନତା ଆନ୍ଦୋଳନ ଅବସରରେ ବ୍ରିଟିଶ୍‌ ଓ ଜର୍ମାନୀ ପରି ଔପନିବେଶିକ ଶାସକ ଦଳ ବିପକ୍ଷରେ ଭାରତର ବିଜୟରେ ସ୍ବାଧୀନତା ସଂଗ୍ରାମୀମାନେ ପ୍ରେରିତ ହୋଇଥିଲେ। ୟୁକେର ଲେଭଲ ଫିଲ୍ମସ ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ପ୍ରସ୍ତୁତ କରିଛି। ଏଥିରେ ହିଟଲରଙ୍କ ଜର୍ମାନୀ, ଗ୍ରେଟ୍‌ ବ୍ରିଟେନ ଓ ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତ କିପରି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ତାହାକୁ ସ୍ଥାନିତ କରାଯାଇଛି। ଏହି ଐତିହାସିକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଓଡ଼ିଶା ସରକାର ଓ ହକି ଇଣ୍ଡିଆ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା।
ଉକ୍ତ ସମାରୋହରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌. ଭିନିଲ କ୍ରିଷ୍ଣା ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କିମ୍ବଦନ୍ତୀ ଖେଳାଳି ଗୁରବକ୍ସ ସିଂ, ହରବିନ୍ଦର ସିଂ ଏବଂ ବର୍ତ୍ତମାନ ଭାରତୀୟ ଦଳର ସଦସ୍ୟ ରାଣୀ ରାମପାଲ, ମନପ୍ରୀତ ସିଂ, ଅମିତ ରୋହିଦାସ ଏବଂ ରାଜ୍ୟର ଅନେକ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଓ ବର୍ତ୍ତମାନର କେତେକ ହକି ଖେଳାଳି ଏବଂ ଐତିହାସିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri